ନିଜ ଇନକମ୍ ଖବର ପ୍ରସାରିତ ହେବା ପରେ ରିପୋଟର୍ସଙ୍କ ଉପରେ ବର୍ଷିଲେ ଅର୍ଜୁନ

ବଲିଉଡ଼ ଅଭିନେତା ଅର୍ଜୁନ କପୁରଙ୍କ ସହ ମଲାଇକା ଅରୋରାଙ୍କ ରିଲେନସିପକୁ ନେଇ ଖବର ରହିଥାଏ ସବୁବେଳେ ଚର୍ଚ୍ଚାରେ । ଅଭିନେତା ଅର୍ଜୁନ ନିଜ କଥାକୁ ସର୍ବଦା ଖୁଲମଖୁଲା ରଖନ୍ତି । ଏହାରି ମଧ୍ୟରେ କିଛି ଏମିତି ଘଟଣା ଘଟିଯାଇଛି ଯାହାଦ୍ୱାରା ସେ ରିପୋଟର୍ସଙ୍କ ଉପରେ ରାଗ ବର୍ଷା କରିଛନ୍ତି ।

ନିକଟ ଅତୀତରେ ମଲାଇକାଙ୍କ ସମ୍ପତ୍ତି କୁ ନେଇ ଏକ ଖବର ପ୍ରସାରିତ ହୋଇଥିଲା । ରିପୋର୍ଟ ମୁତାବକ ମଲାଇକାଙ୍କ ନେଟ ୱର୍ଥ ପାଖାପାଖି ୧୦୦ କୋଟି ଟଙ୍କା । ଯାହା କି ସେ ଫିଲ୍ମ ତଥା ମନୋରଞ୍ଜନ ଦୁନିଆରେ କାମ କରୁଥିବା ବେଳେ ପାଇଥିଲେ । କିନ୍ତୁୁ ଅର୍ଜୁନଙ୍କ ନେଟ ୱର୍ଥ ୮୮ କୋଟି ଟଙ୍କା ବୋଲି ସାମ୍ନାକୁ ଆସିଥିଲା । କିନ୍ତୁ ଏହା ସମସ୍ତଙ୍କ ସାମ୍ନାକୁ ଆସିବା ପରେ ଅଭିନେତା ଏହାକୁ ନେଇ ରାଗି ଯାଇଥିଲେ । ତାଙ୍କୁ ଏହି ଖବର ପସନ୍ଦ ଆସିନଥିଲା ।

 

View this post on Instagram

 

A post shared by Malaika Arora (@malaikaaroraofficial)

ନିଜର ଇନକମ୍‌କୁ ନେଇ ଏଭଳି ଖବର ପ୍ରସାରଣ ହେବା ପରେ ମିଡିଆ ଉପରେ ରାଗିଥିଲେ ଅର୍ଜୁନ । ଆପଣଙ୍କୁ କହିଦେବାକୁ ଚାହୁଁ ଯେ, ଅର୍ଜୁନ ଏବଂ ମଲାଇକା ବର୍ଷ ୨୦୧୬ରୁ ଏକାଠି ଅଛନ୍ତି । କିନ୍ତୁ ସେ ଏହାକୁ ପବ୍ଲିକରେ ସେୟାର କରିନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ସାମ୍ନାକୁ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.