“ମୁଁ ମାଧୁରୀଙ୍କୁ ନେଇଯିବି” ପାକିସ୍ତାନୀ ମୌଲାନାଙ୍କ ଅଜବ ମନ୍ତବ୍ୟ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ନିଜ ଦମଦାର ଅଭିନୟ ସହ ଡ୍ୟାନ୍ସ ଅନ୍ଦାଜରେ ଲୋକଙ୍କ ହୃଦୟରେ ଆଜି ବି ରାଜ କରୁଛନ୍ତି । ଅଭିନେତ୍ରୀଙ୍କ ଅନେକ ଫ୍ୟାନ ଫୋଲର୍ସ ରହିଛନ୍ତି । ତାଙ୍କ ଫ୍ୟାନ୍ସଙ୍କ ତାଲିକା ଏତେ ଲମ୍ବା ଯେ ତାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ହୁଏ । ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ସାଧାରଣ ଲୋକଙ୍କ ସହିତ, ମାଧୁରୀଙ୍କ ଫ୍ୟାନ୍ସ ତାଲିକାରେ ଅନେକ ସେଲିବ୍ରିଟି ମଧ୍ୟ ସାମିଲ ଅଛନ୍ତି ।

ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପ୍ରସାରିତ ହେଉଥିବା ଏକ ଭିଡିଓ ବିବାଦ ସୃଷ୍ଟି କରିଛି । ଯେଉଁଥିରେ ଜଣେ ପାକିସ୍ତାନୀ ଧର୍ମଗୁରୁ (ମୌଲାନା) ସମ୍ଭାବ୍ୟ ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଭିଡିଓରେ ବ୍ୟକ୍ତି ଜଣକ ତାଙ୍କ ପୁଅ ପାଖରେ ବସି କହିଛନ୍ତି ଯଦି ପାକିସ୍ତାନ ଭାରତ ବିରୁଦ୍ଧରେ ଯୁଦ୍ଧ ଜିତିଯାଏ, ତେବେ ସେ “ମାଧୁରୀ ଦୀକ୍ଷିତଙ୍କୁ ନେଇଯିବେ ” – ମୌଲାନାଙ୍କ ଏଭଳି ମନ୍ତବ୍ୟ ପାଇଁ ଏହି ଭିଡିଓ ଏବେ ତୀବ୍ର ସମାଲୋଚନାର ଶିକାର ହୋଇଛି ।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୨୬ ଜଣ ଭାରତୀୟ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଯାହା ପରଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନନା ଲାଗିରହିଛି । ଏହା ଭିତରେ ପାକିସ୍ତାନୀ ଧର୍ମଗୁରୁଙ୍କ ଏଭଳି ମନ୍ତବ୍ୟ ଖୁବ ବିବାଦ ସୃଷ୍ଟି କରିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରଲ ହେବାରେ ଲାଗିଛି । ସୂଚନାଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ଯୁଦ୍ଧ ୧୯୯୯ ମସିହାରେ ହୋଇଥିଲା ଯାହା କାରଗିଲ ଯୁଦ୍ଧ ଭାବରେ ଜଣାଶୁଣା । ଏବେ ପୁଣିଥରେ ଉଭୟ ଦେଶ ଭିତରେ ଯୁଦ୍ଧର ସମ୍ଭାବନା ବଢ଼ିବାରେ ଲାଗିଛି ।

Also read: କାର୍ ଦୁର୍ଘଟଣାର ଶିକାର ହେଲେ ଇଣ୍ଡିଆନ ଆଇଡଲ ୧୨ର ୱିନର ପୱନଦୀପ, ଗୁରୁତର ଆଘାତ