ମାନସା ବାରାଣସୀ ୨୩ ବର୍ଷ ବୟସରେ ଜିତିଲେ ‘ଫେମିନା ମିସ୍ ଇଣ୍ଡିଆ ୨୦୨୦’ ଟାଇଟଲ, ଜାଣନ୍ତୁ ତାଙ୍କ ବିଷୟରେ

ତେଲେଙ୍ଗାନାର ମାନସା ବାରାଣସୀ ୨୩ ବର୍ଷ ବୟସରେ ‘VLCC ଫେମିନା ମିସ୍ ଇଣ୍ଡିଆ ୨୦୨୦’ର ଟାଇଟଲ ନିଜ ନାଁରେ କରିଛନ୍ତି। ଫେମିନା ମିସ୍ ଇଣ୍ଡିଆର ଅଫିସିଆଲ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରୁ VLCC ଟପ୍ ୩ ଓ୍ଵିନର୍ସଙ୍କ ନାଁ ଘୋଷଣା କରାଯାଇଛି। ଏହି ବର୍ଷ ଟପ୍ ୩ରେ ମାନସା ବାରାଣସୀ, ମାନ୍ୟା ସିଂ ଓ ମନିକା ଶୋକନ୍ଦ ଜାଗା ସୃଷ୍ଟି କରିଛନ୍ତି।
ମାନ୍ୟା ସିଂ ‘ଫେମିନା ମିସ୍ ଇଣ୍ଡିଆ ୨୦୨୦’ କଣ୍ଟେଷ୍ଟ୍ର ରନର୍ସ ଅପ୍ ହୋଇଥିବା ବେଳେ ମନିକା ଶୋକନ୍ଦ ଫେମିନା ମିସ୍ ଗ୍ରାଣ୍ଡ ଇଣ୍ଡିଆ ୨୦୨୦ ଚୟନ ହୋଇଥିଲେ। କରୋନା ମହାମାରୀ ଯୋଗୁ ଏଥର ପ୍ରତିଯୋଗିତାର ପୂରା ପ୍ରକ୍ରିୟାକୁ ଡିଜିଟାଲ ରୂପରେ ଆୟୋଜିତ କରାଯାଇଥିଲା। ଏହା ମିସ୍ ଇଣ୍ଡିଆ ୨୦୨୦ର ୫୭ଶ ସଂସ୍କରଣ ଥିଲା।
ସୂଚନାଥାଉ କି, ମାନସା ଏହା ପୂର୍ବରୁ ମିସ୍ ତେଲେଙ୍ଗାନା ରହି ସାରିଛନ୍ତି। ସେ ପେସାରେ ଜଣେ ଫାଇନାନ୍ସିଆଲ ଏକ୍ସଚେଞ୍ଜ ଇନ୍ଫରମେଶନ ଆନାଲିଷ୍ଟ୍। କମ୍ପ୍ୟୁଟର ସାଇନ୍ସରେ ଗ୍ରାଜୁଏଶନ ଡିଗ୍ରୀ ହାସଲ କରିଥିବା ମାନସା ୮ ବର୍ଷ ଭାରତନାଟ୍ୟମ୍ ନୃତ୍ୟ ଶିକ୍ଷା କରିଛନ୍ତି। ଏହାଛଡ଼ା ୪ ବର୍ଷ କ୍ଲାସିକାଲ ସଙ୍ଗୀତ ମଧ୍ୟ ଶିଖିଛନ୍ତି। ତାଙ୍କର ଡ୍ୟାନ୍ସିଂରେ ରୁଚି ରହିଛି। ମାନସା ତେଲେଙ୍ଗାନାର ମୂଳ ବାସିନ୍ଦା। ‘ଫେମିନା ମିସ୍ ଇଣ୍ଡିଆ ୨୦୨୦’ର ଗ୍ରାଣ୍ଡ ଫିନାଲେ ମୁମ୍ବାଇର ଏକ ହୋଟେଲରେ ଆୟୋଜିତ ହୋଇଥିଲା। ବଲିଉଡ୍ ଆକ୍ଟର ଅପାରଶକ୍ତି ଖୁରାନା ଏହି ଇଭେଣ୍ଟକୁ ହୋଷ୍ଟ କରିଥିଲେ।
View this post on Instagram