ମନୋରଂଜନ

ଜ୍ୟାକ୍‌ଲିନ୍‌ଙ୍କ ପାଇଁ ଡ୍ରେସ୍‌ କିଣିବାକୁ ତାଙ୍କ ଷ୍ଟାଇଲିଷ୍ଟ୍‍ଙ୍କୁ ୩ କୋଟି ଟଙ୍କା ଦେଇଥିଲେ ସୁକେଶ, ଏବେ ହେଲା ଖୁଲାସା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ମନି ଲଣ୍ଡ୍ରିଂ ମାମଲାରେ ଦିନକୁ ଦିନ ଫସି ଚାଲିଛନ୍ତି। ବେଳକୁ ବେଳ ତାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଡିଜାଇନର ଲିପାକ୍ଷୀ ଏଲାଭାଡ଼ିଙ୍କୁ ଦିଲ୍ଲୀ ପୋଲିସର ଇକୋନୋମିକ୍‌ ଅଫେନ୍ସ ୱିଙ୍ଗ୍‌ ପ୍ରାୟ ଆଠ ଘଣ୍ଟା ଧରି ପଚରାଉଚରା କରିଛି। ଜ୍ୟାକଲିନଙ୍କୁ ଦ୍ୱିତୀୟ ଥର ପାଇଁ ଏହି ପ୍ରସଙ୍ଗରେ ପଚରାଉଚରା କରାଯାଇଥିବା ବେଳେ ଏହା ପରେ ଲିପାକ୍ଷୀଙ୍କୁ ପ୍ରଶ୍ନ କରିଥିଲା ଟିମ୍‌।

ଏ ନେଇ ସୂଚନା ଦେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଲିପାକ୍ଷୀ ୧୧.୩୦ରେ ଅଫିସକୁ ଆସିଥିଲେ ଏବଂ ତା’ପରେ ତାଙ୍କୁ ୮ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଏହା ପରେ ସେ ସନ୍ଧ୍ୟା ୭.୩୦ ରେ ଫେରିଥିଲେ। ଅଧିକାରୀଙ୍କ କହିବାନୁସାରେ, ଲିପାକ୍ଷୀଙ୍କ ସହ ଜ୍ୟାକଲିନଙ୍କର ସମ୍ପର୍କ ବିଷୟରେ ସେ ଜାଣିବାକୁ ପାଇଛନ୍ତି। ଲିପାକ୍ଷୀ ଜଣେ ଡ୍ରେସ ଡିଜାଇନର୍‌ ଏବଂ ସେ ଅନେକ ସେଲିବ୍ରିଟିଙ୍କ ସହ ୧୦ବର୍ଷ ଧରି କାମ କରୁଛନ୍ତି। ଲିପାକ୍ଷୀଙ୍କୁ ପୂର୍ବରୁ ଡକାଯାଇଥିଲା, କିନ୍ତୁ ସେ ସେତେବେଳେ ଆସିନଥିଲେ। ତେଣୁ ପରେ ତାଙ୍କୁ ବ୍ୟକ୍ତିଗତ ଭାବେ ପଚରାଉଚରା କରାଯାଇଥିଲା।

ପଚରାଉଚରା ବେଳେ ଲିପାକ୍ଷୀ ସ୍ୱୀକାର କରିଛନ୍ତି ଯେ ସେ ଜ୍ୟାକଲିନ ଏବଂ ସୁକେଶଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ। ସୁକେଶ ଲିପାକ୍ଷୀଙ୍କ ସହ କଥା ହୋଇ ଜ୍ୟାକଲିନ୍‌ କେଉଁ ପ୍ରକାରର ପୋଷାକ ପିନ୍ଧନ୍ତି ତାହା ଜାଣିବାକୁ ଚେଷ୍ଟା କରୁଥିଲେ। ଏହା ଦ୍ୱାରା ସୁକେଶ ତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲେ। ଗତ ବର୍ଷ ସୁକେଶ ଲିପାକ୍ଷୀଙ୍କ ମାଧ୍ୟମରେ ଜ୍ୟାକଲିନଙ୍କ ସହ ଯୋଗାଯୋଗ କରିଥିଲେ।

ଅଧିକାରୀ କହିଛନ୍ତି ଯେ ଜ୍ୟାକଲିନଙ୍କ ପାଇଁ କେବଳ ଡ୍ରେସ୍‌ ପାଇଁ ସୁକେଶ ଲିପାକ୍ଷୀଙ୍କୁ ୩ କୋଟି ଟଙ୍କା ଦେଇଥିଲେ। ସେହି ଟଙ୍କାରେ ଲିପାକ୍ଷୀ ଜ୍ୟାକଲିନଙ୍କ ପାଇଁ ଉପହାର କିଣିଥିଲେ। ଅଧିକାରୀଙ୍କ କହିବାନୁସାରେ, ସୁକେଶଙ୍କ ଗିରଫଦାରୀ ବିଷୟରେ ଜ୍ୟାକଲିନ ଜାଣିବା ମାତ୍ରେ ସେ ତୁରନ୍ତ ତାଙ୍କ ସହ ସମସ୍ତ ସମ୍ପର୍କ କାଟି ଦେଇଥିଲେ।

ଆଉ ଏକ ସୂଚନା ମୁତାବକ, ସୁକେଶ ତାଙ୍କ ଜନ୍ମଦିନରେ ଜ୍ୟାକଲିନଙ୍କ ଏଜେଣ୍ଟଙ୍କୁ ଏକ ବାଇକ୍‌ ମଧ୍ୟ ଦେଇଥିଲେ, କିନ୍ତୁ ସେ ମନା କରିଦେଇଥିଲେ। ତଥାପି ସୁକେଶ ବାଇକ୍‌ ଏବଂ
ଏହାର ଚାବି ଏଜେଣ୍ଟଙ୍କ ଘରକୁ ପଠାଇଥିଲେ। ସେହି ବାଇକକୁ ବି ଏବେ ଜବତ କରାଯାଇଛି।

ଇଡିର କହିବାନୁସାରେ, ଜ୍ୟାକଲିନ୍‌ ପୂର୍ବରୁ ଜାଣିଥିଲେ ଯେ ସୁକେଶ ମନି ଲଣ୍ଡ୍ରିଂ ମାମଲାର ଜଣେ ଅଭିଯୁକ୍ତ। ଏହା ପରେ ବି ସେ ତାଙ୍କ ସହ ସମ୍ପର୍କ ରଖିଥିଲେ। ଏଣୁ ଏବେ ସେ ସମସ୍ୟାରେ ପଡ଼ିଛନ୍ତି।

Also Read: ଆଜିର ରାଶିଫଳ ! ପଢ଼ନ୍ତୁ, ମେଷଠାରୁ ମୀନ ଯାଏଁ କାହାର କେମିତି କଟିବ ଦିନ

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

57 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago