ରିଲିଜ୍‌ ହେଲା ‘ମିର୍ଜାପୁର ୩’, ଫ୍ୟାନ୍ସ ଦେଲେ ଭିନ୍ନ ଭିନ୍ନ ପ୍ରତିକ୍ରିୟା

‘ମିର୍ଜାପୁର’ ସିରିଜ୍‌ର ଅପେକ୍ଷା ଶେଷ ହୋଇଛି । ତେବେ ‘ମିର୍ଜାପୁର’ ସିରିଜ୍‌ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି । ଏଥିରେ ଅଲି ଫଜଲ, ପଙ୍କଜ ତ୍ରିପାଠୀ, ଶ୍ୱେତା ତ୍ରିପାଠୀ, ରସିକା ଦୁଗଲ, ବିଜୟ ବର୍ମାଙ୍କ ଭଳି ଅଭିନେତା ଅଭିନୟ କରିଛନ୍ତି । ‘ମିର୍ଜାପୁର ସିଜନ୍ ୧’ ଏବଂ ‘ମିର୍ଜାପୁର ସିଜନ୍ ୨’ର ସଫଳତା ପରେ, ସମସ୍ତେ ଉତ୍ସାହର ସହିତ’ ମିର୍ଜାପୁର ସିଜନ୍ ୩ ‘କୁ ଅପେକ୍ଷା କରିଥିଲେ । ଯାହା ଆଜି ଶେଷ ହୋଇଛି । ତେବେ ଏହି ଷ୍ଟୋରିରେ ଗ୍ୟାଙ୍ଗଷ୍ଟର ଡ୍ରାମାର ଆଉ ଏକ ରୋମାଞ୍ଚକର ଷଡଯନ୍ତ୍ର ଦେଖିବାକୁ ମିଳିଛି । ଯାହାକୁ କିଛି ଦର୍ଶକ ପସନ୍ଦ କରୁଛନ୍ତି ତ କିଛି ଦର୍ଶକ ପସନ୍ଦ କରୁନାହାନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଏହି ସିରିଜ୍‌କୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା କିପରି ରହିଛି ।

ସୂଚନା ଅନୁଯାୟୀ, ‘ମିର୍ଜାପୁର ୩’ରେ ୧୦ ଟି ଏପିସୋଡ୍ ରହିବ । ଯାହାର ପ୍ରତ୍ୟେକ ଟାଇମ୍‌ ଡିୟୁରେଏସନ୍‌ ୪୫ ରୁ ୬୦ ମିନିଟ୍ ରହିବ । ତେବେ ‘ମିର୍ଜାପୁର ସିଜନ ୩’ ପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସ୍ପଷ୍ଟ ହେଉଥିବାର ଦେଖିବାକୁ ମିଳିଛି । ବାସ୍ତବରେ ‘ମିର୍ଜାପୁର’ ‘ଶେଷରେ ଆମାଜନ ପ୍ରାଇମ ଭିଡିଓରେ ପ୍ରିମିୟର ହେବା ମାତ୍ରେ, ସୋସିଆଲ ମିଡିଆରେ ନେଟେନିଜେନମାନେ ଗ୍ୟାଙ୍ଗଷ୍ଟର ଡ୍ରାମାର ତୃତୀୟ ସିଜିନ ଏବଂ ସେମାନେ କିପରି ରାତିସାରା ଏହାକୁ ଦେଖିବାକୁ ଚାହାଁନ୍ତି ସେ ବିଷୟରେ ଉତ୍ସାହ ବାଣ୍ଟୁଛନ୍ତି । ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, ‘ମିର୍ଜାପୁର ୩ ଦୀର୍ଘ ସମୟ ଅପେକ୍ଷା ପରେ ! ଆଶା କରୁଛି ଏହି ସିଜନ୍‌ ଅନ୍ୟ ଦୁଇଟି ସିଜିନ୍‌ ଅପେକ୍ଷା ଭଲ ହେବ ! କିନ୍ତୁ ମୁନ୍ନା ଭାଇ ବିନା ଏହାର ପ୍ରଭାବ ଅଲଗା ହେବ । ଆଶାକରେ ୧୦ ଟି ଏପିସୋଡ୍ ସମାପ୍ତ ହେବା ପାଇଁ ଅପେକ୍ଷା କରିପାରିବି ନାହିଁ । ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ମିର୍ଜାପୁର ସିଜନ ୩ ର ଷ୍ଟୋରି ଏକ ଦମ୍‌ଦାର ସିନ୍‌ରୁ ଆରମ୍ଭ ହୋଇଛି, ଯେଉଁଠାରେ ମୁନ୍ନା ତ୍ରିପାଠୀଙ୍କ ମୃତ ଦେହ ନିଆଁରେ ଜଳି ଯାଇଛି, ଯାହା ତାଙ୍କ ସ୍ତ୍ରୀ ମାଧୁରୀ ଦ୍ୱାରା ପୋଡି ଯାଇଛି । ତେବେ ଏହି ସିଜନ୍‌ ପ୍ରତିଶୋଧର ବିଷୟବସ୍ତୁ ଉପରେ ଆଧାରିତ ହୋଇଥିବା ଭଳି ମନେ ହେଉଛି ।

‘ମିର୍ଜାପୁର ସିଜିନ୍”ର ପ୍ରଥମ ଏପିସୋଡ୍ ବିଷୟରେ ଏକ ସମୀକ୍ଷା ବାଣ୍ଟି ଜଣେ ୟୁଜର ଲେଖିଛନ୍ତି,’ ମିର୍ଜାପୁର’ର ପ୍ରଥମ ଏପିସୋଡ୍ ହାସ୍ୟ, ଡାଇଲୋଗବାଜୀ ଏବଂ ଭିଜୁଆଲ୍ ସହିତ ‘ମିର୍ଜାପୁର’ର ପୁରୁଣା ଷ୍ଟୋରିକୁ ଫେରି ଆସିଛି । ତେବେ ଏହି ଷ୍ଟୋରି ବହୁତ ଦମ୍‌ଦାର ହୋଇଛି । ଅଲି ଫଜଲଙ୍କ ଅଭିନୟ ଜବରଦସ୍ତ ହୋଉଛି । ତେବେ ୟୁଜର ଏପରି ଅନେକ ପ୍ରକାରର ପ୍ରତିକ୍ରିୟା ସେୟାର କରିଛନ୍ତି ।

Leave A Reply

Your email address will not be published.