ଜୀବନସାଥୀ ଖୋଜିବାକୁ ପ୍ରସ୍ତୁତ ମିକା ସିଂ, ଭିଡିଓ ସେୟାର କରି କହିଲେ ମନର କଥା

ରାପର ମିକା ସିଂ ରିଆଲିଟି ଶୋ ‘ସ୍ୱଂୟମ୍ବର: ମିକା ଦି ବୋଟି’ରେ ଆସିବାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି। ଏହି ଶୋ ଜରିଆରେ ନିଜ ପାଇଁ ଜୀବନସାଥି ଖୋଜୁଛନ୍ତି। ବିବାଦରେ ଛନ୍ଦି ହୋଇଥିବା ମିକା ଖୁବଶୀଘ୍ର ଟେଲିଭିଜନରେ ନିଜର ସ୍ୱଂୟମ୍ବର ପାଇଁ ଯୋଜନା କରିସାରିଛନ୍ତି। ସବୁବେଳେ ଏକା ରହିଥିବା ମିକା ଏବେ ଜୀବନସାଥି ଖୋଜିବାରେ ବ୍ୟସ୍ତ ରହିଛନ୍ତି। ଆଉ ଏହି ଶୋ ପାଇଁ ମିକା ବେଶ୍‌ ଉତ୍ସାହିତ ରହିଛନ୍ତି। ଏହି ଶୋରେ ଭାଗ ନେବା ପାଇଁ ୮ ମଇ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଖୁବଶୀଘ୍ର ଏହି ଶୋ ଷ୍ଟାରଭାରତରେ ପ୍ରସାରିତ ହେବ। ଏହାର ପ୍ରୋମୋ ମଧ୍ୟ ନଜର ଆସିଛି। ଏହାକୁ ମିକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ସେୟାର ହୋଇଥିବା ପ୍ରୋମୋ ଭିଡିଓରେ ମିକା ନିଜ ମନର କୋହ ବିଷୟରେ ଜଣାଇଛନ୍ତି। ଭିଡିଓରେ ମିକା କହିଛନ୍ତି, ଲଣ୍ଡନ ହେଉ ପ୍ୟାରିସ କିମ୍ବା ଝୁମୁରୀ ତଲୈୟା, ଏତେ ବିବାହ ଏବଂ ପାର୍ଟି ହେଉଛି, ଯେଉଁଠି ମୋ ଗୀତରେ ଲକ୍ଷ ଲକ୍ଷ ହୃଦୟର ମିଳନ ହେଉଛି। କିନ୍ତୁ ମୋ ମନ କଥା କିଏ ବୁଝିବ ?‘

 

View this post on Instagram

 

A post shared by Mika Singh (@mikasingh)

ସୂଚନାଯୋଗ୍ୟ, କେବଳ ମିକା ସିଂ ନୁହେଁ ପୂର୍ବରୁ ଟିଭି ଇଣ୍ଡଷ୍ଟ୍ରୀରେ ସ୍ୱଂୟମ୍ବର ହୋଇସାରିଛି। ରାକ୍ଷୀ ସାଓ୍ଵନ୍ତ, ମଲ୍ଲିକା ଶେରାଓ୍ଵତ, ରତନ ରାଜପୁତ, ରାହୁଲ ମହାଜନ ପ୍ରମୁଖ ସ୍ୱଂୟମ୍ବର କରିସାରିଛନ୍ତି। ନିକଟରେ ମିକା ସିଂଙ୍କ ଗୀତ ମଜନୁ ରିଲିଜ ହୋଇଥିଲା। ଯାହାକୁ ଲୋକେ ବେଶ୍‌ ପସନ୍ଦ କରୁଛନ୍ତି।

ଏମିତି ହେବ ଫର୍ମାଟ୍‌

ମିକା ସିଂଙ୍କର ଏହି ସ୍ୱୟଂମ୍ବର ବହୁତ ଆକର୍ଷଣୀୟ ହେବ। ରିପୋର୍ଟ ମୁତାବକ, ଶୋ’କୁ ନେଇ ପୂରା ପ୍ଲାନିଂ ହୋଇ ସାରିଛି। ଏହା ଏମିତି ଏକ ରିୟାଲିଟି ଶୋ’ ହେବ, ଯାହା ପାଖାପାଖି ସ୍ୱୟଂମ୍ବର ଭଳି ହିଁ ଲାଗିବ। ଶୋ’ର ଫର୍ମାଟକୁ ନେଇ ମଧ୍ୟ ସମ୍ପୂର୍ଣ୍ଣ ଯୋଜନା ହୋଇ ସାରିଛି। ଶୋ’ କିଛି ମାସ ପରେ ପ୍ରସାରିତ ହେବ ଏବଂ ଏଥିରେ ମିକା ସିଂ କେବଳ ନିର୍ବନ୍ଧ କରିବେ। ଏହାପରେ ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ନିଷ୍ପତ୍ତି ନେବେ ଏବଂ ସମ୍ପର୍କକୁ ଆଗକୁ ବଢ଼ାଇବେ। ମିକା ସିଂ ଖୋଦ୍‌ ଏହି ଶୋ’ରେ ଭାଗ ନେବାକୁ ବହୁତ ଉତ୍ସାହିତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.