ବଲିଉଡ ଅଭିନେତ୍ରୀ ମୋନି ରୟ ଆଜି ତାଙ୍କ ଜନ୍ମ ଦିନ ପାଳନ କରୁଛନ୍ତି । ମୋନି ରୟ ନିଜର ୧୮ ବର୍ଷର ବଲିଉଡ କ୍ୟାରିଅରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ୩୯ ତମ ଜନ୍ମ ଦିବସରେ ତାଙ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋନି ରୟ ଦୀର୍ଘ ୧୦ ବର୍ଷ ପର୍ଯ୍ୟନ୍ତ ଟିଭି ଦୁନିଆରେ ସଂଘର୍ଷ କରିଛନ୍ତି । ତାପରେ ହିଁ ତାଙ୍କୁ ନାଁ ମିଳିଥିଲା । ଟିଭି ଦୁନିଆରୁ ବାହାରି ବଲିଉଡ ଜଗତରେ ପାଦ ଥାପିଥିଲେ ମୋନି ରୟ । କିନ୍ତୁ ମୋନି ରୟଙ୍କ ଭାଗ୍ୟ ବଡ଼ ପରଦାରେ ଚମକି ପାରିଲାନି । ମୋନି ରୟ ୮ ବର୍ଷର ଫିଲ୍ମ କ୍ୟାରିଅରରେ ଥରେ ବି ସୋଲୋ ହିଟ୍ ର ସ୍ୱାଦ ଚାଖୀ ନାହାନ୍ତି । କିନ୍ତୁ ମୋନି ରୟ ‘ବ୍ରହ୍ମାସ୍ତ୍ର’ ଭଳି ସୁପରହିଟ ଫିଲ୍ମରେ କାମ କରିଛନ୍ତି ।
୧୯୮୫ ମସିହା ଆଜିର ଦିନରେ ପଶ୍ଚିମ ବଙ୍ଗରେ ଜନ୍ମ ଗ୍ରହଣ କରିଥିଲେ ମୋନି । ତାଙ୍କ ମା’ ମୁକ୍ତି ମଧ୍ୟ ଜଣେ ଥିଏଟର ଆର୍ଟିଷ୍ଟ ଥିଲେ । ମୋନିଙ୍କ ବାପା ଅନିଲ ରୟ ଜିଲ୍ଲା ପରିଷଦ ସଚ୍ଚିବ ଥିଲେ । ୨୦୦୬ ମସିହାରେ ମୋନି ସୁପରହିଟ୍ ସିରିଏଲ୍ ‘କ୍ୟୁଙ୍କି ସାସ ଭି କଭି ବୋହୁ ଥି’ ରେ କାମ କରିଥିଲେ । ମୋନିଙ୍କୁ ଲୋକମାନେ ପସନ୍ଦ କରିବା ଆରମ୍ଭ କରିଥିଲେ । ତେବେ ୨୦୧୬ରେ ଆସିଥିବା ଟିଭି ସିରିଏଲ୍ ‘ନାଗିନ୍’ ମୋନିଙ୍କ ଭାଗ୍ୟକୁ ଆହୁରି ଚମକାଇଥିଲା । ଘରେ ଘରେ ଲୋକମାନେ ମୋନିଙ୍କୁ ପସନ୍ଦ କରିବାକୁ ଲାଗିଲେ ।
ଏହି ସିରିଏଲ୍ ପରେ ମୋନି ରୟଙ୍କୁ ବଡ଼ ପରଦାରେ ଅଭିନୟ କରିବା ପାଇଁ ରାସ୍ତା ମିଳିଥିଲା । ୨୦୧୮ରେ ଅକ୍ଷୟ କୁମାରଙ୍କ ଷ୍ଟାରର ଫିଲ୍ମ ଗୋଲ୍ଡରେ କାମ କରିଥିଲେ ମୋନି । ଏହା ପରେ ଅନେକ ଚଳଚ୍ଚିତ୍ରରେ ମୋନି ରୟ ଅଭିନୟ କରିଛନ୍ତି । କିନ୍ତୁ କୌଣସି ଚଳଚ୍ଚିତ୍ର ତାଙ୍କର ସୁପରହିଟ ହୋଇନଥିଲା । କିନ୍ତୁ ମୋନି ଅଭିନୟ କରିଥିବା ବ୍ରହ୍ମାସ୍ତ୍ର ଫିଲ୍ମ ସୁପରହିଟ୍ ହୋଇଥିଲା । କିନ୍ତୁ ଏହି ଚଳଚ୍ଚିତ୍ରରେ ସେ ସାଇଡ ରୋଲରେ ଅଭିନୟ କରିଥିଲେ । ମୋନି ରୟ ଆଜି ତାଙ୍କର ୩୯ ତମ ଜନ୍ମ ଦିନ ସେଲିବ୍ରେଟ କରୁଛନ୍ତି । ଜନ୍ମ ଦିନ ଅବସରରେ ମୋନିଙ୍କୁ ବଲିଉଡ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସମାନେ ଶୁଭକାମନା ଜଣାଉଛନ୍ତି ।