ଅମିତାଭ ବଚ୍ଚନ ବଲିଉଡରେ ମି ଠୁ ଅଭିଯାନକୁ ସମର୍ଥନ କରି ଏକ ଟ୍ବିଟ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ କୌଣସି ମହିଳାଙ୍କ ସହିତ ହେଉଥିବା ଦୁର୍ବ୍ୟବହାର ଏବଂ ଖରାପ ଆଚରଣ ବିରୁଦ୍ଧରେ ମୁଁ ଅଛି। ଖାସ କରି ତାଙ୍କର କର୍ମସ୍ଥଳିରେ ହେଉଥିବା ଦୁର୍ବ୍ୟବହାରରେ। ଏମିତି ଖରାପ ବ୍ୟବହାକାରୀଙ୍କୁ ତୁରନ୍ତ ସମ୍ବଦ୍ଧିତ ଅଧିକାରୀଙ୍କ ନୋଟିସରେ ଆଣିବା ଦରକାର ଏବଂ ତା ବିରୁଦ୍ଧରେ ଅଭିଯୋଗ ରୁଜୁ କରିବା ଆବଶ୍ୟକ। ଏହା ଛଡା ଅଭିଯୁକ୍ତ ବିରୋଧରେ ଆଇନର ସାହାରା ନେବା ଆବଶ୍ୟକ।
ଏହା ସହ ପଢ଼ନ୍ତୁ : ଅମିତାଭଙ୍କଠୁ ପ୍ରତିଶୋଧ ନେଲେ ଅଭିଷେକ , ସୋସିଆଲ୍ ମିଡିଆରେ ଦେଲେ କଡା ଜବାବ
ଅମିତାଭ ବଚ୍ଚନ ଆହୁରି ଲେଖିଛନ୍ତି ମହିଳା, ଛୋଟ ପିଲା ଏବଂ ସମାଜର ଦୁର୍ବଳ ବର୍ଗଙ୍କୁ ସ୍ବତନ୍ତ୍ର ସୁରକ୍ଷା ଦେବା ଆବଶ୍ୟକ। ବଡ ବଡ କାର୍ୟ୍ୟସ୍ଥଳୀରେ ମହିଳାଙ୍କର ପ୍ରତିନିଧିତ୍ବକୁ ଦେଖିବା ସବୁଠୁ ଅଧିକ ଉତ୍ସାହଜନକ ରହିଥାଏ। ଏହା ଆମ ପାଇଁ ବହୁତ ଲଜ୍ଜାଜନକ ହେବ ଯଦି ଆମେମାନେ ତାଙ୍କୁ ସମ୍ମାନ ଏବଂ ସୁରକ୍ଷା ନଦେଇପାରିବା ଯେଉଁଥି ପାଇଁ ସେମାନେ ଯୋଗ୍ୟ ଅଟନ୍ତି।
ପୁର୍ବତନ ବିଗ ବସ ପ୍ରତିଯୋଗୀ ଏବଂ ହେୟାର ସ୍ଟାଇଲିଷ୍ଟ ସପନା ଭବନାନି ବିଗ ବିଙ୍କର ଏହି ପୋଷ୍ଟ ଉପରେ ପ୍ରତିକ୍ରୀୟା ରଖି ଲେଖିଛନ୍ତି ଯେ ଏହା ଏବେ ପର୍ୟ୍ୟନ୍ତର ସବୁଠୁ ବଡ ମିଛ ଅଟେ। ସାର, ଫିଲ୍ମ ପିଙ୍କ ରିଲିଜ ହୋଇ ସାରିଛି ଏବଂ ଆପଣଙ୍କର ଯେଉଁ ଆକ୍ଟିଭିଟି ଇମେଜ ରହିଛି ତାହା ମଧ୍ୟ ଜଣା ପଡିବ। ସତ ବହୁତ ଜଲଦି ସାମ୍ନାକୁ ଆସିବ। ଆଶା କରୁଛି ଯେ ଆପଣ ଆପଣଙ୍କ ହାତ ଚୋବାଉଥିବେ କାରଣ ନଖ କମ୍ ପଡିଯିବ।
This has to be the biggest lie ever. Sir the film Pink has released and gone and your image of being an activist will soon too. Your truth will come out very soon. Hope you are biting your hands cuz nails will not be enough. @SrBachchan #Metoo #MeTooIndia #comeoutwomen https://t.co/gMQXoRtPW3
— Sapna Moti Bhavnani (@sapnabhavnani) October 11, 2018
ଏହା ସନ୍ଦେହ ନାହିଁ ଯେ ମି ଠୁ ଅଭିଯାନ ବଲିଉଡ ଇଣ୍ଡଷ୍ଟ୍ରୀରେ ଭୟାନକ ମୁହଁକୁ ସାମ୍ନାକୁ ଆଣିଲାଣି। ଗୋଟିଏ ପରେ ଗୋଟିଏ ଅନେକ ବଲିଉଡ ନିର୍ଦ୍ଦେଶକ, ନିର୍ମାତା ଏବଂ ଅଭିନେତା ଏହାର ପରିସରରେ ଅଛନ୍ତି। ନାନା ପାଟେକରଙ୍କୁ ନେଇ ସାଜିଦ ଖାନ, ଅଲୋକ ନାଥ, ସୁଭାଷ ଘାଇଙ୍କର ନାମ ଏହି ଲିଷ୍ଟରେ ସାମିଲ ଅଛି।