ରିଆଲିଟି ଶୋ’ରେ କଣ୍ଠଶିଳ୍ପୀ ଭୂମି ତ୍ରିବେଦୀଙ୍କୁ ପ୍ରପୋଜ୍‌ କଲେ ମିକା ସିଂହ, ପଚାରିଲେ – ମତେ ବାହା ହେବ?

ମ୍ୟୁଜିକ୍‌ ରିଆଲିଟି ଶୋ’ ଇଣ୍ଡିଆନ୍‌ ପ୍ରୋ ମ୍ୟୁଜିକ୍‌ ଲିଗ୍‌ରେ କଣ୍ଠଶିଳ୍ପୀ ଭୂମି ତ୍ରିବେଦୀଙ୍କୁ ପ୍ରପୋଜ୍‌ କରିଛନ୍ତି ମିକା ସିଂହ। ‘ମୁଝସେ ଶାଦି କରୋଗି’ ଗୀତ ମାଧ୍ୟମରେ ସେ ଭୂମିଙ୍କୁ ବିବାହ ପାଇଁ ପ୍ରପୋଜ୍‌ କରିଛନ୍ତି।

ଶୋ’ରେ ପଞ୍ଜାବ ଲାୟନ୍ସର ମିକା ସିଂହ, ଆଶିଷ ଓ ରୂପାଲି ଜଗା ‘ମୁଝ୍‌ସେ ଶାଦି କରୋଗି’ ଗୀତରେ ପରଫରମାନ୍ସ ଦେଇଥିଲେ। ଏହି ସମୟରେ ମିକା ଭୂମିଙ୍କ ପାଖକୁ ଯାଇ ତାଙ୍କୁ ଷ୍ଟେଜ୍‌କୁ ଆଣିଥିଲେ। ତା’ପରେ ସମସ୍ତଙ୍କ ସାମ୍ନାରେ ହିଁ ତାଙ୍କୁ ବିବାହ ପାଇଁ ପଚାରିଥିଲେ। ଏହା ପରେ ଶୋ’ର ଆଙ୍କର କରଣ ବାହୀ ଭୂମି ଓ ମିକାଙ୍କୁ ଏକାସଙ୍ଗେ ଡ୍ୟାନ୍ସ କରିବାକୁ କହିଥିଲେ। ସେତିକି ବେଳେ ମିକା ଷ୍ଟେଜ୍‌ରେ ଆଣ୍ଠୁ ମାଡ଼ି ବସି ଭୂମିକୁ ପୁଣିଥରେ ବିବାହ କରିବ କି କୁହ ବୋଲି ପଚାରିଥିଲେ। ସମସ୍ତେ ଭୂମିଙ୍କ ସହ ଜଡ଼ିତ ଅଛନ୍ତି। ମୁଁ ଭାବିଲି ମୁଁ ବି ତାଙ୍କ ସହ ଯୋଡ଼ି ହୋଇଯିବି,ଆପଣ ମାନେ ଭୂମି ସିଂହଙ୍କ ବିଷୟରେ କ’ଣ ଭାବୁଛନ୍ତି ବୋଲି ମିକା ପଚାରିଥିଲେ।


ଏହାର ଜବାବରେ ଭୂମି କହିଥିଲେ, ଆପଣମାନେ କ’ଣ ଭାବୁଛନ୍ତି ମିକା ତ୍ରିବେଦୀଙ୍କ ବିଷୟରେ? କିନ୍ତୁ ସତ କହିବେ ମୁଁ ଆପଣଙ୍କ ପାଇଁ ଏକ କନ୍ୟା ଖୋଜିବାକୁ ଆସିଛି। ମୁଁ ତାଙ୍କ ସହ ଅନ୍ୟାୟ କରିପାରିବି ନାହିଁ। ସୂଚନାଯୋଗ୍ୟ ଯେ ଶନିବାର ଦିନ ଏହି ଏପିସୋଡ୍‌ ଟିଭିରେ ଟେଲିକାଷ୍ଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.