ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ, ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ

ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ଏବଂ ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି । ୭୦ ତମ ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଦିଲ୍ଲୀ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଛନ୍ତି । ବିଭିନ୍ନ ବର୍ଗରେ ମନୋନୀତ ଫିଲ୍ମ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ ଏବଂ କଣ୍ଠଶିଳ୍ପୀଙ୍କୁ ସମ୍ମାନୀତ କରୁଛନ୍ତି ରାଷ୍ଟ୍ରପତି ।
ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲ୍ କେ ସମ୍ମାନରେ ସମ୍ମାନୀତ କରାଯାଇଛି । ଦାଦା ସାହେବ ଫାଲ୍ କେ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଜାତୀୟ ଚଳଚ୍ଚିତ୍ର ସମାରୋହରେ ପ୍ରଦାନ କଲେ ରାଷ୍ଟ୍ରପତି । ଭାରତୀୟ ଚଳଚ୍ଚିତ୍ରରେ ବିଶିଷ୍ଟ ଅବଦାନ ପାଇଁ ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ସମ୍ମାନ । ସେହିପରି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ଦମନ । ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ ପ୍ରଯୋଜକ ଓ ୨ ନିର୍ଦ୍ଦେଶକ ।
ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ପୁରସ୍କାର ମିଳିଲା । ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ସେହିପରି ସାଉଣ୍ଡ ଡିଜାଇନ ପାଇଁ ଓଡ଼ିଆ ପୁଅ ମାନସ ଚୌଧୁରୀଙ୍କୁ ମିଳିଛି ଜାତୀୟ ପୁରସ୍କାର । ନନ ଫିଚର କାଟାଗୋରୀରେ ସିନେମା ‘ୟାନ’ ପାଇଁ ବେଷ୍ଟ ସାଉଣ୍ଡ ଡିଜାଇନର ସମ୍ମାନ ମିଳିଛି ।