‘ଇଣ୍ଡିଆନ୍ ଆଇଡଲ୍ 15′ ରେ ୱିନର ହେଲେ ମାନସୀ ଘୋଷ, ଛୁଟୁଛି ପ୍ରଂଶାସର ସୁଅ

‘ଇଣ୍ଡିଆନ୍ ଆଇଡଲ୍ 15′ ଶେଷ ହୋଇଛି । ଶୋ’ର ଅନ୍ତିମ ପର୍ଯ୍ୟାୟ ଏପ୍ରିଲ୍ ୬, ୨୦୨୫ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମାନସୀ ଘୋଷଙ୍କୁ ୱିନର ଭାବରେ ଘୋଷଣା କରାଯାଇଥିଲା । ଏହି ସିଜିନର ଟ୍ରଫି ସହିତ, ମାଦସୀ ଘୋଷଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଏକ କାର୍ ମଧ୍ୟ ପୁରସ୍କାର ମିଳିଛି । ଏହି ସମୟରେ ଶୋ’ର ବିଚାରକ ଶ୍ରେୟା ଘୋଷଲା, ବିଶାଲ ଦଦଲାନି, ରାପର୍ ବାଦଶାହ, ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ସହିତ ମିକା ସିଂହ, ଶିଳ୍ପା ସେଟ୍ଟି, ରବିନା ଟଣ୍ଡନଙ୍କ ଭଳି ଷ୍ଟାରମାନେ ମଧ୍ୟ ଉପସ୍ଥିତ ଥିଲେ । ମାନସୀ ଘୋଷଙ୍କ ସହିତ ପ୍ରିୟାଂଶୁ ଦତ୍ତ, ଅନିରୁଦ୍ଧ ସୁସ୍ବରମ୍, ସ୍ନେହା ଶଙ୍କର, ଶୁଭଜିତ୍ ଚକ୍ରବର୍ତ୍ତୀ ଏବଂ ଚୈତନ୍ୟ ଦେଓଧେଙ୍କୁ ମଧ୍ୟ ଫାଇନାଲ୍ ରେସ୍ ପାଇଁ ମଧ୍ୟ ସାମିଲ୍ ଥିଲେ । ଏପରି ପରିସ୍ଥିତିରେ, ସମସ୍ତେ ମାନସୀ ଘୋଷଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି । ତେବେ ଆସନ୍ତୁ ଜାଣିବା ମାନସୀ ଘୋଷଙ୍କ ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ କଥା ।

ପପୁଲାର୍ ସିଙ୍ଗିଙ୍ଗ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍ 15’ ର ୱିନର ହୋଇଥିବା ମାନସୀ ଘୋଷ କୋଲକାତାର ବାସିନ୍ଦା । ମାନସୀ ପିଲାଦିନରୁ ଗୀତ ଗାଇବାକୁ ବହୁତ ପସନ୍ଦ କରୁଥିଲେ । ସେ ପିଲାଦିନରୁ ଜଣେ ଗାୟିକା ହେବାର ସ୍ବପ୍ନ ଦେଖୁଛନ୍ତି । ମାନସୀଙ୍କ ବୟସ ୨୪ ବର୍ଷ ଏବଂ ସେ ଖ୍ରୀଷ୍ଟ ଚର୍ଚ୍ଚ ବାଳିକା ବିଦ୍ୟାଳୟରୁ ତାଙ୍କର ସ୍କୁଲ୍ ଶିକ୍ଷା ସମାପ୍ତ କରିଛନ୍ତି । ଏହା ପରେ ସେ ଇଂରାଜୀରେ ସ୍ନାତକ ହାସଲ୍ କରିଥିଲେ । ଇଣ୍ଡିଆନ୍ ଆଇଡଲ୍ 15’ ରେ ନିଜ କଣ୍ଠର ଯାଦୁ ଦେଖାଇଥିବା ମାନସୀ ପୂର୍ବରୁ ଏକ ରିଆଲିଟି ଶୋ ର ମଧ୍ୟ ଅଂଶ ହୋଇସାରିଛନ୍ତି ।

‘ଇଣ୍ଡିଆନ୍ ଆଇଡଲ୍ 15’ ପୂର୍ବରୁ ମାନସୀ ଘୋଷ ସୁପରଷ୍ଟାର ସିଙ୍ଗର ସିଜିନ୍ 3’ ରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ମାନସୀ ଏହି ଶୋ’ର ପ୍ରଥମ ରନର୍ସ ଅପ୍ ଥିଲେ । ବର୍ତ୍ତମାନ ମାନସୀ ଇଣ୍ଡିଆନ୍ ଆଇଡଲ୍ 15’ ଟ୍ରଫି ଜିତି ଶିରୋନାମାରେ ଅଛନ୍ତି । ନିଜର ଏର୍ନଜିଟିକ୍ ଏବଂ ସୋଲଫୁଲ୍  ପରଫରମାନ୍ସ ପାଇଁ ଖୁବ୍ ଜଣାଶୁଣା ଥିଲେ । ଏଥି ସହ ମାନସୀ ଯେତେବେଳେ ଛୋଟ ଥିଲେ ସେ ତାଙ୍କ ବାପା’ମାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଘରର ସମସ୍ତ ଦାୟିତ୍ବ ବୁଝିବେ ।

ସିଙ୍ଗିଙ୍ଗରେ ବିଶେଷଜ୍ଞ ମାନସୀ ଘୋଶ ଅନ୍ୟ ଏକ କଳାରେ ମଧ୍ୟ ବିଶେଷଜ୍ଞ । ମାନସୀ ପିଲାଦିନୁ ନୃତ୍ୟ ପ୍ରତି ଆଗ୍ରହୀ ଏବଂ ନୃତ୍ୟ କ୍ଲାସ୍ ମଧୟ ନେଇଛନ୍ତି । ଏହା ପରେ ଧୀରେ ଧୀରେ ମାନସୀ କେବଳ ଗୀତ ପ୍ରତି ଅଧିକ ଧ୍ୟାନ ଦେଲେ ଏବଂ ତାଙ୍କ କଠିନ ପରିଶ୍ରମ ପାଇଁ ସେ ‘ଇଣ୍ଡିଆନ୍ ଆଇଡଲ୍ 15’ ରେ ବଜେତା ଟାଇଟଲ୍ ଜିତିଛନ୍ତି । ମାନସୀ ତାଙ୍କର ପ୍ରଥମ ବଲିଉଡ୍ ଗୀତ ମଧ୍ୟ ରେକର୍ଡ କରିଛନ୍ତି । ଲଲିତ ପଣ୍ଡିତଙ୍କ ଆଗାମୀ ଚଳଚ୍ଚିତ୍ର ‘ମନ୍ନୁ କ୍ୟା କରେଗେ’ ପାଇଁ ସେ ଗାୟକ ଶାନଙ୍କ ସହ ଏକ ଗୀତ ମଧ୍ୟ ଗାଇଛନ୍ତି ।

ଏଥି ସହ ଫାଇନାଲରେ ଟ୍ରଫି ପାଇଁ ତିନି ଶେଷ୍ଠ ଫାଇନାଲଲିଷ୍ଟ ମାନସୀ ଘୋଷ, ଶୁଭୋଜିତ୍ ଚକ୍ରବର୍ତ୍ତୀ ଏବଂ ସ୍ନୋହା ଶଙ୍କରଙ୍କ ମଧ୍ୟରେ ଏକ କଡ଼ା ଟକ୍କର ହୋଇଥିଲା । ଏହି ତିନିଜଣ ନିଜ କଣ୍ଠସ୍ବରରେ ସମସ୍ତଙ୍କ ହ୍ରୁଦୟ ଜିତିଥିଲେ, କିନ୍ତୁ ମାନସୀ ଘୋଷ ବିଜେତା ହୋଇଥିଲେ । ଏହି ସିଜିନରେ ଜିତିବା ପରେ, ମାନସୀ ବହୁତ ଖୁସି ହୋଇଗଲେ ଏବଂ ତାଙ୍କ ପରିବାରକୁ ମଞ୍ଚ ଉପରକୁ ଡାକିଲେ । ଏହି ସମୟରେ, ବିଚାରପତି ମାନସୀଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଆଶିର୍ବାଦ ମଧ୍ୟ ଦେଇଥିଲେ ।

Also read : ରୋହିତ ସେଟ୍ଟୀଙ୍କ ଶୋ’ରେ ଷ୍ଟଣ୍ଟ ଚ୍ୟାଲେଞ୍ଜ ରହିବ ଦମଦାର, ନଜରରେ ଆସିପାରନ୍ତି ମଲ୍ଲିକା ଶେରାୱତ ଏବଂ ସିଦ୍ଧାର୍ଥ…