୪୫ ବର୍ଷ ବୟସରେ ଜୀବନ ସାଥୀ ବାଛିଲେ ଗାୟକ ମିକା ସିଂହ, ସ୍ୱୟମ୍ବରରେ ଆକାଂକ୍ଷାଙ୍କୁ ପିନ୍ଧାଇଲେ ବରମାଳା

ଏବେ ଖୁବ ଚର୍ଚ୍ଚାରେ ଅଛି ବଲିଉଡର ପ୍ରସିଦ୍ଧ ସିଙ୍ଗର ମିକା ସିଂହଙ୍କ ସ୍ଵୟମ୍ବର ଓ ବିବାହ । ୪୫ ବର୍ଷ ବୟସରେ ଶେଷରେ ମିକାଙ୍କ କନ୍ୟା ଖୋଜିବା କାମ ଏକ ପ୍ରକାର ଶେଷ ହୋଇଛି । ଏକ ଜାତୀୟ ଗଣମାଧ୍ୟମରେ ମିକା ନିଜ କନ୍ୟା କିମ୍ବା ଭାବି ସ୍ତ୍ରୀଙ୍କୁ ଚୟନ କରିଛନ୍ତି । ମିକାଙ୍କ ସ୍ଵୟମ୍ବର “ମିକା ଦି ବୋଟୀ”ର ଫିନାଲେରେ ମିକା ଅଭିନେତ୍ରୀ ଆକାଂକ୍ଷା ପୁରୀଙ୍କୁ ନିଜ ପତ୍ନୀ ଭାବରେ ବାଛି ନେଇଛନ୍ତି । କହିରଖିବା ଉଚିତ ହେବକି ଏହି ଶୋ’ରେ ଆକାଂକ୍ଷାଙ୍କ ସହିତ ବଙ୍ଗଳାର ପ୍ରତିଙ୍କା ଦାଶ ଓ ନିତ ମହଲ ଫାଇନାଲିଷ୍ଟ ତାଲିକାରେ ଥିଲେ । କିନ୍ତୁ ଏହି ଦୁଇ ଜଣଙ୍କୁ ମାତ ଦେଇ ଆକାଂକ୍ଷା ଏହି ସ୍ଵୟମ୍ବର ଶୋ’ ଜିତି ଯାଇଛନ୍ତି । ଏହା ପରେ ଦୁହେଁ ଦୁହିଁଙ୍କୁ ବରମାଳା ପିନ୍ଧେଇ ଥିବା ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଜୀବନସାଥୀ ଖୋଜିବା ଉଦ୍ଦେଶ୍ୟରେ ମିକା ସିଂହ ଆୟୋଜନ କରିଥିବା ସ୍ଵୟମ୍ବରରେ ଆକାଂକ୍ଷାଙ୍କୁ ନିଜ ସାଥି ଭାବରେ ବାଛି ନେଇଛନ୍ତି । ଅବଶ୍ୟ ରୀତିନୀତି ଅନୁଯାୟୀ ଦୁହିଁଙ୍କ ବିବାହ ଏଯାଏଁ ହୋଇନାହିଁ । ଶୋ’ ଶେଷରେ ଆକାଂକ୍ଷାଙ୍କୁ ବିଜେତା ଘୋଷଣା କରିବା ସହିତ ତାଙ୍କୁ କଙ୍ଗନ ଓ ଜୟମାଳା ପିନ୍ଧେଇଥିଲେ । ଏକ ମାସ ଧରି ଚାଲିଥିବା ଏହି ରିଆଲିଟି ଶୋ’ରେ ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ ।

ମିକାଙ୍କ ସ୍ତ୍ରୀକୁ ଦେଖିବା ପାଇଁ ଫ୍ୟାନ୍ସ ମାନେ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ବିଜେତାଙ୍କ ନାଁ ଘୋଷଣା ହେବା ପରେ କିଛି ଜଣ ଖୁସି ଥିବାବେଳେ କିଛି ଜଣା ଉଦାସ ହୋଇଯାଇଛନ୍ତି । କାରଣ ଫ୍ୟାନ୍ସ ମାନେ ମିକାଙ୍କୁ ଅନସ୍କ୍ରିନ ବିବାହ ଦେଖିବାକୁ ଚାହୁଁଥିଲେ । କିନ୍ତୁ ମିକାଙ୍କ ନିଷ୍ପତ୍ତି ତାଙ୍କ ଫ୍ୟାନ୍ସ ମାନଙ୍କୁ ନିରାଶ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.