ସେଲିବ୍ରିଟି ଯିଏ କେବେ ଥିଲେ ପୁରୁଷ ଆଜି ବନିଯାଇଛନ୍ତି ମହିଳା : ସୌନ୍ଦର୍ଯ୍ଯ ଏମିତି ଯେ କରିଦେବ ଆଶ୍ଚର୍ଯ୍ଯ

ଜାନୁୟାରୀ ମାସରେ ସୈଫ୍ ଅଲ୍ଲୀ ଖାନଙ୍କ ଏକ ସିନେମା ଆସିଥିଲା ’କାଲାକାଣ୍ଡି’ । ଯେଉଁଥିରେ ଜଣେ ପୁରୁଷ ନିଜର ଲିଙ୍ଗ ପରିବର୍ତ୍ତନ କରି ମହିଳା ହେବାକୁ ନିଷ୍ପତି ନେଇଥିଲେ । ତେବେ ଏହା କେବଳ ରିଲରେ ନୁହେଁ ରିୟଲରେ ବି ଏମିତି ଅନେକ ଘଟଣା ରହିଛି । ଲିଙ୍ଗ ପରିବର୍ତ୍ତନ କରି ପୁରୁଷରୁ ମହିଳା ସାଜିଛନ୍ତି ଅନେକ ବ୍ୟକ୍ତି । ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି କେତେ ଗୁଡିଏ ଫିଲ୍ମ ଷ୍ଟାରଙ୍କ ବିଷୟରେ ଯେଉଁ ମାନେ ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି ଓ ସାରା ଜୀବନ ଗୋଟେ ମହିଳା ହିସାବରେ ବଂଚିବାକୁ ନିଷ୍ପତି ନେଇଛନ୍ତି ।

ଗୌରୀ ଅରୋରା :
gouri aroraଗୌରବ ରୁ ଗୌରୀ । ଟେଲିଭିଜନ ଦୁନିଆଁର ବେଶ୍ ଜଣାଶୁଣା ଚେହେରା ଗୌରବ ଅରୋରା । ତେବେ ଯାହାଙ୍କ ନାଁ ଏବେ ଗୌରୀ ତାଙ୍କୁ ଛୋଟ ବେଳୁ ଝିଅଙ୍କ ପରି ଚାଲିବା, ଝିଅଙ୍କ ପରି କଥା କହିବା, ଝିଅଙ୍କ ଡ୍ରେସ୍ ପିନ୍ଧିବା ଏମିତି ସବୁ କିଛି ଝିଅଙ୍କୁ ଯାହା ଭଲ ଲାଗେ ସେ ସବୁ ତାଙ୍କୁ ଭଲ ଲାଗୁଥିଲା । କିନ୍ତୁ ଦୁଃଖର କଥା ଯେ, ଗୌରୀ ଯେତେବେଳେ ୧୦ ବର୍ଷର ହୋଇଥିଲେ ସେତେବେଳେ ସେ ଏକ ଦୁର୍ଷ୍କମର ଶିକାର ହୋଇଥିଲେ । ଗୌରୀ ଏକ ପୁରୁଣା ଚିନ୍ତାଧାରାର ଘରୁ ଅସିଥିଲେ ମଧ୍ୟ ବଡ ହେଲାପରେ ନିଜର ଲିଙ୍ଗ ପରିବର୍ତ୍ତନ କରିବାର ନିଷ୍ପତି ନେଇପାରିଥିଲେ । ପ୍ରଥମେ ଗୌରୀ ଏକ ରିୟଲିଟି ସୋ ରେ ନଜର୍ ଆସିଥିଲେ । ସେ ଏକ୍ ଟପ୍ ମଡେଲ୍ ସୋ ରେ ଭାଗ ନେଇଥିଲେ ଗୌରୀ । କିନ୍ତୁ ପର ମୂହୁର୍ତ୍ତରେ ତାଙ୍କୁ ଏ ସୋ ରୁ ବାହାର କରି ଦିଆଯାଇଥିଲା କାରଣ ସେ ଲିଙ୍ଗ ପରିବର୍ତ୍ତନ କରିଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିଲ ।

ବବି ଡାର୍ଲିଙ୍ଗ୍ :
bobbyବଲିଉଡର ଅନେକ ସିନମୋରେ କାମ କରିସାରିଛନ୍ତି ବବି ଡାର୍ରଲିଙ୍ଗ୍ । ଏହା ସହ ବିଗବସ୍ ରିଆଲିଟି ସୋ ସିଜନ୍ ୧ରେ ମଧ୍ୟ ଭାଗ ନେଇ ସାରିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ ବବି ମହିଳା ହେବା ପୂର୍ବରୁ ତାଙ୍କ ନାଁ ’ଲିମକା ବୁକ୍ସ ଅଫ୍ ରେକଡ୍’ ଆସିଥିଲା । ୨୦୧୦ ମସିହାରେ ସେ ତାଙ୍କ ସ୍ବାମୀଙ୍କ ବିରୁଦ୍ଧରେ ଘରୋଇ ହିଂସାର ମାମଲା ରୁଜୁ କରିଥିଲେ ।

ଶିନାତା ସାଂଘା :
Shinata saanghaଶିନାତା ହେଉଛନ୍ତି ବ୍ରିଟିସ୍ ଭାରତୀୟ ମଡେଲ୍ । ଏହା ସହ କୋଟି କୋଟି ଟଙ୍କାର ମାଲିକାଣି ମଧ୍ୟ । ୨୦୧୦ରୁ ୨୦୧୨ ପର୍ୟ୍ୟନ୍ତ ଶିନାତା ଟ୍ରାନ୍ସଜେଣ୍ଡର ମଡେଲ୍ ରହି ସାରିଛନ୍ତି । ଏହା ସହ ସେ ଅନେକ ବ୍ୟୁଟି ପ୍ରେଜେଂଟ୍ ଏବଂ ୨୦୦୬ ମିସ୍ ଗ୍ଲାମର୍ କୁଇନ୍ ୟୁନାଇଟେଡ୍ କିଙ୍ଗଡମ୍ ଭଳି ଅନେକ ପୁରସ୍କାର ଜିତି ସାରିଛନ୍ତି ।

ନିକ୍କି ଚାୱଲା :
nikkyଲିଙ୍ଗ ପରିବର୍ତ୍ତନ କରିବାରେ ନିଷ୍ପତି ଖୁବ୍ କଠିନ ଥିଲା ନିକ୍କିଙ୍କ ପାଇଁ । ଶେଷରେ ୨୦୦୯ରେ ସେ ଜଣେ ମହିଳା ହେବାର ନିଷ୍ପତି ନେଲେ । ଦେଖିବାକୁ ଖୁବ୍ ସୁନ୍ଦର ଥିବା ନିକ୍କିଙ୍କ ନାଁ ଦେଶର ଟପ୍ ମଡେଲଙ୍କ ମଧ୍ୟରେ ସାମିଲ୍ ଅଛି । ନିକ୍କିଙ୍କୁ ଦେଖିଲେ କେହି ବି କହି ପାରିବେନି ସେ ଜଣେ ପୁରୁଷ ଥିଲେ ବୋଲି ।

ନୋଙ୍ଗ ପୋୟ :
nongମାତ୍ର ୧୭ ବର୍ଷ ବୟସରେ ପୁରୁଷରୁ ମହିଳା ହେବାର ନିଷ୍ପତି ନେଇଥିଲେ ନୋଙ୍ଗ ପୋୟ । ଆଉ ଆଜି ଜଣେ ସଫଳ ତଥା ଲୋକପ୍ରିୟ ମଡେଲ୍ ହୋଇସାରିଛନ୍ତି ନୋଙ୍ଗ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.