ଐଶ୍ୱର୍ଯ୍ୟା-ପ୍ରିୟଙ୍କାଙ୍କଠାରୁ ବି କମ୍ ନୁହଁନ୍ତି ଏହି ମିସ୍ ୱାର୍ଲ୍ଡ, ହେଲେ ବଲିଉଡରେ ପାଇପାରିଲେନି ସଫଳତା

ବଲିଉଡରେ ପାଦ ଦେବା କିଛି ଚ୍ୟାଲେଞ୍ଜ ଠାରୁ ବି କମ୍ ନୁହେଁ । ପ୍ରତିବର୍ଷ ଅନେକ ନୂଆ କଳାକାର ଲୋକଲୋଚନକୁ ଆସିଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ କେବଳ କିଛି ଲୋକ ନିଜକୁ ପ୍ରତିଷ୍ଠିତ କରିବାରେ ଏବଂ ନିଜ କ୍ୟାରିଅରକୁ ବଜାୟ ରଖିବାରେ ସଫଳ ମଧ୍ୟ ହୁଅନ୍ତି । କିଛି ଅଭିନେତା ଅଛନ୍ତି ଯେଉଁମାନେ ସଫଳ ଆରମ୍ଭ ସତ୍ତ୍ୱେ, ବିଭିନ୍ନ କାରଣରୁ ନିଜର ଷ୍ଟାରଡମ୍ ହରାଇଥାନ୍ତି ଏବଂ ପରେ ବଡ଼ ପରଦାରୁ ହଟି ଯାଆନ୍ତି । ଏଥି ସହ ତାଙ୍କର ଚମତ୍କାର ଜୀବନ ସମ୍ପୂର୍ଣ୍ଣ ବଦଳିଯାଏ ।

ଆଜି ଆମେ ଏପରି ଏକ ପ୍ରକୃତ କାହାଣୀ ବିଷୟରେ କହିବୁ । ଯାହା ବଲିଉଡରେ ଜଣେ ସୁନ୍ଦରୀ ପ୍ରବେଶ କରିଥିଲେ ଯିଏ କୌଣସି କ୍ଷେତ୍ରରେ ଐଶ୍ୱର୍ଯ୍ୟା ରାୟ ଏବଂ ପ୍ରିୟଙ୍କା ଚୋପ୍ରାଙ୍କଠାରୁ ବି କମ୍ ନଥିଲେ । ମିସ୍ ୱାର୍ଲ୍ଡ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଥିବା ଏହି ସୁନ୍ଦରୀ ସଫଳତା ହରାଇଲେ । ସେ କିଏ, ସେ ଏବେ କଣ କରୁଛନ୍ତି, ଆସନ୍ତୁ ଜାଣିବା ।

୧୯୯୯ ମସିହାରେ ଯୁକ୍ତା ମିସ୍ ୱାର୍ଲ୍ଡ ଟାଇଟଲ ଜିତିଥିଲେ । ତିନି ବର୍ଷ ପରେ ତାଙ୍କୁ ବଲିଉଡରେ କାମ କରିବାର ସୁଯୋଗ ମଧ୍ୟ ମିଳିଥିଲା । ସେ ଆଫ୍ଟାବ ଶିବଦାସାନୀଙ୍କ ବିପକ୍ଷରେ ଫିଲ୍ମ ‘ପାୟାସା’ ସହିତ ଡେବ୍ୟୁ କରିଥିଲେ । ସେ ତାଙ୍କର ପ୍ରଥମ ଫିଲ୍ମରୁ ହିଁ ଫେସମ୍ ହୋଇଥିଲେ । ସେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ, କିନ୍ତୁ ତା’ପରେ ଯାତ୍ରା ସହଜ ନଥିଲା । ତାଙ୍କର କିଛି ଫିଲ୍ମ ଯେପରିକି ‘କବ୍ କ୍ୟୁଁ କହାଁ’ ଏବଂ ‘ହମ୍ ତିନ୍’ ତିଆରି ହୋଇପାରିଲା ନାହିଁ ଏବଂ ମଝିରେ ବନ୍ଦ ହୋଇଗଲା । ଏପରି ପରିସ୍ଥିତିରେ, ତାଙ୍କ କ୍ୟାରିଅର କିଛି ଖାସ୍ ଏବଂ ସ୍ମରଣୀୟ ହୋଇପାରିଲା ନାହିଁ ।

ଏଥି ସହ ଯୁକ୍ତା କିଛି ଆଞ୍ଚଳିକ ଚଳଚ୍ଚିତ୍ର ମଧ୍ୟ କରିଥିଲେ, କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ସଫଳତା ମିଳିନଥିଲା । ନଅ ବର୍ଷର ବ୍ୟବଧାନ ପରେ, ପୂର୍ବତନ ସୁନ୍ଦରୀ ରାଣୀ ୨୦୧୯ରେ ମୁକ୍ତିଲାଭ କରିଥିବା ‘ଗୁଡ୍ ନ୍ୟୁଜ୍’ରେ ଅକ୍ଷୟ କୁମାର ଏବଂ କରୀନା କପୁରଙ୍କ ସହ ଦେଖା ଦେଇଥିଲେ । ତାଙ୍କର ଛୋଟ ଭୂମିକା ସତ୍ତ୍ୱେ, ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସଫଳ ହୋଇଥିଲା । ଲୋକମାନେ ତାଙ୍କୁ ମଧ୍ୟ ଚିହ୍ନି ପାରିଲେ । ଏଥି ସହ ଗତ କିଛି ବର୍ଷ ଧରି, ଯୁକ୍ତା ପୁଣି ଥରେ ଗାଏବ ହୋଇଯାଇଛନ୍ତି । ଯୁକ୍ତା ତାଙ୍କ ବୃତ୍ତିଗତ ଜୀବନ ବ୍ୟତୀତ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ଉତ୍ଥାନ-ପତନ ଦେଖିଛନ୍ତି ଏବଂ କୁହାଯାଏ ଯେ ବ୍ୟକ୍ତିଗତ ଜୀବନ ସର୍ବଦା ବୃତ୍ତିଗତ ଜୀବନକୁ ପ୍ରଭାବିତ କରେ । ଅଭିନେତ୍ରୀଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା । ୨୦୦୮ ମସିହାରେ, ସେ ନ୍ୟୁୟର୍କର ଜଣେ ବ୍ୟବସାୟୀ ଏବଂ ଆର୍ଥିକ ପରାମର୍ଶଦାତା ପ୍ରିନ୍ସ ତୁଲିଙ୍କୁ ବିବାହ କରିଥିଲେ । ପାରମ୍ପରିକ ଶିଖ ରୀତିନୀତି ଅନୁସାରେ ନଭେମ୍ବର ୨ ତାରିଖରେ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହର କିଛି ସମୟ ପରେ, ଦମ୍ପତିଙ୍କର ଏକ ପୁଅ ମଧ୍ୟ ହୋଇଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ, ସେମାନଙ୍କ ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ୨୦୧୩ ମସିହାରେ, ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ସହ କିଛି ସମ୍ପର୍କ ରହିଲା ନାହିଁ ।

ଅଭିନେତ୍ରୀ ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଏବଂ ଆକ୍ରମଣର ଅଭିଯୋଗ ଆଣି ଏଫଆଇଆର ଦାଖଲ କରିଥିଲେ । ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଯୌନ ନିର୍ଯାତନାର ଗମ୍ଭୀର ଅଭିଯୋଗ ମଧ୍ୟ ଆଣିଛନ୍ତି । ଏଥି ସହ ଯୁକ୍ତା ତାଙ୍କ ଶ୍ୱଶୁର ଘର ଲୋକଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ମଧ୍ୟ ଲଗାଇଛନ୍ତି । ରିପୋର୍ଟରେ ଆମ୍ବୋଲି ପୋଲିସ ଷ୍ଟେସନର ଜଣେ ଅଧିକାରୀଙ୍କ କହିଛନ୍ତି ଯେ, ‘ଯୁକ୍ତା ମୁଖୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ପ୍ରିନ୍ସ ତୁଲି ପ୍ରାୟତଃ ତାଙ୍କୁ ମାରଧର କରୁଥିଲେ ଏବଂ ହଇରାଣ ମଧ୍ୟ କରୁଥିଲେ ।’ ତାଙ୍କ ଅଭିଯୋଗ ପରେ, ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮A (ନିଷ୍ଠୁରତା ଏବଂ ଉତ୍ପୀଡ଼ନ) ଏବଂ ୩୭୭ (ଅପ୍ରାକୃତିକ ଯୌନ) ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଇଥିଲା ।

ଏଥି ସହ ଅଭିନେତ୍ରୀ ଜଣକ ୨୦୧୪ ମସିହାରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ । ଯୁକ୍ତା ଏବେ ତାଙ୍କ ପୁଅ ସହିତ ଭାରତରେ ରହୁଛନ୍ତି । ସେ ଏବେ ଜଣେ ସିଙ୍ଗଲ୍ ମା’। ସେ ଅଭିନୟ ଛାଡ଼ି ଦେଇଛନ୍ତି ଏବଂ ଏବେ ଜଣେ ସମାଜସେବୀ ଭାବରେ କାମ କରୁଛନ୍ତି ।