Categories: ମନୋରଂଜନ

ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ‘‘Hacked’’ର ମୋଶନ୍‌ ପୋଷ୍ଟର, ହଟ୍‌ ଅନ୍ଦାଜରେ ନଜର ଆସିଲେ ହିନା ଖାନ୍‌

ଛୋଟ ପରଦାରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ହିନା ଖାନ୍‌ ଏବେ ବଡ଼ ପରଦାରେ କରିସ୍ମା ଦେଖାଇବାକୁ ପ୍ରସ୍ତୁତ ହୋଇସାରିଲେଣି। ହିନା ଏବେ ବିକ୍ରମ ଭଟ୍ଟଙ୍କ ସହ ବଲିଉଡ୍‌ରେ ପାଦ ଥାପିବାକୁ ରେଡି ହେଲେଣି। ହିନା ନିଜ ପ୍ରଥମ ଫିଲ୍ମ ‘ହ୍ୟାକ୍‌ଡ’ର ସୁଟିଂ ଶେଷ କରିସାରିଥିବା ବେଳେ ଫିଲ୍ମଟି ଏବେ ରିଲିଜ୍‌ ଅପେକ୍ଷାରେ ରହିଛି। ଇତି ମଧ୍ୟରେ ଫିଲ୍ମର ଏକ ମୋଶନ୍‌ ପୋଷ୍ଟର ଜାରି କରାଯାଇଛି, ସେଥିରେ ହିନାଙ୍କୁ ବୋଲ୍ଡ ଅବତାରରେ ଦେଖିବାକୁ ମିଳିଛି। ଫିଲ୍ମରେ ଡିଜିଟାଲ ଓ ସୋସିଆଲ ମିଡିଆର ନକାରାତ୍ମକ ପ୍ରଭାବକୁ ଉପସ୍ଥାପନ କରାଯାଇଛି। ଏନେଇ ନିଜେ ହିନା ସୋସିଆଲ ମିଡିଆ ଆକାଉଣ୍ଟରେ ଫ୍ୟାନ୍‌ଙ୍କୁ ସୂଚନା ଦେଇଛନ୍ତି।

ଆସନ୍ତା ମାସ ୭ ତାରିଖରେ ଫିଲ୍ମ ରିଲିଜ୍‌ ହେବ ବୋଲି ଜଣାଯାଇଛି। ଏବେ ଫିଲ୍ମର ମୋଶନ୍‌ ପୋଷ୍ଟର ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଏହି ମୋଶନ ପୋଷ୍ଟରକୁ ନିଜେ ହିନା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଥର ଲାଇକ୍‌ କରାଯାଇଛି। ଫିଲ୍ମରେ ସାଇବର କ୍ରାଇମ୍‌ ବିଷୟରେ ଦେଖାଯିବା ସହ ଚେତାବନୀ ମଧ୍ୟ ଦିଆଯାଇଛି। ହିନା ଏଥିରେ ଜଣେ ଫ୍ୟାଶନ ପତ୍ରିକାର ସମ୍ପାଦକ ଭୂମିକାରେ ନଜର ଆସିବେ। ଫିଲ୍ମରେ ତାଙ୍କ ଚରିତ୍ର ଖୁବ୍‌ ଗ୍ଲାମରର୍ସ ରହିଛି। ଲୋନ୍‌ରେଞ୍ଜର ପ୍ରଡକ୍ସନ୍‌ ଦ୍ୱାରା ନିର୍ମିତ ଓ ଅମର ପି ଠକ୍କର ଓ କ୍ରିଷ୍ଣା ଭଟ୍ଟଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ରୋହନ ଶାହ, ମୋହିତ ମାଲହୋତ୍ରା ଓ ସିଦ୍ଧ ମକ୍କର ମଧ୍ୟ ରହିଛନ୍ତି।

ନିକଟରେ ହିନା ମାଲଦ୍ୱୀପରୁ ଛୁଟି କାଟି ଫେରିଛନ୍ତି। ଏହାର ଫଟୋ ଏବେ ହିନା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଛୋଟ ପରଦାରେ ହିନା ‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଅକ୍ସରା ଚରିତ୍ରରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।

WCW 11

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

3 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

16 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

17 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago