ଚାଲିଗଲେ ଲୋକପ୍ରିୟ ଅଭିନେତା ମିଥିଳେଶ ଚତୁର୍ବେଦୀ, ହିନ୍ଦୀ ସିନେମା ଜଗତରେ ଶୋକର ଛାୟା

ବଲିଉଡ୍‌ ଇଣ୍ଡଷ୍ଟ୍ରୀ ପାଇଁ ଅତି ଦୁଃଖଦ ଖବର। ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧ କଳାକାର ମିଥିଳେଶ ଚତୁର୍ବେଦୀଙ୍କ ପରଲୋକ ଘଟିଛି। ଗତକାଲି ଅଗଷ୍ଟ ୩ ସନ୍ଧ୍ୟା ସମୟରେ ଅଭିନେତା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମିଥିଳେଶ ଲମ୍ବା ସମୟରୁ ହୃଦୟଜନିତ ରୋଗରେ ଜୁଝି ହେଉଥିଲେ।

ରିପୋର୍ଟ ମୁତାବକ, କିଛି ଦିନ ତଳେ ମିଥିଳେଶଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ଏହାପରେ ଚିକିତ୍ସା ପାଇଁ ତାଙ୍କୁ ନିଜ ହୋମ୍‌ଟାଉନ ଲକ୍ଷ୍ନୌକୁ ଶିପ୍ଟ କରାଯାଇଥିଲା। କିନ୍ତୁ ଶତଚେଷ୍ଟା ପରେ ମିଥିଳେଶଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇପାରି ନ ଥିଲା। ଶେଷରେ ସେ ଦୁନିଆକୁ ଅଲ୍‌ବିଦା କହିଥିଲେ।

କହି ରଖୁଛୁ, ମିଥିଳେଶ ଚତୁର୍ବେଦୀଙ୍କ ନିଧନ ଖବର ପ୍ରଥମେ ତାଙ୍କ ଜ୍ୱାଇଁ ଆଶିଷ ଚତୁର୍ବେଦୀ ଦେଇଥିଲେ। ସେ ଫେସ୍‌ବୁକ ପୋଷ୍ଟ ଜରିଆରେ ମିଥିଳେଶଙ୍କ ବିଷୟରେ ସୂଚନା ଦେଇଥିଲେ। ସେ ଅଭିନେତାଙ୍କର କିଛି ଫଟୋ ସହିତ କ୍ୟାପସନ ଲେଖିଥିଲେ କି, ‘ଆପଣ ଦୁନିଆର ସବୁଠାରୁ ଭଲ ବାପା ଥିଲେ। ଆପଣ ମୋତେ ଜ୍ୱାଇଁ ନୁହେଁ, ବରଂ ପୁଅ ଭଳି ଭଲ ପାଇବା ଦେଇଥିଲେ। ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ’।

ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ହିନ୍ଦୀ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି। କହି ରଖୁଛୁ, ମିଥିଳେଶ ‘ଫିଜା’, ‘କୋଇ ମିଲ୍‌ ଗୟା’, ‘ସତ୍ୟା’, ‘ଗଦର: ଏକ ପ୍ରେମ୍‌ କଥା’, ‘ବଣ୍ଟି ଔର୍‌ ବବ୍‌ଲି’, ‘କ୍ରିସ୍‌’, ‘ତାଲ୍‌’ ଭଳି ଅନେକ ସଫଳ ଫିଲ୍ମରେ କାମ କରି ଦର୍ଶକଙ୍କଠାରୁ ଭଲ ପାଇବା ସାଉଁଟିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.