ମନୋରଂଜନ

ପରଲୋକରେ ‘ମୋମ୍‌ କି ଗୁଡ଼ିୟା’ ଅଭିନେତା ରତନ ଚୋପ୍ରା, କ୍ୟାନ୍‌ସରରେ ଥିଲେ ଆକ୍ରନ୍ତ

ବଲିଉଡ୍‌ ପୁଣି ଜଣେ ବରିଷ୍ଠ ଅଭିନେତାଙ୍କୁ ହରାଇଛି । ଏହି ଅଭିନେତା ହେଲେ ରବି ଚୋପ୍ରା ବା ରତନ ଚୋପ୍ରା । ଦୀର୍ଘ ଦିନ ହେବ ସେ କ୍ୟାନ୍‌ସର ରୋଗରେ ପୀଡ଼ିତ ଥିଲେ । ଗତ ୧୨ ତାରିଖରେ ୭୦ ବର୍ଷ ବୟସରେ ସେ ସମସ୍ତଙ୍କୁ ଅଲ୍‌ବିଦା କରିଛନ୍ତି ।

ରତନଙ୍କ ପ୍ରକୃତ ନାମ ଥିଲା ଅବ୍‌ଦୁଲ୍‌ ଜବ୍ଦର ଖାନ୍‌ । ସେ ବିବାହ କରି ନଥିବା ବେଳେ ଅନିତା ନାମ୍ନୀ ଜଣେ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ପଞ୍ଜାବର ମାଲେରକୋଟ୍‌ଲା ଟାଉନ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ତାଙ୍କର ଶେଷ ସମୟ ବହୁ ଅଭାବ ଅନଟନ ଦେଇ ବିତିଥିଲା । ଏପରିକି ଦୁଇ ଓଳି ଖାଇବାକୁ ତାଙ୍କ ପାଖରେ ଅର୍ଥ ନଥିଲା । ସେ ଗୁରୁଦ୍ୱାର ଦ୍ୱାରା ଦିଆଯାଉଥିବା ଲଙ୍ଗର ଓ ମନ୍ଦିରରୁ ଆସୁଥିବା ପ୍ରସାଦ ଖାଇ ବଞ୍ଚି ରହିଥିଲେ ।

ଗତ ଜାନୁଆରୀ ମାସରେ ସେ କ୍ୟାନ୍‌ସର ରୋଗରେ ଥିବା ଜାଣିବାକୁ ପାଇଥିଲେ । ତାଙ୍କର ପରିବାର ଲୋକେ ଚିକିତ୍ସା ଅର୍ଥ ଦେଇ ପାରି ନଥିବାରୁ ସେ ଭଲ ହସ୍‌ପିଟାଲରେ ଚକିତ୍ସିତ ହୋଇ ପାରିନଥିଲେ ।

ଅର୍ଥ ପାଇଁ ସେ ଅଭିନେତା ଧର୍ମେନ୍ଦ୍ର, ଅକ୍ଷୟ କୁମାର ଓ ସୋନୁ ସୁଦଙ୍କୁ ୧୦ ଦିନ ତଳେ ଅନୁରୋଧ କରିଥିଲେ । ହେଲେ କୈାଣସି ଉତ୍ତର ପାଇ ନଥିଲେ । ଗତ ୫ ବର୍ଷ ହେବ ରତନ ହରିଆନାର ପଞ୍ଚକୁଲା ଠାରେ ଏକ ଭଡ଼ା ଘରେ ରହି ଆସୁଥିଲେ ସେ ।

ସେ ‘ମୋମ୍‌ କି ଗୁଡ଼ିୟା’ ଫିଲ୍ମରେ ଅଭିନେତ୍ରୀ ତନୁଜାଙ୍କ ସହ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ଫିଲ୍ମ ‘ଲୋଫର, ଆୟା ସାଓ୍ଵନ ଝୁମ୍‌କେ ଓ ଜୁଗ୍‌ନୁ’ ରେ ଅଭିନୟ ପାଇଁ ଅଫର ପାଇଥିଲେ ହେଁ ତାଙ୍କର ଜେଜେ ମା’ଙ୍କ କଡ଼ା ବାରଣ ଯୋଗୁ ଫିଲ୍ମ ଅଫରକୁ ମନା କରିଦେଇଥିଲେ ।

ଯେଉଁଥିରେ ପରେ ଧର୍ମେନ୍ଦ୍ର ଅଭିନୟ କରିଥିଲେ । ରତନ ପଞ୍ଜାବ(ଚଣ୍ଡିଗଡ଼) ୟୁନିଭରସିଟିରୁ ସ୍ନାତକ ପାସ୍‌ କରିଥିଲେ । ଅଭିନୟ ଛାଡ଼ିବା ପରେ ସେ ବିଭିନ୍ନ ସ୍କୁଲ୍‌ ଘରୋଇ ଶିକ୍ଷାନୁଷ୍ଠାନରେ ଇଂରାଜୀ ପଢ଼ାଇ ନିଜର ଜୀବନ ନିର୍ବାହ କରୁଥିଲେ ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago