୫୦ ବର୍ଷ ବୟସରେ ପୁଣି ଥରେ ବାପା ହେଲେ ମନୋଜ ତିୱାରୀ, ସୋସିଆଲ ମିଡ଼ିଆରେ ସେୟାର କଲେ ଫଟୋ

ଭୋଜପୁରୀ ଫିଲ୍ମ ଅଭେନେତା ତଥା ଦିଲ୍ଲୀ ବିଜେପିର ପୂର୍ବ ଅଧ୍ୟକ୍ଷ ମନୋଜ ତିୱାରୀ ପୁଣି ଥରେ ବାପା ହୋଇଛନ୍ତି । ତାଙ୍କ ଘରକୁ ଆସିଛି ଆଉ ଏକ କନ୍ୟା ସନ୍ତାନ । ସୋସିଆଲ ମିଡ଼ିଆରେ ନିଜେ ମନୋଜ ହିଁ ଏବାବଦରେ ସୂଚନା ଦେଇଛନ୍ତି । ମନୋଜଙ୍କର ଆଉ ଏକ ଝିଅ ଥିବା ବେଳେ ସେ ବର୍ତ୍ତମାନ ମୁମ୍ବାଇରେ ରହି ପଢୁଛନ୍ତି । ନିଜ ଅଫିସିଆଲ ୱେବସାଇଟରେ ନିଜେ କୋଳରେ ନବଜାତକଟିକୁ ଧରିଥିବା ନେଇ ଏକ ଫଟୋ ସେୟାର କରିବା ସହ ଏବାବଦରେ ସୂଚନା ଦେଇଛନ୍ତି । ଆଉ କ୍ୟାପ୍ସନରେ ଲେଖିଛନ୍ତି, ମୋ’ ଘରକୁ ଆଉ ଏକ ନନହୀ ପରୀ ଆସିଛି । ଜୟ ଜଗଦମ୍ବେ ।” କହିରଖୁଛୁ ଯେ ବୁଧବାର ହିଁ ମନୋଜଙ୍କ ଏହି ଦ୍ଵିତୀୟ ସନ୍ତାନ ଜନ୍ମ ନେଇଛି ।

ମନୋଜଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ପୋଷ୍ଟଟି ଖୁବ ଭାଇରାଲ ହେବାରେ ଲାଗିଛି । ଏହା ସହ ତାଙ୍କ ଏହି ଟ୍ୱିଟ ପଢି ଅନେକ ପ୍ରଶଂସକ ବି ଶୁଭେଚ୍ଛା ବାର୍ତ୍ତା ଦେଉଛନ୍ତି । ଦେଶର ରାଜନେତାଙ୍କ ସମେତ ଫିଲ୍ମ ଜଗତରୁ ବି ତାଙ୍କ ନିକଟକୁ ଅନେକ ସଂଖ୍ୟାରେ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି ।ଭୋଜପୁରୀ ଗୀତ “ରିଂକୀୟା କେ ପାପା” ଜରିଆରେ ହିଁ ଲୋକଲୋଚନକୁ ଆସିଥିଲେ । ୧୯୯୯ ରେ ରାଣୀ ତିୱାରୀଙ୍କ ସହ ତାଙ୍କର ପ୍ରଥମ ବିବାହ ହୋଇଥିବା ବେଳେ ୨୦୧୨ ରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା ।

 

 

Leave A Reply

Your email address will not be published.