ଚିରଞ୍ଜୀବଙ୍କ ସହ ବନ୍ଧୁମିଳନ ବେଳର ଫଟୋ ସେୟାର କରି ଏମିତି କହିଲେ ଦକ୍ଷିଣ ଭାରତୀୟ ଷ୍ଟାର

ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ଚିରଞ୍ଜୀବ ଓ ମୋହନଲାଲଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଉଭୟଙ୍କ ବନ୍ଧୁତା କେତେ ନିବିଡ଼ ତାହା ତ ଦର୍ଶକଙ୍କୁ ଖୁବ୍‌ ଭଲ ଭାବେ ଜଣା। ମାତ୍ର ଏଥରକ କୌଣସି ଫିଲ୍ମ ସୁଟିଂ ବା ଆଓ୍ଵାର୍ଡ ପ୍ରୋଗ୍ରାମରେ ନୁହେଁ, ଦୁଇ ବନ୍ଧୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ। ‘କ୍ଲାସ୍‌ ଅଫ୍‌ ୮୦ସ୍‌’ ବନ୍ଧୁମିଳନରେ ବନ୍ଧୁମାନଙ୍କୁ ଏତେ ବର୍ଷ ପରେ ଭେଟି ୫୯ ବର୍ଷୀୟ ମୋହନଲାଲ ଅତ୍ୟନ୍ତ ଭାବବିହ୍ଵଳ ହୋଇଯାଇଥିଲେ। ପାର୍ଟିରେ ଚିରଞ୍ଜୀବଙ୍କ ସହ ଏକ ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ‘‘ମୋ ପ୍ରିୟର ବନ୍ଧୁ ଚିରଞ୍ଜୀବଙ୍କ ସହ’’।

ଦେଖନ୍ତୁ ଫଟୋ:

 

View this post on Instagram

 

With my amazing friend Chiranjeevi . . . . #chiranjeevi #friends #reunion #classof80

A post shared by Mohanlal (@mohanlal) on

ଏହି ଫଟୋକୁ ଉଭୟ ଚିରଞ୍ଜୀବ ଓ ମୋହନଲାଲଙ୍କ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିଛନ୍ତି। କେବଳ ଏହି ଗୋଟିଏ ଫଟୋ ନୁହେଁ, ବନ୍ଧୁମିଳନ ବେଳର ଆହୁରି ଅନେକ ଫଟୋକୁ ସେ ସେୟାର କରିଛନ୍ତି। ପାର୍ଟିରେ ନାଗାର୍ଜୁନ ଅକିନେନି, ରାଧିକା ଶରତକୁମାର, ଜ୍ୟାକି ଶ୍ରଫ, ଭେଙ୍କଟେଶ ଦଗୁବାଟୀ, ପୁନମ୍‌ ଧିଲନ୍‌, ଜୟାସୁଧା, ସୁହାସିନୀ ମଣିରତ୍ନମ୍‌, ରେବତୀ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା।

ଏହାସହ ପଢ଼ନ୍ତୁ: ମରୁଭୂମିରେ ହଟ୍‌ ବେଲି ଡ୍ୟାନ୍ସ କରୁଛନ୍ତି ନୋରା ଫତେହୀ, ଥରେ ଭିଡିଓ ଦେଖିଲେ ହଟାଇପାରିବେନି ନଜର

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଚିରଞ୍ଜୀବ ହୋଷ୍ଟ କରିଥିଲେ। ଏଥିପାଇଁ ସେ ହାଇଦ୍ରବାଦ୍‌ରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ। ୨୦୧୬ ମସିହାରେ ଆୟୋଜିତ ରିୟୁନିଅନ୍‌ ପାର୍ଟିରେ ସୁପରଷ୍ଟାର ରଜନୀକାନ୍ତ ଉପସ୍ଥିତ ଥିବା ବେଳେ ଚଳିତଥର ସେ କୌଣସି କାରଣବଶତଃ ଯୋଗ ଦେଇପାରିନଥିଲେ। ଏଥରକ ପାର୍ଟିର ଥିମ୍‌ ଥିଲା ବ୍ଲାକ୍‌ ଓ ଗୋଲ୍ଡ। ଉପସ୍ଥିତ ଅଭିନେତା ଅଭିନେତ୍ରୀ ଏହି ଡ୍ରେସ୍‌ରେ ଖୁବ୍‌ ଗର୍ଜିୟସ୍‌ ଲାଗୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.