ବିବାହ ପୂର୍ବରୁ ଅଭିନେତ୍ରୀ ମୌନୀଙ୍କ ପୁଣି ବିକିନୀ ଅବତାର, ସୋସିଆଲ ମିଡ଼ିଆରେ ଲଗାଇଲେ ନିଆଁ

ଅଭିନେତ୍ରୀ, ଗାୟକ, ମଡେଲ ତଥା କଥକ ଡ୍ୟାନ୍ସର ମୌନୀ ରୟ ସର୍ବଦା ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ଥାଆନ୍ତି । ବିଶେଷକରି ହଟ ପୋଜ୍‌ରେ ଭିଡ଼ିଓ ଏବଂ ଫଟୋ ଦେଇ ସେ ସର୍ବଦା ପ୍ରଶସଂକଙ୍କ ଧ୍ୟାନ ଆକର୍ଷଣ କରିଥାନ୍ତି । ହିନ୍ଦୀ ଟେଲିଭିଜନ ଧାରାବାହିକରୁ ପ୍ରସିଦ୍ଧି ଲାଭ କରିଥିବା ମୌନୀ, ଅଭିନେତା ଅକ୍ଷୟ କୁମାରଙ୍କ ସହ ମଧ୍ୟ ଫିଲ୍ମ ‘ଗୋଲ୍ଡ’ ରେ ଅଭିନୟ କରିଛନ୍ତି । ତେବେ ସୋସିଆଲ ମିଡ଼ିଆରେ ହଟ ପୋଜ ଦେଇ ସେ ବହୁବାର ଚର୍ଚ୍ଚାର ପରିସରକୁ ଆସିଥାନ୍ତି ।

MOUNI.
P.C : aajtak.in

ସୂଚନା ଅନୁଯାୟୀ, ମୌନୀ ଜାନୁଆରୀ ୨୭ ରେ ବିବାହ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସେ ପୁଣି ଥରେ ବିକିନୀରେ ଫଟୋ ପୋଜ ଦେଇ ହଙ୍ଗାମା ସୃଷ୍ଟି କରିଛନ୍ତି । ସେ ତାଙ୍କର ଦୀର୍ଘ ଦିନର ବୟଫ୍ରେଣ୍ଡ୍‌ ସୁରଜ ନମ୍ବିୟାରଙ୍କ ସହ ଗୋଆରେ ବିବାହ କରିବେ ବୋଲି ଖବର ମିଳିଛି ।

 

MOUNI
P.C : aajtak.in

ତେବେ ବିବାହ ପୂର୍ବରୁ ମୌନୀ କିଛି ବିକିନୀ ଫଟୋ ସେୟାର କରିଛନ୍ତି । ଭିଡ଼ିଓରେ ଦେଖାଯାଇଛି କି ମୌନୀ ହଳଦିଆ ରଂଗର ବିକିନୀ ପିନ୍ଧି କିଛି ଅଲଗା ଅଲଗା ପୋଜ ଦେଇଛନ୍ତି । ମୌନୀଙ୍କର ଏହି ହଟ୍‌ ଲୁକ୍‌କୁ ତାଙ୍କର ପ୍ରଶଂସକ ବେଶ ପସନ୍ଦ କରିଛନ୍ତି । ଏହି ପୋଜକୁ ପ୍ରାୟ ଲକ୍ଷାଧିକ ‘ଲାଇକ’ ମିଳିଛି । ମୌନୀଙ୍କ ଫଟୋରେ ପ୍ରଶଂସକ ‘ଫାୟର’ ଓ ‘ହଟ’ ଇମୋଜୀର ପ୍ରତିକ୍ରିୟା ଦେଇଛନ୍ତି । କିଛି ଟିଭି ଅଭିନେତା ମଧ୍ୟ ମୌନୀଙ୍କୁ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.