ମନୋରଂଜନ

ସରୋଗସୀ ଉପରେ ଆଧାରିତ କୃତିଙ୍କ ‘ମିମି’ର ଟ୍ରେଲର ରିଲିଜ୍‌, ଦମ୍‌ଦାର ଷ୍ଟୋରୀ ସହ ରହିଛି କମେଡି ତଡ଼କା

ସରୋଗେସୀ ଓ ପ୍ରେଗ୍‌ନାନ୍ସି ଉପରେ ଆଧାରିତ ବଲିଉଡ୍‌ ଅଭିନେତ୍ରୀ କୃତି ସାନନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ମିମି’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମରେ କୃତିଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ଫିଲ୍ମରେ କୃତିଙ୍କ ସହ ପଙ୍କଜ ତ୍ରିପାଠୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ମିମିରେ ହସ, ମଜା, ଦୁଃଖ ସବୁ ପ୍ରକାରର ଇମୋସନ୍‌ ଭରି ରହିଛି। ଫିଲ୍ମରେ କୃତି ଓ ପଙ୍କଜ ପରସ୍ପରଠାରୁ ବହୁତ ଅଲଗା ଅଛନ୍ତି, କିନ୍ତୁ ସମସ୍ୟା ବେଳେ ଉଭୟେ ପରସ୍ପର ସହ ମିଶି ସାମ୍ନା କରୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:


‘ମିମି’ ଫିଲ୍ମ ସରୋଗେସୀ ଉପରେ ଆଧାରିତ। ଏଥିରେ କୃତି ଏକ ଛୋଟ ସହରର ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପଟେ ପଙ୍କଜ ଜଣେ ଡ୍ରାଇଭର ଭାବେ କାମ କରୁଛନ୍ତି। ଟ୍ରେଲରରେ ଦେଖାଯାଇଛି ଯେ ଟଙ୍କା ପାଇଁ କୃତି ଏକ ବିଦେଶୀ ଦମ୍ପତିଙ୍କ ପାଇଁ ସରୋଗେଟ୍‌ ମା’ ବନିଛନ୍ତି। କିନ୍ତୁ ଶେଷରେ ଏହି ଦମ୍ପତି ଛୁଆକୁ ଆପଣାଇବାକୁ ମନା କରିଦେଉଛନ୍ତି। ଏହା ପରେ ମିମି ଜୀବନରେ କେଉଁ ସବୁ ଝଡ଼ଝଞ୍ଜା ଆସୁଛି, ତାହା ଅତି ନିଖୁଣ ଭାବେ ଫିଲ୍ମରେ ଦର୍ଶାଯାଇଛି।

ଫିଲ୍ମର ଟ୍ରେଲରରୁ ଏହି ଫିଲ୍ମଟି ସୁପରହିଟ୍‌ ହେବ ବୋଲି ଜଣାଯାଇଛି। ମିମିରେ ସୁପ୍ରିୟା ପାଠକ୍‌ ମଧ୍ୟ ନଜର ଆସିଛନ୍ତି। ଏହି ଫିଲ୍ମ ଜୁଲାଇ ୩୦ରେ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ।

WCW 11

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

4 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

10 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

24 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago