ଆସୁଛି ବାଗୀ ୪, ଟାଇଗର ଶ୍ରଫଙ୍କ ସହ ନଜର ଆସିବେ ପୂର୍ବତନ ମିସ ୟୁନିଭର୍ସ

ପୁର୍ବତନ ମିସ ୟୁନିଭର୍ସ ହରନାଜ କୋର ସନ୍ଧୁ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।  ଏହି ଫିଲ୍ମର ନାମ ବାଗୀ ୪  ।  ଏହି ଫିଲ୍ମରେ ଟାଇଗର ଶ୍ରଫଙ୍କ ସହ ନଜରରେ ଆସିବେ ।  ସେ ଲିଡ ରୋଲରେ ଆସୁଛନ୍ତି ।  ଏହି ଫିଲ୍ମର କିଛି ଦିନ ପୁର୍ବରୁ ଟାଇଗର ଶ୍ରଫ ଏକ ଦମଦାର ପୋଷ୍ଟର ରିଲିଜ କରିଥିଲେ  ।  ହରନାଜଙ୍କ ବ୍ୟତିତ ଏହି ପିଲ୍ମରେ ଏକ ହିରୋଇନ ଅଛନ୍ତି ।  ଯାହାଙ୍କ ନାମ ସୋନମ ବାଜୱା ।

୨୦୨୧ରେ ହରନାଜ ମିସ ୟୁନିଭର୍ସ ଟାଇଟେଲ ଜିତିଥିଲେ  ।  ଏହି ଟାଇଟେଲକୁ ଜିତିବା ୩ ବର୍ଷ ପରେ ହରନାଜ ବଲିଉଡରେ କାମ କରିବା ପାଇଁ ଇଛୁକ ଅଛନ୍ତି ।  ଏହାକୁ ନେଇ ହରନାଜ ଏକ ପୋଷ୍ଟ କରିଥିଲେ ।  ସେ ଥିରେ ସେ ଲେଖିଥିଲେ ବାଗୀ ୪ର ଏକ ସ୍କ୍ରିପ୍ଟ ସେୟାର କରିଥିଲେ  ।  ଏହାର ଏକ ଫୋଟ ସେୟାର କରି କହିଥିଲେ ସେ ବାଗି ୪ରେ ନିଜର ନୁଆ ଯାତ୍ରା ଆରମ୍ଭ କରୁଛନ୍ତି  ।

ଏହା ସହ ତାଙ୍କ ବହୁତ ଦିନର ସ୍ବପ୍ନ ପୁରଣ ହୋଇଛି ବୋଲି କହିଛନ୍ତି ।  ପୋଷ୍ଟରେ ଏକ କ୍ୟାପ୍ସନ ରହିଛି ‘ମିସ୍ ୟୁନିଭର୍ସରୁ ବାଗି ୟୁନିଭର୍ସରେ ହରନାଜ କୌରଙ୍କୁ ସ୍ୱାଗତ । ଫିଲ୍ମ ଟିମ୍ ହରନାଜଙ୍କ ନାଁ ଦେଇଛନ୍ତି ରିବେଲ ଲେଡି  । ହରନାଜ ଏହା ପୂର୍ବରୁ ୨୦୨୨ରେ ମୁକ୍ତିପ୍ରାପ୍ତ ପଞ୍ଜାବୀ ଫିଲ୍ମ ‘ବାଈ ଜୀ କୁଟୁଙ୍ଗେ’ ଓ ୨୦୨୩ରେ ମୁକ୍ତିପ୍ରାପ୍ତ ‘ୟାରାଂ ଦିୟାଂ ପୌ ବାରାଂ’ରେ ନଜର ଆସିଥିଲେ ।

‘ବାଗି’  ପ୍ରଥମ ଭାଗ ୨୦୧୬ ମସିହାରେ ରିଲିଜ୍ ହୋଇଥିଲା  ।  ଏଥିରେ ଟାଇଗର ଶ୍ରଫ୍ ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ବକ୍ସ ଅଫିସ୍ ରେ ଏହା ଭଲ ଆୟ କରିଥିଲା  ।  ଫିଲ୍ମର ୨ୟ ଭାଗ ୨୦୧୮ ଓ ୩ୟ ଭାଗ ୨୦୨୦ରେ ମୁକ୍ତିଲାଭ କରିଥିଲା ।