ମାତ୍ର ୧୯ ବର୍ଷରେ ସଲମାନ୍ ଖାନଙ୍କ ମନ କିଣିନେଇଥିଲେ ଏହି ଝିଅ, ଜାଣନ୍ତୁ କିଏ ତାଙ୍କର ପ୍ରଥମ ପ୍ରେମ

ମୋଷ୍ଟ ଏଲିଜିବଲ ବ୍ୟାଚଲର କହିଲେ ସମସ୍ତେ ଜାଣନ୍ତି ଭାଇଜାନ ସଲମାନ୍ ଖାନଙ୍କୁ। ସଲମାନ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି, କିନ୍ତୁ ଗର୍ଲଫ୍ରେଣ୍ଡ ମାମଲାରେ ତାଙ୍କର ଲମ୍ବା ଲିଷ୍ଟ। ତାଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଛି। ନିଜର ପର୍ସନାଲ ଲାଇଫ୍ ଆଉ ଲଭ୍ ଆଫାୟର୍ସକୁ ନେଇ ସେ ଅନେକ ଥର ବିବାଦ ଘେରକୁ ପଶିଛନ୍ତି। ସଲମାନଙ୍କ ଗାର୍ଲଫ୍ରେଣ୍ଡ ଲିଷ୍ଟରେ ସଂଗୀତା ବିଜଲାନି, ସୋମି ଅଲି, ଐଶ୍ୱର୍ଯ୍ୟା ରାୟ, କ୍ୟାଟ୍ରିନା କୈଫଙ୍କ ଛଡା ଆହୁରି ଅନେକ ଝିଅ ତାଙ୍କ ଜୀବନକୁ ଆସିଛନ୍ତି ଆଉ ଯାଇଛନ୍ତି। କିନ୍ତୁ ସଲମାନଙ୍କ ପ୍ରଥମ ପ୍ରେମିକା ବିଷୟରେ କଣ ଆପଣ ଜାଣନ୍ତି। ଯଦି ଆପଣ ଐଶ୍ୱର୍ଯ୍ୟା କି ସଂଗୀତା ବିଜଲାନିଙ୍କୁ ଭାବୁଛନ୍ତି ତାହେଲେ ଏକଦମ୍ ଭୁଲ ଭାବୁଛନ୍ତି।
ତାଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ ମାତ୍ର ୧୯ ବର୍ଷରେ ହୋଇଥିଲେ। ଇଏ ସେହି ଝିଅ ଥିଲେ ଯାହାଙ୍କ ଉପରେ ସଲମାନଙ୍କ ହୃଦୟ ପ୍ରଥମ ଥର ପାଇଁ ଆସିଥିଲା । ଏହି ଝିଅ ପାଇଁ ସଲମାନ ସେହି ସମୟରେ ତାଙ୍କ ରେଡ ସ୍ପୋର୍ଟସ କାରରେ କଲେଜର ଚକ୍କର କାଟୁଥିଲେ। ଏହି ଝିଅ ଆଉ କେହି ନୁହଁନ୍ତି ବରଂ ଶାହିନ୍ ଜାଫ୍ରି ଥିଲେ। ଶାହିନ୍ ଜଣେ ମଡେଲ୍ ଥିଲେ। ସେତେବେଳେ ସଲମାନ ଫିଲ୍ମ ଷ୍ଟାର୍ ହୋଇନଥିଲେ ଏବଂ ମୁମ୍ବାଇର ସେଣ୍ଟ ଜାଭିୟର କଲେଜରେ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଉଭୟ ପରସ୍ପରକୁ ଡେଟ ମଧ୍ୟ କରିଥିଲେ। ଉଭୟଙ୍କ ପରିବାର ଏହି ସମ୍ପର୍କ ପାଇଁ ପ୍ରସ୍ତୁତ ଥିଲେ।
ସଲମାନଙ୍କ ପରିବାର ଶାହିନଙ୍କୁ ବହୁତ ପସନ୍ଦ କରୁଥିଲେ। ସମସ୍ତେ ଭାବୁଥିଲେ ଦୁହେଁ ଖୁବ୍ ଶୀଘ୍ର ବିବାହ କରିବେ। କିନ୍ତୁ ତାହା ହେଲା ନାହିଁ। ସଲମାନ ସେହି ସମୟର ପ୍ରସିଦ୍ଧ ମଡେଲ ତଥା ୧୯୮୦ ର ମିସ୍ ଇଣ୍ଡିଆ ସଙ୍ଗୀତା ବିଜଲାନିଙ୍କୁ ଭେଟିଥିଲେ, ଉଭୟଙ୍କ ମଧ୍ୟରେ ପ୍ରେମ ବଢିବାରେ ଲାଗିଥିଲା। ଯାହା ପରେ ସଲମାନ ଏବଂ ଶାହିନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।