ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ମରଜାଓ୍ଵାଁ’ର ଟ୍ରେଲର, ମୁହାଁମୁହିଁ ହେଲେ ସିଦ୍ଧାର୍ଥ-ରିତେଶ

ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍‌ ହୋଇଛି ମରଜାଓ୍ଵାଁର ଟ୍ରେଲର। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ସିଦ୍ଧାର୍ଥ ମାଲହୋତ୍ରା, ରିତେଶ ଦେଶମୁଖ, ତାରା ସୁତରିଆ ଓ ରସୁଲ ପ୍ରୀତ ସିଂହକୁ ଟ୍ରେଲରରେ ଦେଖିବାକୁ ମିଳିଛି। ମିଲପ ଝାବେରୀ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଜଣାଯାଇଛି। ଟ୍ରେଲର ପୂର୍ବରୁ ଫିଲ୍ମ ନିର୍ମାତା ଏହାର ପୋଷ୍ଟର ଜାରି କରିଥିଲେ। ପୋଷ୍ଟରରେ ସିଦ୍ଧାର୍ଥ ମାଲହୋତ୍ରା ଓ ତାରା ସୁତରିଆ ପରସ୍ପରର ବାହୁବନ୍ଧନରେ ନଜର ଆସିଥିଲେ। ଏହି ଫଟୋ ଦେଖି ଉଭୟେ ଫିଲ୍ମରେ ଯୋଡ଼ିରେ ଆସୁଥିବା ଦର୍ଶକେ ସନ୍ଦେହ କରିଛନ୍ତି। ସେହିପରି ରିତେଶ ଦେଶମୁଖ ବନ୍ଧୁକ ଧରିଥିବା ଦେଖିବାକୁ ମିଳିଥିଲା। ଏଣୁ ରିତେଶ ଆଣ୍ଟି ହିରୋ କିମ୍ବା ଭିଲେନ୍‌ ରୋଲ୍‌ ପ୍ଲେ କରୁଥିବା ନେଇ ଜଣାଯାଇଛି।

ଏହାସହ ପଢ଼ନ୍ତୁ: ଟ୍ରେଲର ପୂର୍ବରୁ ସାମ୍ନାକୁ ଆସିଲା ହାଉସ୍‌ଫୁଲ୍‌ ୪ର ଦମ୍‌ଦାର ପୋଷ୍ଟର

ତେବେ ବର୍ତ୍ତମାନ ରିଲିଜ୍‌ ହୋଇଥିବା ମରଜାଓ୍ଵାଁର ଟ୍ରେଲର ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଥିବା ଦେଖିବାକୁ ମିଳିଛି। ଫ୍ୟାନ୍‌ମାନେ ଏହାକୁ ଭଲ ରେସପଣ୍ଡ ଦେଉଥିବା ଲାଇକ୍‌ ଓ କମେଣ୍ଟ ସଂଖ୍ୟାରୁ ଜଣାପଡ଼ୁଛି।

ଦେଖନ୍ତୁ ଫିଲ୍ମର ଟ୍ରେଲର: