ମଡେଲ କରିଦେଲେ ଏମିତି ଲଜ୍ଜିତ କାଣ୍ଡ, ଥାନା ଯାଇ କ୍ଷମା ମାଗିଲେ ଓ କହିଲେ ଏମିତି ଭୁଲ୍‌ ହେବ ନାହିଁ

ଇନ୍ଦୋର : ବେଳେ ବେଳେ ଫିଲ୍ମ ଅଭିନେତ୍ରୀ ହୁଅନ୍ତୁ ବା ମଡେଲ ନିଜର କାରନାମାକୁ ନେଇ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି । ତାହା ଫଟୋସୁଟ ହେଉ ବା ଡାନ୍ସ ଭିଡ଼ିଓ । ଯେତେବେଳେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଏ । ତାହା ପ୍ରଶଂସକଙ୍କ ପ୍ରଶଂସା ସାଉଁଟେ । ହେଲେ ମଡେଲ ଶ୍ରୀୟା କାଲରା ତାଙ୍କ ଡାନ୍ସକୁ ନେଇ ଏବେ ବିବାଦରେ ଫସି ଯାଇଛନ୍ତି । ଯେଉଁଥିପାଇଁ ତାଙ୍କୁ ଥାନାକୁ ଯିବାକୁ ପଡ଼ିଛି ।

shriya
p.c : asianetnews.com

ଘଟଣାଟି ଥିଲା ଏପରି । ମଡେଲ ଶ୍ରୀୟା ଗତ ସପ୍ତାହରେ ଇନ୍ଦୋର ବିଜୟନଗର ଥାନା ଅନ୍ତର୍ଗତ ରସୋମା ଛକରେ ଟ୍ରାଫିକ ରେଡ୍‌ ଲାଇଟ ଦେବାରୁ ଅଟକି ଯାଇଥିଲେ । ଛକରେ ଅଟକିବା ପରେ ଶ୍ରୀୟା ହଠାତ୍‌ ଗାଡ଼ିରୁ ଓହ୍ଲାଇ ଟ୍ରାଫିକ ଉପରେ ନାଚିବାକୁ ଲାଗିଥିଲେ । ଏହାକୁ ଦେଖିବା ପାଇଁ ସେଠାରେ କିଛି ସମୟ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଏହି ଭିଡ଼ିଓକୁ କେହି ଜଣେ ସୋସିଆଲ ମିଡ଼ିଆରେ ଛାଡ଼ିଦେବାରୁ ତାହା ଭାଇରାଲ ହୋଇଥିଲା ।

shriya
p.c : asianetnews.com

ପରେ ଏହି ଭିଡିଓ ଗୃହ ମନ୍ତ୍ରୀଙ୍କ ଦୃଷ୍ଟିରେ ପଡ଼ିଥିଲା । ମନ୍ତ୍ରୀ ଏଭଳି କାର୍ଯ୍ୟ ଉପରେ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ । ଫଳରେ ଶ୍ରୀୟାଙ୍କୁ ଥାନା ଯିବାକୁ ପଡ଼ିଲା । ଥାନା ଯାଇ ଶ୍ରୀୟ ନିଜ ଭୁଲର ସଫେଇ ଦେବା ସହ ନିଜର ଭୁଲ ହୋଇଯାଇଥିବା କହିଥିଲେ । ଏବଂ ଆଉ ଏପରି କାର୍ଯ୍ୟ କରିବେ ନାହିଁ ବୋଲି ଥାନରେ କହିବା ସହ କ୍ଷମା ମାଗିଥିଲେ । ଟ୍ରାଫିକ ଛକରେ ରେଡ ଲାଇଟ ସମୟରେ ନାଚ କରିବା ତାଙ୍କ ପାଇଁ ବେଶ ମହଙ୍ଗା ପଡ଼ିଥିଲା । ଆଉ ଏଭଳି ଭୁଲ କେବେ ସେ କରିବେ ନାହିଁ ବୋଲି କହିବା ସହ କ୍ଷମା ମାଗି ଘରକୁ ଫେରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.