ମୋହିତ ରୈନାଙ୍କ ଘରକୁ ଆସିଲା ନହ୍ନି ପରୀ, ‘ଦେବୋ କେ ଦେବ ମହାଦେବ’ ଆକ୍ଟର ଦେଖାଇଲେ ଝିଅର ପ୍ରଥମ ଝଲକ୍‌

ଅଭିନେତା ମୋହିତ ରୈନା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ଅଦିତି ଶର୍ମା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ମୋହିତ ଇନ୍‌ଷ୍ଟାଗ୍ରାମରେ ନିଜ ଝିଅର ପ୍ରଥମ ଫଟୋ ପୋଷ୍ଟ କରିଛନ୍ତି।

ଟିଭି ତଥା ବଲିଉଡ ଅଭିନେତା ମୋହିତ ରୈନା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ଅଦିତି ଶର୍ମା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ମୋହିତ ନହ୍ନି ପରୀର ପ୍ରଥମ ଝଲକ ଦେଖାଇଛନ୍ତି। କପଲ୍‌ ମାତାପିତା ହେବା ଉପରେ ଫ୍ୟାନ୍‌ମାନେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି।

ମୋହିତ ରୈନା ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ଝିଅର ପ୍ରଥମ ଫଟୋ ପୋଷ୍ଟ କରିଛନ୍ତି। ଯଦିଓ ସେ ତାଙ୍କ କୁନି ଝିଅର ଚେହେରା ଦେଖାଇ ନାହାଁନ୍ତି, କିନ୍ତୁ ଫଟୋରେ ମୋହିତ ଝିଅର କୁନି ହାତ ଧରିଥିବାର ନଜର ଆସିଛନ୍ତି। ଅଭିନେତା ଫଟୋ ସହିତ ଏକ ସୁନ୍ଦର ନୋଟ୍ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ‘ଏମିତି ହିଁ ଆମେ ତିନି ହୋଇଗଲୁ। ଏହି ଦୁନିଆରେ ବେବି ଗାର୍ଲକୁ ସ୍ୱାଗତ’। ଏହା ସହିତ ମୋହିତ ରୈନା ରେଡ୍ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି।

ଅଭିନେତାଙ୍କ ଏହି ପୋଷ୍ଟରେ ଦିୟା ମିର୍ଜା କମେଣ୍ଟ କରି ଲେଖିଛନ୍ତି, ‘ଅଭିନନ୍ଦନ’। ଏହା ବ୍ୟତୀତ ଫ୍ୟାନ୍‌ମାନେ କମେଣ୍ଟ ସେକ୍ସନରେ ମୋହିତ ଓ ଅଦିତିଙ୍କ ପାଇଁ ଶୁଭେଚ୍ଛା ବର୍ଷା କରି ଦେଇଛନ୍ତି।

କହି ରଖୁଛୁ, କିଛି ଦିନ ପୂର୍ବରୁ ମୋହିତ ରୈନା ଓ ଅଦିତି ଶର୍ମାଙ୍କ ବିବାହକୁ ନେଇ ଏକ ଖବର ସାମ୍ନାକୁ ଆସିଥିଲା। ଅନେକ ରିପୋର୍ଟରେ କୁହାଯାଇଥିଲା ଯେ ବିବାହ ପରେ ଦମ୍ପତିଙ୍କ ସମ୍ପର୍କରେ ତିକ୍ତତା ଆସିଯାଇଛି। ହେଲେ ପରେ ଏକ ସାକ୍ଷାତକାରରେ ମୋହିତ ରୈନା ଏହି ରିପୋର୍ଟଗୁଡ଼ିକୁ ଭିତ୍ତିହୀନ ବୋଲି କହିଥିଲେ। ସେ କହିଥିଲେ ଯେ ‘ମୁଁ ହିମାଚଳ ପ୍ରଦେଶରେ ମୋ ବିବାହର ପ୍ରଥମ ବାର୍ଷିକୀ ପାଳନ କରୁଛି’।

 

View this post on Instagram

 

A post shared by Mohit Raina (@merainna)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.