Met Gala 2021: ମୁଣ୍ଡଠୁ ଗୋଡ଼…ପୂରା ଶରୀରକୁ କଳା କଭରରେ ଢାଙ୍କି ରଖିଥିଲେ କିମ୍‌ କାର୍ଦସିୟନ, ତଥାପି ରେଡ୍‌ କାର୍ପେଟ୍‌ରେ ଦିଶୁଥିଲେ ଆକର୍ଷଣୀୟ

ହଲିଉଡ୍‌ର ରିୟାଲିଟି ଟିଭି ଷ୍ଟାର୍‌ କିମ୍‌ କାର୍ଦସିୟନ ନିଜର ବୋଲ୍ଡ ଫ୍ୟାଶନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ କିମ୍‌ ନିଜର ଏକ ନୂଆ ଅବତାରରେ ମେଟ୍‌ ଗାଲା ୨୦୨୧ରେ ପହଞ୍ଚିଥିଲେ। ଏହି ସମୟରେ ସେ ବ୍ଲାକ୍‌ ଡ୍ରେସ୍‌ରେ ନିଜର ପୂରା ଶରୀରକୁ ଢାଙ୍କି ରଖିଥିଲେ। ଏପରିକି, ସେ ନିଜ ଚେହେରାକୁ ବି ଏଥିରେ ଢାଙ୍କି ରଖିଥିଲେ।

ସୋମବାର ନ୍ୟୁୟର୍କରେ ଆୟୋଜିତ ମେଟ୍‌ ଗାଲା ୨୦୨୧ରେ ଅନେକ ହଲିଉଡ୍‌ ସେଲିବ୍ରିଟିଙ୍କ ସହ କିମ୍‌ କାର୍ଦସିୟନ ବି ସାମିଲ ହୋଇଥିଲେ। ସେ ବାଲେନିୟାଗାର କ୍ରିଏଟିଭ୍‌ ଡାଇରେକ୍ଟର ଡେମ୍‌ନା ଗ୍ଵାସଲିୟାଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ବ୍ଲାକ୍‌ ଡ୍ରେସ ପିନ୍ଧିଥିଲେ।

କିମ୍‌ଙ୍କ ପୂରା ଶରୀର ଅର୍ଥାତ୍‌ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଏହି ଡ୍ରେସ୍‌ରେ କଭର ରହିଥିଲା। କିମ୍‌ ରେଡ୍‌ କାର୍ପେଟରେ ପହଞ୍ଚି ଏହି ଡ୍ରେସ୍‌ରେ କେତେକ ପୋଜ ଦେଇଥିଲେ। ନିଜ ଚେହେରା ଦେଖାଯାଉ ନ ଥିଲେ ବି କିମ୍‌ ରେଡ୍‌ କାର୍ପେଟ୍‌ରେ ବହୁତ ଆକର୍ଷଣୀୟ ଲାଗୁଥିଲେ। ଏହି କାର୍ଯ୍ୟକ୍ରମରେ କିମ୍‌ କାର୍ଦସିୟନଙ୍କୁ ୪୦ ବର୍ଷୀୟ ଡିଜାଇନର ଡେମନାଙ୍କ ସହିତ ଦେଖିବାକୁ ମିଳିଥିଲା।

ଯଦିଓ କିମ୍‌ ନିଜ ସ୍ୱାମୀ କାନ୍ୟେ େଓ୍ଵଷ୍ଟଙ୍କଠାରୁ ଅଲଗା ହୋଇ ସାରିଛନ୍ତି, କିନ୍ତୁ ରିପୋର୍ଟ ମୁତାବକ, ତାଙ୍କର ଏହି ଲୁକ୍‌ ପାଇଁ ତାଙ୍କ ସ୍ୱାମୀ ହିଁ ତାଙ୍କୁ ପ୍ରେରିତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.