ବାପା, ମାଆଙ୍କ ସାମ୍ନାରେ ଅଭିନେତ୍ରୀଙ୍କ Liplock; ୟୁଜର୍ସ କହିଲେ, ଟିକେ ତ ଲଜ୍ଜା କର…
ଫ୍ୟାସନ ଡିଜାଇନର ମସାବା ଗୁପ୍ତାଙ୍କ ଦ୍ୱିତୀୟ ବିବାହ ଏବେ ଚର୍ଚ୍ଚାରେ। ସେ ଅଭିନେତା ସତ୍ୟଦୀପ ମିଶ୍ରାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଇଣ୍ଟରନେଟ୍ରେ କପଲ୍ଙ୍କ ରିସେପ୍ସନର ଭିଡିଓ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ନ୍ୟୁଲିେଓ୍ଵଡ୍ କପଲ୍ ଲିପ୍ଲକ୍ କରୁଥିବାର ଦେଖାଯାଉଛନ୍ତି।
ପରିବାର ଏବଂ ଅତିଥିମାନଙ୍କ ସାମ୍ନାରେ ମସାବା ଓ ସତ୍ୟଦୀପ ରୋମାଣ୍ଟିକ୍ ହେବାର ଲୋକେ ନୋଟିସ୍ କରିଥିଲେ। ଏହିପରି ଭାବେ ଦୁହେଁ ପରସ୍ପରକୁ ସର୍ବସାଧାରଣରେ ଲିପ୍ଲକ୍ କିସ୍ କରୁଥିବାର ନଜର ଆସିଥିଲେ।
ସ୍ୱାମୀଙ୍କ ସହ ମସାବାଙ୍କ ରୋମାଣ୍ଟିକ୍ ଅନ୍ଦାଜ ସୋସିଆଲ ମିଡିଆରେ ଛାଇ ରହିଛି। ଉଭୟଙ୍କୁ ଲୋକେ ଟ୍ରୋଲ ମଧ୍ୟ କରୁଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ମସାବା ଓ ସତ୍ୟଦୀପ କେକ୍ କାଟୁଛନ୍ତି। ଏହି ସମୟରେ କପଲ୍ ପରସ୍ପରକୁ ଲିପ୍କିସ୍ କରୁଛନ୍ତି।
ବାପା, ମାଆଙ୍କ ସାମ୍ନାରେ ଏପରି ରୋମାଣ୍ଟିକ୍ ହେବାକୁ ନେଇ ମସାବାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି। ତାଙ୍କ ସଂସ୍କାର ଉପରେ ୟୁଜରମାନେ ପ୍ରଶ୍ନ ଉଠାଉଛନ୍ତି। ଜଣେ ୟୁଜର କହିଛନ୍ତି, ‘ଟିକେ ତ ଲଜ୍ଜା କର’। ଅନ୍ୟଜଣେ ଲେଖିଛନ୍ତି, ‘ବହୁତ ଲଜ୍ଜାଜନକ’। ଆଉ ଜଣେ ୟୁଜର ପଚାରିଛନ୍ତି, ‘କ’ଣ ଏହା’?
View this post on Instagram
ଅନେକ ଲୋକ ଲିପ୍ଲକ୍ ଭିଡିଓ ଉପରେ ଖରାପ କମେଣ୍ଟ୍ କରିଛନ୍ତି। ସେପଟେ କିଛି ୟୁଜର କିନ୍ତୁ ଏହି ଯୋଡ଼ିକୁ କ୍ୟୁଟ୍ ବୋଲି କହିଛନ୍ତି।