ନୂଆ ଅବତାରରେ ମୌନି ରୟ, ପରିବର୍ତ୍ତିତ ଲୁକ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ଦିଶା ପଟାନୀ ଏବଂ ମୌନି ରୟଙ୍କ ମଧ୍ୟରେ ଏକ ଗଭୀର ବନ୍ଧୁତା ଅଛି ଏବଂ ଏହା ଅନେକ ସମୟରେ ଦେଖିବାକୁ ମିଳେ । ଉଭୟଙ୍କୁ ପ୍ରାୟତଃ ଅନେକ ଇଭେଣ୍ଟ ଏବଂ ଟ୍ରିପରେ ଏକାଠି ଦେଖାଯାଏ । ସେମାନେ ଏକାଠି ଛୁଟି ମଧ୍ୟ ମନେଇଥାଆନ୍ତି । ଏଥି ସହ ଶୁକ୍ରବାର ଉଭୟଙ୍କୁ ପୁଣି ଥରେ ଏକ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଥିଲା । ମୌନି ତାଙ୍କର ଷ୍ଟ୍ରାପ୍ଲେସ୍ ବ୍ଲାକ୍ ଗାଉନ୍ ଏବଂ ନୂଆ ହେଡ୍ ବ୍ୟାଙ୍ଗ୍ସ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଅଭିନେତ୍ରୀଙ୍କ ଏହି ଲୁକ୍ ସୋସିଆଲ୍ ମିଡିଆ ୟୁଜର୍ସଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ଫ୍ୟାନ୍ସ ମୌନି ରୟଙ୍କ ଷ୍ଟାଇଲିସ୍ ଲୁକକୁ ପସନ୍ଦ କରୁଥିବାବେଳେ, ଏହାକୁ ଦେଖିବା ପରେ ଅନେକ ଲୋକ ରାଗି ଯାଇଥିଲେ । ସେଥିରେ ଗୋଟିଏ ଜିନିଷ ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲା ଏବଂ ତାହା ଥିଲା ତାଙ୍କ ଓଠ । ବର୍ତ୍ତମାନ ଲୋକମାନେ ଅନୁମାନ କରୁଛନ୍ତି ଯେ ହୁଏତ ତାଙ୍କର ଓଠ ଏନହାନ୍ସମେଣ୍ଟ କରାଯାଇଛି ।

ଏହି ଭିଡିଓଗୁଡିକ ଦେଖିବା ପରେ, ଲୋକମାନେ ତାଙ୍କର ଅଜବ ଲୁକ୍ ଉପରେ ରିୟାକ୍ସନ ଦେଉଛନ୍ତି ଏବଂ କହୁଛନ୍ତି ଯେ ପୂର୍ବରୁ ଏତେ ସୁନ୍ଦର ଦେଖାଯାଉଥିବା ଏହି ଅଭିନେତ୍ରୀ ନିଜ ସହିତ କ’ଣ କରୁଛନ୍ତି । ଜଣେ ସୋସିଆଲ୍ ମିଡିଆ ୟୁଜର ଲେଖିଛନ୍ତି, ମୌନି ଆଉ ମୌନି ପରି ଦେଖାଯାଉ ନାହାଁନ୍ତି’ । ଆଉ ଜଣେ ଲେଖିଛନ୍ତି ‘ସର୍ଜରି କରି କ’ଣ ଦେଖାଯାଉଛନ୍ତି ତୁମକୁ ଆଉ ଚିହ୍ନି ହେଉନାହିଁ ’। ଜଣେ ଥାର୍ଡ ବ୍ୟକ୍ତି ସନ୍ତବ୍ୟ ଦେଇଥିଲେ ଯେ ‘‘ତୁମ ମୁହଁର ଡିଜାଇନ୍, ଛୋଟପିଲାଙ୍କ ଚତ୍ର ଅଙ୍କନ ପରି ହୋଇଛି’’ । ଏଥି ସହ ଆଉ ଜଣେ ଲେଖିଛନ୍ତି ‘‘ୟଙ୍ଗ ଦେଖାଯିବା ପାଇଁ ସେ କେତେ ସର୍ଜରି କରୁଛନ୍ତି ’’ । ଏହି ସମୟରେ ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି, ‘‘ ମୁଁ କ’ଣ କହିବି, ତାଙ୍କ ମୁହଁର ଚମକ ଚାଲିଯାଇଛି ’’ ।

ଏହି ଫିଲ୍ମରେ ଦେଖିବାକୁ ମିଳିବ :
ଆପଣଙ୍କୁ କହିରଖୁଛୁ ଯେ ମୌନି ରୟ ଶେଷ ଥର ପାଇଁ ୨୦୨୨ ମସିହାରେ ଆୟନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ ରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ଅନ୍ଧାରରେ ରହସ୍ୟମୟ ରାଣୀ ଜୁନୁନ୍ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ସହିତ ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ୪୩୦ କୋଟି ଟଙ୍କା ରୋଜଗାର କରିଥିଲା । ଏହା ବ୍ୟତୀତ, OTT ଜଗତରେ ମୌନି ରୟଙ୍କୁ ଶୋଟାଇମରେ ଇମରାନ୍ ହାସମୀଙ୍କ ସହିତ ଦେଖିବାକୁ ମିଳିଥିଲା । ଏହି ସିରିଜ୍ ଡିଜନି+ ହଟଷ୍ଟାରରେ ଉପଲବ୍ଧ । ଖୁବ୍ ଶୀଘ୍ର ଏହି ଅଭିନେତ୍ରୀ ‘ଭୂତନୀ’ ନାମକ ଏକ ଫିଲ୍ମରେ ନଜର ଆସିବେ ।