ମନୋରଂଜନ

ରିଲ ଲାଇଫରେ ପୁଲିସ ଅଫିସରର ଆକ୍ଟିଙ୍ଗ କରୁଥିବା ଏହି ଅଭିନେତା ଜଣକ ପ୍ରକୃତରେ ଜଣେ ଯବାନ୍

ଦମଦାର କଲେକ୍ସନ କରୁଛି ଶାହାରୁଖ ଖାନଙ୍କ ଅଭିନୀତ ଆକ୍ସନ ଫିଲ୍ମ ଯବାନ ।  ସବୁଠି ଏବେ ‘ଯବାନ’ର କ୍ରେଜ୍‌ । ଫିଲ୍ମ ହଲରେ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ୍’ର କ୍ରେଜ୍ । ଫିଲ୍ମକୁ ଦେଖିବାକୁ ହଲରେ ଲାଗୁଛି ଦର୍ଶକଙ୍କ ଭିଡ । ଏହି ହାଇ ଆକ୍ସନ୍ ଫିଲ୍ମରେ ଶାହାରୁଖଙ୍କ ସହ ଆଉ ଜଣେ ଏଭଳି ଅକ୍ଟରଙ୍କୁ ଦେଖିବା ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା । ରିଲ ଲାଇଫରେ ପୁଲିସ ଅଫିସରର ଆକ୍ଟିଙ୍ଗ କରୁଥିବା ଏହି ଆକ୍ଟର ଜଣକ ପ୍ରକୃତରେ ଜଣେ ଯବାନ୍, ଯାହାଙ୍କ ନାଁ ହେଉଛି ସଙ୍ଗୟ ଶେଲତ୍ରିମ୍ । ଭୂଟାନ ଆର୍ମିରେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏହି ଯବାନ୍ ଏବେ ବଲିଉଡରେ ଦେଖାଇଛନ୍ତି ନିଜ ଆକ୍ଟିଙ୍ଗର କମାଲ ।

୪୧ ବର୍ଷିୟ ସଙ୍ଗୟ ‘ଯବାନ୍ ‘ ମୁଭିରେ ଜୁଜୁ ନାଁରେ ଜଣେ ପୁଲିସ ଅଧିକାରୀ ଭାବେ ଦେଖାଯାଉଛନ୍ତି । ତାଙ୍କ ଚରିତ୍ରକୁ ଫିଲ୍ମର ଓପନିଙ୍ଗ ସିକ୍ୱେଲରୁ ଆରମ୍ଭ କରି ଶେଷ ଯାଏଁ ଗୁରୁତ୍ୱପୂର୍ଣ୍ଣ ସିକ୍ୱେଲରେ ଦେଖିବାକୁ ମିଳିଛି । ଭାରତୀୟ ଆର୍ମି ଉପରେ ଆଧାରିତ ଏହି ଫିଲ୍ମରେ ଏହି ରିଅଲ ସୋଲଜରଙ୍କୁ ଦେଖିବାକୁ ମିଳିଛି । ଭୂଟାନରେ ଏହି ଯବାନଙ୍କର ଖୁବ୍ ଲୋକପ୍ରିୟତା ରହିଛି । ଏବେ ଭାରତରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା । ସଙ୍ଗୟ ରୟାଲ ବଡିଗାର୍ଡ ଅଫ୍ ଭୂଟାନରେ କାର୍ଯ୍ୟରତ ଥିଲେ । ତାଙ୍କୁ ଭୂଟାନ ରାଜପରିବାରର ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା । ହେଲେ ପିଲାବେଳୁ ସଙ୍ଗୟଙ୍କର ଆକ୍ଟିଂ, ଡାନ୍ସି ସହ ବଡିବିଲ୍ଡିଙ୍ଗ ପାଇଁ ବେଶ୍ ଆଗ୍ରହ ଥିଲା । ତେଣୁ ୨୦୧୩ରେ ସେ ବଡିବିଲ୍ଡିଙ୍ଗରେ କ୍ୟାରିଅର କରିବାକୁ ଆର୍ମି ଚାକିରୀରୁ ଇସ୍ତଫା ଦେଇଥିଲେ ।

ସଙ୍ଗୟ ଭୂଟାନରେ ଚର୍ଚ୍ଚିତ ବଡିବିଲ୍ଡର । ଏକାଧିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପ୍ରଥମେ ମିଷ୍ଟର ଭୂଟାନ ହେବାର ଖ୍ୟାତି ଅର୍ଜନ କରିଥିଲେ । ଏହାପରେ ମିଷ୍ଟର ଏସୀୟା ପ୍ରତିଯୋଗିତାରେ ବିଜୟୀ ହେଲେ । ଏହି ବଡିବିଲ୍ଡିଙ୍ଗ ନିଶା ତାଙ୍କୁ ଫିଲ୍ମକୁ ନେଇଆସିଲା । ସଙ୍ଗୟ ନିଜର ଫିଲ୍ମ କ୍ୟାରିଅର ଏକ ଭୂଟାନୀ ଫିଲ୍ମରୁ ଆରମ୍ଭ କରିଥିଲେ, ଯାହା ଭୂଟାନୀ ଫିଲ୍ମ ଇତିହାସରେ ବେଶ୍ ସଫଳତା ଅର୍ଜନ କରିଥିଲା । ୨୦୧୯ରେ ତାଙ୍କୁ ଏହି ଫିଲ୍ମ ପାଇଁ ଆୱାର୍ଡ ମିଳିଥିଲା । ଏହାର କିଛି ଦିନ ପରେ ତାଙ୍କର ସାକ୍ଷାତ ହୋଇଥିଲା ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ସହ । ସଲମାନ ତାଙ୍କୁ ଫିଲ୍ମ ରାଧେ ପାଇଁ କାମ କରିବାକୁ ଅଫର ଦେଲେ । ଏହିଭଳି ଭାବରେ ସଙ୍ଗୟ ବଲିଉଡରେ ଏଣ୍ଟି କରିବା ପରେ ତାଙ୍କ ପାଖକୁ ଗୋଟେ ପରେ ଗୋଟେ ଅଫର ଛୁଟିଥିଲା । ନିକଟ ଅତୀତରେ ଡିଜନି ହଟଷ୍ଟାରରେ ‘ଫ୍ରିଲାନ୍ସର’ ନାଁରେ ଏକ ୱେବସିରିଜ୍ ରିଲିଜ ହୋଇଛି । ଏହାସହ ସେ ଅଖିଲ ଅକ୍କିନେନୀଙ୍କ ଫିଲ୍ମ ‘ ଏଜେଣ୍ଟ’ରେ ମଧ୍ୟ କାମ କରିଛନ୍ତି ।

ତେବେ ଫିଲ୍ମ ‘ଯବାନ’ରେ ରୋଲକୁ ନେଇ ନିଶ୍ଚିତ ନଥିଲେ ସଙ୍ଗୟ । କାରଣ ସେ ଅନ୍ୟ ଏକ ପ୍ରୋଜେକ୍ଟରେ ବ୍ୟସ୍ତ ଥିଲେ । ସେ ଏକ ଭୂଟାନୀ ଫିଲ୍ମ ‘ଲିଙ୍ଗପୋଏନ’ର ସୁଟିଂ କରୁଥିଲେ । ଏହି ସମୟରେ ତାଙ୍କୁ ଫୋନ କରିଥିଲେ ମୁକେଶ ଛାବଡା । ତା ପରଦିନ ତାଙ୍କୁ ଯବାନର ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ଫୋନ୍ କଲ ଆସିଥିଲା । ଏହା ଶାହାରୁଖଙ୍କ ସହ ତାଙ୍କ ପାଇଁ ଏକ ବଡ ସୁଯୋଗ । ଏହାକୁ ହାତଛଡା ନକରିବାକୁ କହିଥିଲେ ଡାଇରେକ୍ଟର । ବାସ୍ ଏତିକିରେ ନିଜର ଫିଲ୍ମ ସୁଟିଂ ଛାଡି ‘ଯବାନ’ରେ ଆକ୍ଟିଂକୁ ଗ୍ରହଣ କରିଥିଲେ । ଯବାନରେ ସଙ୍ଗୟଙ୍କ ଦମଦାର ଆକ୍ଟିଂକୁ ଦେଖି ଦର୍ଶକ ଖୁବ୍ ପ୍ରଶଂସା କରିଛନ୍ତି । ଯାହା ବଲିଉଡରେ ତାଙ୍କର ଭବିଷ୍ୟତକୁ ନେଇ ଆଶା ସୃଷ୍ଟି କରିଛି । ତେବେ ଆଗକୁ ତାଙ୍କ ଅଭିନୀତଫିଲ୍ମ କଣ ଆସିବ ତାହା ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago