କରଣଙ୍କ ଜନ୍ମଦିନ ପାର୍ଟିରେ କରୋନା ବିସ୍ଫୋରଣ, ଏକାଥରକେ ୫୦ରୁ ଅଧିକ ସଂକ୍ରମିତ

ଗତକିଛି ଦିନ ତଳେ ବଲିଉଡର ଜଣାଶୁଣା ନିର୍ମାତା କରଣ ଜୋହର ତାଙ୍କର ୫୦ ତମ ଜନ୍ମଦିନ ପାଳନ କରିଛନ୍ତି। କରଣ ଜୋହର ତାଙ୍କ ଜନ୍ମଦିନରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ। ଯେଉଁଥିରେ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରୀର ଅନେକ ଲୋକପ୍ରିୟ ତଥା ଚର୍ଚ୍ଚିତ ଚେହେରାକୁ ଦେଖିବାକୁ ମିଳିଥିଲା । କରଣ ଜୋହରଙ୍କ ଏହି ପାର୍ଟି ଯୋଗୁଁ ୫୦ରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି।

କରଣଙ୍କ ଗ୍ରାଣ୍ଡ ପାର୍ଟିରେ ଯୋଗ ଦେଇଥିବା ଅନେକ ସେଲିବ୍ରିଟିଙ୍କୁ ମହଙ୍ଗା ପଡିଛି। ରିପୋର୍ଟ ଅନୁଯାୟୀ, କରଣ ଜୋହରର ଏହି ଗ୍ରାଣ୍ଡ ପାର୍ଟିକୁ ଅତିଥି ଭାବରେ ଆସିଥିବା ୫୦ ରୁ ୫୫ ଜଣଙ୍କୁ କରୋନା ସଂକ୍ରମଣ ହୋଇଛନ୍ତି। କରଣଙ୍କ ଜନ୍ମଦିନ ପାର୍ଟିରେ ହ୍ରିତିକ ରୋଶନ, ଶାହରୁଖ ଖାନ, କ୍ୟାଟ୍ରିନା କୈଫ, କିଆରା ଆଡଭାନୀ, ଜାହ୍ନବୀ କପୁର, ମଲାଇକା ଆରୋର, କରୀନା କପୁର ଖାନ ଭଳି ପ୍ରମୁଖ କଳାକାର ଯୋଗ ଦେଇଥିଲେ।

karan b
Photo credit: Bollywood life

ଅକ୍ଷୟ କୁମାର ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ପରି ତାରକାମାନେ ଗତ କିଛି ସପ୍ତାହ ମଧ୍ୟରେ କୋଭିଡ ପଜିଟିଭ ବୋଲି ସ୍ୱୀକାର କରିଛନ୍ତି। ଯେଉଁମାନେ ଚଳିତ ବର୍ଷ IIFA ଯାଇନଥିଲେ, ସେମାନେ ହୁଏତ କୋଡିଭର ଶିକାର ହୋଇଛନ୍ତି ବୋଲି ଅନୁମାନ କରାଯାଉଛି।

କାର୍ତ୍ତିକ ଆର୍ଯ୍ୟନଙ୍କ ପରେ ଅଭିନେତା ଆଦିତ୍ୟ ରୟ କପୁର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଆଦିତ୍ୟ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।ଦୁହେଁ ଏବେ ଆଇସୋଲେସନରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.