ଗୁଇନ୍ଦା ଏଜେଣ୍ଟ ଭୂମିକାରେ ନଜର ଆସିଲେ ସିଦ୍ଧାର୍ଥ, ରିଲିଜ ହେଲା ମିଶନ ମଜନୁର ଜବରଦସ୍ତ ଟିଜର

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ମିଶନ ମଜନୁ’କୁ ଫ୍ୟାନ୍ସ ପ୍ରତୀକ୍ଷା କରି ରହିଛନ୍ତି। ଆଉ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଏହି ଫିଲ୍ମର ଟିଜର ରିଲିଜ ହୋଇଛି। ଏହି ଫିଲ୍ମରେ ସିଦ୍ଧାର୍ଥଙ୍କ ସହିତ ରଶ୍ମିକା ମନ୍ଦାନା ଲିଡ୍‌ ରୋଲରେ ନଜର ଆସିବେ। ଏହା ଏକ ସ୍ପାଇ ଥ୍ରୀଲର ଫିଲ୍ମ। ଏହି ଫିଲ୍ମରେ ସିଦ୍ଧାର୍ଥଙ୍କୁ ଆକ୍ସନ ମୋଡରେ ଦେଖିବେ ଫ୍ୟାନ୍ସ ।

ଫିଲ୍ମର କାହାଣୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯୭୧ରେ ହୋଇଥିବା ଯୁଦ୍ଧ ପରର କାହାଣୀ ଉପରେ ଆଧାରିତ। ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ଭାରତର ବିଦେଶ ଗୁଇନ୍ଦା ଏଜେନ୍ସୀ, ରିସର୍ଚ୍ଚ ଆଣ୍ଡ ଆନାଲିସିସ ଓ୍ଵିଙ୍ଗ(RAW) ଗୁଇନ୍ଦା ଭୂମିକାରେ ନଜର ଆସିବେ। ଟିଜରରେ ସିଦ୍ଧାର୍ଥ ଆକ୍ସନ ମୋଡରେ ନଜର ଆସିବେ। କେବେ ଟ୍ରେନର ଝରକାରୁ ଡେଉଁଥିବା ବେଳେ, କେବେ ଚଳନ୍ତା ଟ୍ରେନରୁ ଡେଉଁଥିବାର ନଜର ଆସିବେ।

ସିଦ୍ଧାର୍ଥଙ୍କ ସହିତ ଫିଲ୍ମରେ ରଶ୍ମିକା ମନ୍ଦାନା ମଧ୍ୟ ନଜର ଆସିବେ। ଏକ ସିନରେ ରଶ୍ମିକା ବିବାହ ଡ୍ରେସରେ ନଜର ଆସିଛନ୍ତି। ଟିଜରରେ ଫାଇଟର ପ୍ଲେନ, ବୋମା ବିସ୍ଫୋରଣ ଏବଂ ଅଣ୍ଡର ଓ୍ଵାଟର ସିନ୍‌ ରହିଛି। ସିଦ୍ଧାର୍ଥଙ୍କ ଦମଦାର ଡାଏଲଗବାଜୀ ମଧ୍ୟ କରିଛନ୍ତି। ଆଉ କହୁଛନ୍ତି, ହିନ୍ଦୁସ୍ତାନର ସୁରକ୍ଷା ପାଇଁ କିଛି ବି କରିବି। ଏହି ସିନରେ ତାଙ୍କୁ ଆଉ ଜଣେ ବ୍ୟକ୍ତି କହୁଛନ୍ତି, ବନ୍ଧୁକ ନିଜ ସାଥିରେ ନେଇଯାଅ, ସିଦ୍ଧାର୍ଥ କହୁଛନ୍ତି, ରଖିଦିଅ, ମୋ କାମ କରିବାର ଷ୍ଟାଲ ଅଲଗା ।

ସାନ୍ତନୁ ବାଗଚୀ ଦ୍ୱାରା ନିର୍ଦ୍ଦେଶିତ ୧୯୭୦ ଦଶକରେ ନିର୍ମିତ ଏହି ଫିଲ୍ମ ‘ମିଶନ ମଜନୁ’ରେ ସିଦ୍ଧାର୍ଥ ଭାରତୀୟ ଗୁଇନ୍ଦା ଏଜେଣ୍ଟ ହୋଇଛନ୍ତି। ଯିଏ ପାକିସ୍ତାନରେ ଏକ ସିକ୍ରେଟ ଅପରେସନରେ ଲିଡ କରୁଥିବାର ନଜର ଆସିଛନ୍ତି। ଫିଲ୍ମଟି ଆସନ୍ତା ଜାନୁଆରୀ ୨୦ରେ ନେଟଫ୍ଲିକ୍ସରେ ରିଲିଜ ହେବ। ଏହା ପୂର୍ବରୁ ସତ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଜୁନରେ ରିଲିଜ ହେବାର ରହିଥିଲା। ଫିଲ୍ମରେ କୁମୁଦ ମିଶ୍ରା, ପରମିତ ସେଠୀ, ଶାରିବ ହାସମୀ, ମୀର ସରବର ଏବଂ ଜାକିର ହୁସେନ ମଧ୍ୟ ରହିଛନ୍ତି ।

ଏହା ପୂର୍ବରୁ ସିଦ୍ଧାର୍ଥ ମଲାହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ୍‌’ରେ ନଜର ଆସିଥିଲେ। ଫିଲ୍ମଟି ବକ୍ସ ଅଫିସରେ ବେଶ୍‌ କମାଲ କରିପାରିନଥିଲା। ଏଥିରେ ସିଦ୍ଧାର୍ଥଙ୍କ ସହିତ ଅଜୟ ଦେବଗନ ପ୍ରମୁଖ ଭୂମିକାରେ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.