ଦୁନିଆ ଛାଡ଼ି ଚାଲିଗଲେ ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀ; ମର୍ମନ୍ତୁଦ କାର୍‌ ଦୁର୍ଘଟଣାରେ ମୃତ୍ୟୁ ପରେ ତଦନ୍ତ ଆରମ୍ଭ କଲା ପୋଲିସ

ମନୋରଞ୍ଜନ ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମରାଠି ଟିଭି ଅଭିନେତ୍ରୀ କଲ୍ୟାଣୀ କୁରାଲେ ଯାଧବଙ୍କ ନିଧନ ହୋଇଛି। ଏହି ଖବର ଜାଣିବା ପରେ ଟିଭି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି। କଲ୍ୟାଣୀ କୁରାଲେଙ୍କ ନିଧନରେ ତାଙ୍କ ଫ୍ୟାନ୍‌ ଏବଂ ସେଲିବ୍ରିଟିମାନେ ଲଗାତାର ସୋସିଆଲ ମିଡିଆରେ ଦୁଃଖ ବ୍ୟକ୍ତ କରୁଛନ୍ତି। ରିପୋର୍ଟ ମୁତାବକ, କୋହ୍ଲାପୁରରେ ଏକ ସଡ଼କ ଦୁର୍ଘଟଣାରେ କଲ୍ୟାଣୀଙ୍କ ମୃତ୍ୟୁ ହୋଇଛି। ଅଭିନେତ୍ରୀଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ନେଇ ପୋଲିସ ସୂଚନା ଦେଇଛି।

ରିପୋର୍ଟରୁ ଜଣାପଡ଼ିଛି ଯେ ସାଙ୍ଗଲି-କୋହ୍ଲାପୁର ହାଇେଓ୍ଵର ହଲୋନ୍ଦୀ ଇଣ୍ଟରସେକ୍ସନ ନିକଟରେ କଲ୍ୟାଣୀଙ୍କର କାର୍‌ ଦୁର୍ଘଟଣା ଘଟିଥିଲା। ତାଙ୍କ ଗାଡ଼ିକୁ ଏକ ଟ୍ରାକ୍ଟର ଜୋର୍‌ଦାର ଧକ୍କା ଦେଇଥିଲା। ଫଳରେ ଅଭିନେତ୍ରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାର ତୁରନ୍ତ ପରେ ପୋଲିସ ନିଜର ତଦନ୍ତ ଆରମ୍ଭ କରି ଦେଇଥିଲା।

ପୋଲିସ ସୂଚନା ମୁତାବକ, ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହିତ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏବେ କଲ୍ୟାଣୀଙ୍କ ନିଧନ ପରେ ଫ୍ୟାନମାନେ ତାଙ୍କୁ ସୋସିଆଲ ମିଡିଆ ଜରିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହା ବ୍ୟତୀତ ଅନେକ ଲୋକ ଅଭିନେତ୍ରୀଙ୍କ ପୁରୁଣା ଭିଡିଓ ଗୁଡ଼ିକୁ ମଧ୍ୟ ଇଣ୍ଟରନେଟ୍‌ରେ ସେୟାର କରୁଛନ୍ତି।

କହି ରଖୁଛୁ, କଲ୍ୟାଣୀ କୁରାଲେ ଯାଧବ ନିଜ କ୍ୟାରିୟର ଭିତରେ ଅନେକ ମରାଠି ଟିଭି ଶୋ’ରେ କାମ କରିଛନ୍ତି। ଫ୍ୟାନ୍‌ମାନେ ତାଙ୍କ ଅଭିନୟ ବ୍ୟତୀତ ତାଙ୍କ ସୁନ୍ଦରତା ଏବଂ ସରଳତାର ବି ଦିଓ୍ଵାନା ଥିଲେ। ୩୨ ବର୍ଷୀୟା କଲ୍ୟାଣୀ କିଛି ଦିନ ତଳେ ହିଁ ନିଜର ହୋଟେଲ ବି ଖୋଲିଥିଲେ। ଏବେ ଏହି ଅଭିନେତ୍ରୀ ଦୁନିଆକୁ ଅଲ୍‌ବିଦା କହି ସାରିଛନ୍ତି ସତ, କିନ୍ତୁ ତାଙ୍କ ଫ୍ୟାନ୍‌ମାନଙ୍କ ହୃଦୟରେ ସେ ସବୁଦିନ ପାଇଁ ଜୀବିତ ରହିବେ।

 

View this post on Instagram

 

A post shared by Priyanka .S. Bhagat (@priyanka20347)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.