ମିଶନ ଇମ୍ପସିବଲ ୮ବକ୍ସ ଅଫିସ ଆଡଭାନ୍ସ ବୁକିଂ: ବକ୍ସ ଅଫିସରେ ରାଜା ହେବାକୁ ଯାଉଛନ୍ତି ଟମ୍ କ୍ରୁଜ୍

​​ଟମ୍ କ୍ରୁଜ୍ ଧମାକାଦାର ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି । ‘ମିଶନ ଇମ୍ପସିବଲ ଦି ଫାଇନାଲ୍ ରେକନିଂ’ ର ଆଡଭାନ୍ସ ବୁକିଂ ସାରା ଭାରତରେ ଭଲ ପ୍ରତିକ୍ରିୟା ହେଉଛି । ଏଥି ପାଇଁ  ବୁକିଂ ଆରମ୍ଭ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଫିଲ୍ମଟି ୧୧,୦୦୦ ରୁ ଅଧିକ ଟିକେଟ ବିକ୍ରି ହୋଇଛି ।

ଏହି ଆକ୍ସନ-ଥ୍ରୀଲରଟି ଭାରତର ତିନୋଟି ପ୍ରମୁଖ ଜାତୀୟ ଚେନ୍ PVR, ଆଇନକ୍ସ ଏବଂ ସିନେପୋଲିସ୍ ରେ ମୋଟ ୫୦,୦୦୦ ରୁ ଅଧିକ ଟିକେଟ୍ ବିକ୍ରି କରିଛି ।  ଏହି ସ୍ପାଏ ଥ୍ରୀଲର୍ ଭାରତରେ ମେ ୧୭ରେ ରିଲିଜ୍ ହେୋକୁ ଯାଉଛି ଏବଂ ସାରା ଦେଶର ପ୍ରମୁଖ ଟିକେଟିଂ ପ୍ଲାଟଫର୍ମଗୁଡ଼ିକରେ ଟ୍ରେଣ୍ଡିଂରେ  ରହିଛି ।

ମୁଖ୍ୟ ବ୍ୟବସାୟ ଯୋଜନା ଏବଂ ରଣନୀତି (PVR-INOX Ltd.) କମଲ ଜ୍ଞାନଚନ୍ଦାନୀ କହିଛନ୍ତି ‘ମିଶନ ଇମ୍ପୋସିବଲ୍ : ଦି ଫାଇନାଲ୍ ରେକନିଂ’କୁ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି ।  ପ୍ରଥମ ୨୪ ଘଣ୍ଟାରେ ବହୁତ ଭଲ ଗତି ଦେଖାଯାଇଛି।  ଯାହା ଭାରତରେ ସିନେମାକୁ ବହୁତ ଆଗକୁ ନେଇ ପାରିବ । ଟମ୍ କ୍ରୁଜ୍ ବକ୍ସ ଅଫିସରେ ଏକ ପ୍ରମୁଖ ଶକ୍ତି ହୋଇ ରହିଛି ।  ଏହି ଫିଲ୍ମର ସ୍କେଲ, ଦୃଶ୍ୟ ଏବଂ ଐତିହ୍ୟ ଆମର ଥିଏଟରଗୁଡ଼ିକରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି ।  ଏକ ହଲିଉଡ୍ ଫିଲ୍ମ କିପରି ପ୍ରଶଂସକମାନଙ୍କୁ ଏକତ୍ର କରୁଛି ଏବଂ ଥିଏଟରକୁ ‘ଇଭେଣ୍ଟ ଫିଲ୍ମ’ ପରିବେଶ ଫେରାଇ ଆଣୁଛି ତାହା ଦେଖିବା ହୃଦୟସ୍ପର୍ଶୀ ।

ସିନେପୋଲିସ୍ ଇଣ୍ଡିଆର ଏମଡି ଦେବାଙ୍ଗ ସମ୍ପତ କହିଛନ୍ତି ‘ମିସନ୍ ଇମ୍ପୋସିବଲ୍ – ଦି ଫାଇନାଲ୍ ରେକନିଂର ଆଗୁଆ ବୁକିଂ ଆମ ପାଇଁ ୪୭୯ ସ୍କ୍ରିନରେ ଏକ ବଡ଼ ମାଇଲଖୁଣ୍ଟ । ଆମେ ବହୁତ ଦିନ ଧରି ହଲିଉଡରେ ରିଲିଜ୍ ପାଇଁ ଏତେ ଉତ୍ସାହ ଦେଖିନାହୁଁ  ।  ଟମ୍ କ୍ରୁଜ୍ ଅଭିନୀତ ଆଇକନିକ୍ ଚରିତ୍ର ଇଥାନ୍ ହଣ୍ଟ୍ ଙ୍କୁ ନେଇ ନିର୍ମିତ ଏହି ଆକ୍ସନ୍-ଆଡ୍‌ଭେଞ୍ଚର୍ ଫିଲ୍ମଟି ଇଂରାଜୀ ସହିତ ହିନ୍ଦୀ, ତାମିଲ୍ ଏବଂ ତେଲୁଗୁ ଭାଷାରେ  ରିଲିଜ ବକ୍ସହେବ ।

Also read: ୨୮ ବର୍ଷରେ ପାଦ ଦେଲେ ମିସ୍ ୱାର୍ଲ୍ଡ ମାନୁଷୀ ଚିଲ୍ଲର, MBBS ଡିଗ୍ରୀ ସହ ଥିଲେ କଲେଜ ଟପ୍ପର୍