ମର୍ଦାନୀ ରୂପରେ ପୁଣି ନଜର ଆସିବେ ରାଣୀ ମୁଖାର୍ଜୀ, ସାମ୍ନାକୁ ଆସିଲା ଫିଲ୍ମର ପୋଷ୍ଟର

ରାଣୀ ମୁଖାର୍ଜୀଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର ଆଣିଦେଇଛି ୟଶ ରାଜ ଫିଲ୍ମସ । କାହିଁକିନା ପୁଣି ମର୍ଦାନୀ ରୂପରେ ନଜର ଆସିବେ ରାଣୀ ମୁଖାର୍ଜୀ । ‘ମର୍ଦାନୀ ୩’ର ଆକ୍ସନ ଅବତାରରେ ଦର୍ଶକଙ୍କ ପାଖକୁ ପୁଣି ଫେରିବେ ରାଣୀ ମୁଖାର୍ଜୀ । ଅଭିନେତ୍ରୀଙ୍କୁ ଫିଲ୍ମରେ ଶିବାନୀ ଶୀବାଜୀ ରାୟର ଦମଦାର ଚରିତ୍ରରେ ଦର୍ଶକ ଦେଖିବାକୁ ପାଇବେ ବୋଲି ସୂଚନା ମିଳିଛି । ରାଣୀ ମୁଖାର୍ଜୀଙ୍କ ପ୍ରଥମ ଲୁକ୍ ସେୟାର କରିବା ସହିତ ଫିଲ୍ମ ରିଲିଜ ଡେଟକୁ ମଧ୍ୟ ନିର୍ଦ୍ଦେଶକ ଘୋଷଣା କରିଛନ୍ତି । ମର୍ଦାନୀ ୨ଫିଲ୍ମକୁ ଲୋକ ଖୁବ ପସନ୍ଦ କରିଥିଲେ । ତେଣୁ ମର୍ଦାନୀ ୩ ଫିଲ୍ମର ରିଲିଜ ଅପେକ୍ଷାରେ ଦର୍ଶକ ରହିଛନ୍ତି ।
ମର୍ଦାନୀ ୩ ପୋଷ୍ଟର ସେୟାର ହେବା ପରେ ରାଣୀଙ୍କ ପ୍ରଶଂସକମାନଙ୍କ ମନର ଉତ୍କଣ୍ଠାକୁ ଦ୍ବିଗୁଣିତ କରିଦେଇଛି । ୟଶ ରାଜ ଫିଲ୍ମସ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ଆସନ୍ତା ହୋଲିରେ ପୁଣିଥରେ ଅନ୍ୟାୟ ସହ ଲଢ଼ିବେ ଶିବାନୀ ଶିବାଜୀ ରାୟ । ୨୭ ଫେବୃୟାରୀ ୨୦୨୬ର ବଡ ପରଦାରେ ପୁଣି ଧମାଲ କରିବ ମର୍ଦାନ ୩ । ରାଣୀ ମୁଖାର୍ଜୀଙ୍କୁ ଶିବାନୀ ଶିବାଜୀ ରାୟର ଭୂମିକାରେ ଦେଖିବା ପାଇଁ ଫ୍ୟାନ୍ସମାନେ ଚାହୁଁଛନ୍ତି । କମେଣ୍ଟ ବକ୍ସରେ ଆସିଥିବା ପ୍ରତିକ୍ରିୟା ଲୋକଙ୍କ ଖୁସିକୁ ପ୍ରକାଶ କରିପାରିଛି । ସିନେମାହଲରେ ଫିଲ୍ମ ରିଲିଜକୁ ନେଇ ଦର୍ଶକଙ୍କ ମନରେ ଥିବା ଉତ୍ସାହକୁ ବଢାଇଦେଇଛି ।
ମର୍ଦାନୀ ୩ ରାଣୀ ମୁଖାର୍ଜୀଙ୍କ ପୋଷ୍ଟର ମର୍ଦାନୀ ୨କୁ ମନେପକାଇ ଦେଉଛି । ଗତ ଦିନରେ ରିଲିଜ ହୋଇଥିବା ମର୍ଦାନ ୨ ଫିଲ୍ମ ଦର୍ଶକଙ୍କ ପାଖରୁ ଅନେକ ଭଲପାଇବା ପାଇପାରିଥିଲା । ମର୍ଦାନୀ ୨ରେ ରାଣୀ ମୁଖାର୍ଜୀ କେଶ ଖୋଲା ରଖିବା ସହ ହାତରେ ବନ୍ଧୁକ ଧରିଥିବାର ଦେଖିବାକୁ ମିଳିଥିଲା । ମର୍ଦାନୀ ୩ରେ ମଧ୍ୟ ରାଣୀ ମୁଖାର୍ଜୀଙ୍କ ଅନ୍ଦାଜ ସମାନ ରହିବ ବୋଲି ସେ ନିଜ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି । ଯେଉଁଥି ପାଇଁ ଦର୍ଶକଙ୍କ ଖୁସିର ସୀମା ନାହିଁ ।
ରାଣୀ ମୁଖାର୍ଜୀ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ମର୍ଦାନୀ ଫିଲ୍ମର ଚରିତ୍ରକୁ ଠିକ୍ ଭାବେ ତୁଲାଇପାରିବେ କି ନାହିଁ ବୋଲି ପ୍ରଥମେ ତାଙ୍କ ମନରେ ସନ୍ଦେହ ଆସିଥିଲା । ପରେ ଫିଲ୍ମଟି ଦର୍ଶକଙ୍କ ପସନ୍ଦ ଯୋଗ୍ୟ ହୋଇପାରିଥିଲା । ଫଳରେ ପୁଣି ମର୍ଦାନୀ ୩ ପାଇଁ ରାଣୀ ମୁଖାର୍ଜୀ ଉତ୍ସାହିତ ରହିବା ସହ ଫିଲ୍ମ କରିବାକୁ ରାଜି ହୋଇଥିଲେ ।
Also Read : ମର୍ଦାନୀ-୨ର ଫାଷ୍ଟ ଲୁକ ହେଲା ରିଲିଜ୍ ,ରାଣୀ ଆସିଲେ ଦବଙ୍ଗ ଲୁକରେ ନଜର