୩ ମାସ ପରେ ମସାବା ଗୁପ୍ତା କଲେ ଝିଅର ଏପରି ନାମକରଣ, ଦେଖାଇଲେ ନହ୍ନି ପରୀର ଝଲକ୍

ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ତଥା ପ୍ରସିଦ୍ଧ ଫ୍ୟାସନ ଡିଜାଇନର୍ ମସାବା ଗୁପ୍ତା ବିବାହର ୧ ବର୍ଷ ପରେ ମା’ ହୋଇଛନ୍ତି । ଏବେ ସେ ନିଜ ନବଜନ୍ମିତ ଝିଅର ନାମକରଣ କରିଛନ୍ତି । ଝିଅର ନାଁ ସେ ‘ମତାରା’ ରଖିଛନ୍ତି । ଝିଅ ଜନ୍ମ ହେବାର ୩ ମାସ ପରେ ମସାବା ନହ୍ନି ପରୀର ନାମ ଖାସ୍ ଅନ୍ଦାଜରେ ରିଭିଲ୍ କରିଛନ୍ତି । ସେ ଏକ ପୋଷ୍ଟରେ କହିଛନ୍ତି ଯେ ତାଙ୍କ ଝିଅର ନାମ ମତାରା ।

ଗତ ବର୍ଷ ଅକ୍ଟୋବରରେ ମସାବା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ପ୍ୟାରେଣ୍ଟସ୍ କ୍ଲବରେ ସାମିଲ ହୋଇ ମସାବା ଓ ତାଙ୍କ ସ୍ୱାମୀ ସତ୍ୟଦୀପ ମିଶ୍ରା ବହୁତ ଖୁସି ଅଛନ୍ତି । ଉଭୟ ନିଜ ଲାଡଲୀ ସହ ପ୍ୟାରେଣ୍ଟହୁଡ୍ ଜର୍ଣ୍ଣି ଉପଭୋଗ କରୁଛନ୍ତି ।

ସୋସିଆଲ ମିଡିଆରେ ମସାବା ଏକ ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ସେ ସୁନା କଡା ପିନ୍ଧିଥିବାର ନଜର ଆସିଛନ୍ତି, ଯେଉଁଥିରେ ତାଙ୍କ କୁନି ରାଜକୁମାରୀର ନାମ ‘ମତାରା’ ଲେଖା ହୋଇଛି । ମସାବା କଡା ସହିତ ଝିଅର ନାମ ମଧ୍ୟ ରିଭିଲ୍ କରିଛନ୍ତି । ଏଥିସହ ସେ ଝିଅର ଝଲକ୍ ଫ୍ୟାନମାନଙ୍କୁ ଦେଖାଇଛନ୍ତି । କିନ୍ତୁ ଏଥିରେ କୁନି ଝିଅର କେବଳ ହାତ ଦେଖାଯାଉଛି । ସେ ଏ ପର୍ଯ୍ୟନ୍ତ ଝିଅର ଫେସ୍ ରିଭିଲ୍ କରିନାହାନ୍ତି ।

ପୋଷ୍ଟ ସହିତ ମସାବା କ୍ୟାପସନରେ ଲେଖିଛନ୍ତି, ‘ମୋ ମତାରାକୁ ୩ ମାସ ପୂରଣ ହୋଇଛି’ । ମସାବା ଝିଅର ନାମର ଅର୍ଥ ମଧ୍ୟ ଜଣାଇଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି, ‘ଏହି ନାମ ୯ ହିନ୍ଦୁ ଦେବୀଙ୍କ ଦିବ୍ୟ ନାରୀ ଶକ୍ତିକୁ ପ୍ରତିଫଳିତ କରିଥାଏ, ଯାହା ସେମାନଙ୍କ ଶକ୍ତି ଓ ଜ୍ଞାନକୁ ସେଲିବ୍ରେଟ୍ କରେ । ସେ ମଧ୍ୟ ଆମ ଆଖିର ତାରା’ ।

ମସାବାଙ୍କ ପୋଷ୍ଟରେ ଫ୍ୟାନମାନେ ତାଙ୍କ ଝିଅକୁ ଖୁବ୍ ଭଲ ପାଇବା ଦେବା ସହ ‘ମତାରା’ ନାମକୁ ବହୁତ ସୁନ୍ଦର ବୋଲି କହିଛନ୍ତି ।

You might also like