ମା’ ନୀନା ଗୁପ୍ତା ଓ ବାପା ଭିଭିୟନ ରିଚାର୍ଡଙ୍କ ସହିତ ଝିଅ ମସାବା ଶେୟାର କଲେ ପିଲାବେଳର ଥ୍ରୋବ୍ୟାକ ଫଟୋ

ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ତଥା ଫ୍ୟାଶନ ଡିଜାଇନର ମସାବା ଗୁପ୍ତା ସୋସିଆଲ ମିଡିଆରେ କିଛି ଥ୍ରୋବ୍ୟାକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ତାଙ୍କ ବାପା ଭିଭିୟନ ରିଚାର୍ଡ ଓ ମାଆ ନୀନା ଗୁପ୍ତା ନଜର ଆସୁଛନ୍ତି। ସେହିପରି ଆଉ ଏକ ଫଟୋ ରହିଛି, ଯାହାକି ବ୍ଲାକ୍‌ ଆଣ୍ଡ ହ୍ଵାଇଟ୍‌ର। କିନ୍ତୁ ଏମାନେ କିଏ, ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଏହି ଫଟୋଗୁଡ଼ିକ ସହିତ ମସାବା ସୁନ୍ଦର କ୍ୟାପସନ ମଧ୍ୟ ଦେଇଛନ୍ତି।

ପ୍ରଥମ ଫଟୋରେ ନୀନା ଗୁପ୍ତା ନିଜ କୋଳରେ ବେବି ମସାବାଙ୍କୁ ଧରିଛନ୍ତି। ସେ ସ୍ୱାମୀ ଭିଭିୟନ ରିଚାର୍ଡଙ୍କ ପାର୍ଶ୍ୱରେ ବସିଛନ୍ତି। ସେହିପରି ଅନ୍ୟ ଏକ ଫଟୋରେ ଜଣେ ଦମ୍ପତି ଦେଖାଯାଉଛନ୍ତି। ଏମାନେ ନୀନା ଗୁପ୍ତାଙ୍କ ବାପା, ମା’ ଅର୍ଥାତ୍‌ ମସାବାଙ୍କ ନାନା, ନାନୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ମସାବା ଫଟୋର କ୍ୟାପସନ ଲେଖିଛନ୍ତି, ‘ମୋ ଦୁନିଆ, ମୋ ରକ୍ତ’।

କହି ରଖୁଛୁ, ମସାବା ଗୁପ୍ତା ଜଣେ ବିଜନେସ୍‌ ଓ୍ଵମେନ୍‌। ତାଙ୍କ ସ୍ୱାମୀ ତଥା ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଧୁ ମଣ୍ଟେନାଙ୍କଠାରୁ ତାଙ୍କର ଛାଡ଼ପତ୍ର ହୋଇଯାଇଛି। ୨୦୧୮ରେ ମସାବା ଓ ମଧୁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ମାର୍ଚ୍ଚ ୨୦୧୯ରେ ଦୁଇଜଣ ଅପୋଷ ସହମତିରେ ଛାଡ଼ପତ୍ର ପାଇଁ କେସ୍‌ ଫାଇଲ୍‌ କରିଥିଲେ। ଏହାପରେ ବାନ୍ଦ୍ରା ଫ୍ୟାମିଲି କୋର୍ଟ ସେମାନଙ୍କୁ ଛାଡ଼ପତ୍ର ଅନୁମତି ଦେଇଥିଲେ।

 

View this post on Instagram

 

A post shared by Masaba (@masabagupta)

You might also like