ନିଜ ହାତରେ ରୋଷେଇ କରି ବୋହୂର ସେଟକୁ ପଠାନ୍ତି ମିଥୁନ ଚକ୍ରବର୍ତ୍ତୀ, ଶ୍ୱଶୁରଙ୍କ ଏପରି ସରପ୍ରାଇଜ ଦେଖି ବୋହୂ କଣ କୁହନ୍ତି ପଢନ୍ତୁ

ଟେଲିଭିଜନର ଚର୍ଚ୍ଚିତ ଶୋ ‘ଅନୁପମା’ର କଳାକାର ଏବଂ କୃ ମେମ୍ବର୍ସ ସେହି ସମୟରେ ବହୁତ ବଡ ଆଶ୍ଚଯ୍ୟର୍ରେ ପଡିଯାଇଥିଲେ, ଯେତେବେଳେ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ସରପ୍ରାଇଜ ବୋହୁ ମଦଲସା ଶର୍ମାଙ୍କ ପାଖରେ ପହଁଚିଲା। ସେଟରେ ଉପସ୍ଥିତ ଥିବା ଲୋକଙ୍କ କହିବା କଥା ଯେ ମିଥୁନ ଚକ୍ରବର୍ତ୍ତୀ ଖାସ କରି ତାଙ୍କ ବୋହୂ ପାଇଁ ଶାକାହାରୀ ଭୋଜନ ପଠାଉଥିଲେ। ଖାସ୍‌ କରି ମିଥୁନ ପଠାଉଥିବା ଭେଜ ବିରୟାନୀର ମଜା ବୋହୂ ମଦଲସାଙ୍କ ସମେତ ସେଟରେ ଥିବା ସମସ୍ତ ଲୋକ ନିଅନ୍ତି।

madlasaଅଭିନେତ୍ରୀ ମଦାଲସା ଶର୍ମା ଧାରାବାହିକ ଅନୁପମାରେ କାବ୍ୟା ଚରିତ୍ରରେ ଅଭିନୟ କରୁଛନ୍ତି। ମଦଲସାଙ୍କ ବିବାହ ମିଥୁନଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀଙ୍କ ସହିତ ହୋଇଛି। ବୋହୂ ମଦଲସା କୁହନ୍ତି, ‘ମୋ ଶ୍ୱଶୁର ଜଣେ ବହୁତ ବଢ଼ିଆ ସେଫ’। ବିଭିନ୍ନ ପ୍ରକାର ରେସିପି ବନାଇବାରେ ତାଙ୍କର ବହୁତ ଜ୍ଞାନ ରହିଛି। ସେ ନିଜ ରେସିପି ନିଜେ ବନାନ୍ତି ଏବଂ ଯେତେବେଳେ ବି କିଛି ବନାନ୍ତି ସେ ତାଙ୍କର ସ୍ୱାଦ ଚାଖନ୍ତି। ଆଉ ସେ ଖାଇବା ପରେ ତାଙ୍କୁ ଲାଗେ ଯେ ସାରା ଦୁନିଆର ସବୁଠୁ ଟେଷ୍ଟି ବ୍ୟଞ୍ଜନ କେବଳ ତାଙ୍କ ଶ୍ୱଶୁର ମିଥୁନ ଚକ୍ରବର୍ତ୍ତୀ ହିଁ ବନାଇ ପାରନ୍ତି।

sharmaତେବେ ଧାରାବାହିକ ବିଷୟରେ କହିବା ତ ମଦଲସାଙ୍କ ପାଇଁ ଏହି ଧାରାବାହିକ ସ୍ୱପ୍ନ ଥିଲା। ବର୍ଷ ବର୍ଷ ଧରି ଏହି ଧାରାବାହିକ ପ୍ରତି ତାଙ୍କ ମନରେ ଅସିମ ସମ୍ମାନ ରହିଛି। ଆଉ ଯେତେବେଳେ ତାଙ୍କୁ ଏ ଚରିତ୍ର ମିଳିଲା ସେ ବହୁତ ଖୁସି ହୋଇଗଲେ। ତାଙ୍କୁ କାବ୍ୟା ଭୂମିକାରେ ଅଭିନୟ କରି ବହୁତ ଖୁସି ମିଳୁଛି ବୋଲି କୁହନ୍ତି ମିଥୁନଙ୍କ ବୋହୂ ମଦଲସା ଶର୍ମା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.