ବିଜନେସମ୍ୟାନ ସୁରଜଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ନାଗିନ ଫେମ୍ ମୌନୀ ରୟ, କେରଳ ଷ୍ଟାଇଲରେ ହେଲା ବିବାହ ସମ୍ପନ୍ନ
![mouny ray](https://knewsodisha.com/wp-content/uploads/2022/01/Picture-Credit-Times-of-India-7.jpg)
ଆଜି ବିବାହ ବନ୍ଧନରେ ନିଜ ବଏଫ୍ରେଣ୍ଡଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ମୌନୀ ରୟ । ଶେଷରେ ନିଜର ଦୀର୍ଘ ଦିନର ପ୍ରେମିକ ସୁରଜ ନାମ୍ବିଆରଙ୍କୁ ବିବାହ କରିଛନ୍ତି ମୌନୀ । ଗୋଆରେ ସେମାନଙ୍କର ବିବାହ ପୂର୍ବର ଉତ୍ସବ ଆରମ୍ଭ ହୋଇ ଯାଇଥିଲା ଏବଂ ସେହିଠାରେ ହିଁ ତାଙ୍କର ମେହେନ୍ଦି ଓ ସଂଗୀତ ହୋଇଥିଲା । କରୋନା ପାଇଁ କେବଳ ନିଜ ପରିବାର ଓ ଘନିଷ୍ଠ ବନ୍ଧୁଙ୍କୁମୌନୀ ନିଜ ବିବାହରେ ନିମନ୍ତ୍ରଣ କରିଥିଲେ। ସେମାନଙ୍କର ମ୍ୟାରେଜ ସେରିମନିର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ସବୁଠୁ ବଡ଼ କଥା ହେଲା ମୌନୀ ଓ ସୁରଜ କେରଳ ଷ୍ଟାଇଲରେ ବିବାହ କରିଛନ୍ତି ।
![mouny ray marriage](https://knewsodisha.com/wp-content/uploads/2022/01/Picture-Credit-Pinkvilla-6.jpg)
କେରଳର ପାରମ୍ପରିକ ପୋଷାକ ପିନ୍ଧିଥିଲେ ମୌନୀ ଓ ତାଙ୍କ ଭାବି ସ୍ବାମୀ ସୁରଜ । ସୋସିଆଲ ମିଡିଆ ୟୁଜର୍ସ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଅନେକ ପ୍ରଶଂସକ ତାଙ୍କ ବିବାହ ଫଟୋରେ କମେଣ୍ଟ ଦେଇଛନ୍ତି। ମୌନୀଙ୍କ ସ୍ବାମୀ ସୁରଜ ଜଣେ ବିଜନେସମ୍ୟାନ । ତେବେ ତାଙ୍କ ବିବାହ ଉତ୍ସବରେ ଅର୍ଜୁନ ବିଜଲାନି, ମନ୍ଦିରା ବେଦୀ ଏବଂ ଆଶ୍କା ଗୋରାଡିଆଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁମାନେ ମଧ୍ୟ ଯୋଗ ଦେଇଥିଲେ।
ଖବର ମୁତାବକ, ମୌନୀ ଓ ସୂରଜ ଉଭୟ ବଙ୍ଗାଳୀ ଏବଂ ଦକ୍ଷିଣ ଭାରତୀୟ ବିବାହ କରିବା ତାଙ୍କର ଇଚ୍ଛା ଥିଲା ତେଣୁ ସେମାନେ କେରଳ ବିବାହ ରୀତିନୀତି ଅନୁସାରେ ଏହି ବିବାହ କରିଛନ୍ତି । ମୌନୀ ନିଜର ଅଭିନୟ କ୍ୟାରିୟର ଟିଭିରୁ ହିଁ ଆରମ୍ଭ କରିଥିଲେ । ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ କାମ କରିଛନ୍ତି। ମୌନୀଙ୍କ ନାମ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ରହିଛି। ସେ ଦୀର୍ଘ ଦିନରୁ ସୁରଜଙ୍କୁ ଡେଟ କରୁଥିଲେ। ଖବର ଅନୁଯାୟୀ, ସୁରଜ ଦୁବାଇର ଜଣେ ବେଷ୍ଟ ବ୍ୟାଙ୍କର ଏବଂ ବିଜନେସ୍ ମ୍ୟାନ।