ଅଭିନେତ୍ରୀ ମୌନୀ ରୟଙ୍କ ବିକିନି ପିନ୍ଧା ଫଟୋ ଭାଇରାଲ୍‌, ଲୋକେ କହିଲେ ହଟ୍‌ ନାଗିନ୍‌

ସମୁଦ୍ର କୂଳରେ ବିକିନିରେ ନଜର ଆସିଲେ ୩୭ ବର୍ଷିୟା ଅଭିନେତ୍ରୀ ମୌନୀ ରୟ। ତାଙ୍କର ବିକିନି ପିନ୍ଧା ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ତାଙ୍କର ଏହି ଫଟୋକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା

ସମୁଦ୍ର କୂଳରେ ବିକିନିରେ ନଜର ଆସିଲେ ୩୭ ବର୍ଷିୟା ଅଭିନେତ୍ରୀ ମୌନୀ ରୟ। ତାଙ୍କର ବିକିନି ପିନ୍ଧା ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ତାଙ୍କର ଏହି ଫଟୋକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମୌନୀ ସମୁଦ୍ର କୂଳରେ ବିକିନି ପିନ୍ଧି ଫଟୋ ଉଠାଇ ଥିବାର ନଜର ଆସିଛନ୍ତି। ତାଙ୍କର ସିଲକି କେଶକୁ ସେ ଖୋଲା କରି ରଖିବା ସହ ସେ ଗର୍ଜିୟସ୍ ମେକ୍‌-ଅପ୍‌ରେ ଏକଦମ ହଟ୍ ଦିଶୁଛନ୍ତି।

ଏକ ମଲ୍‌ଟି କଲର୍‌ ବିକିନି ପିନ୍ଧି ସେ ବିଭିନ୍ନ ପୋଜ୍‌ରେ ‌ଫଟୋ ଉଠାଇଛନ୍ତି। ସେହି ସବୁ ଫଟୋ ସୋସିଆଲ୍ ମିଡିଆରେ ସେୟାର ହେବାପରେ ଏବେ ଫୋନକୁ ଫୋନ୍ ଘୂରିବୁଲୁଛି ତାଙ୍କ ଫଟୋ। ବିକିନ ସହ ଏକ ସନ୍‌ଗ୍ଲାସ୍‌ ପିନ୍ଧି ମୌନୀ ତାଙ୍କ ଲୁକ୍‌କୁ ପୂରା କରିଛନ୍ତି।

ଟେଲିଭିଜନ୍‌ ହେଉ ଅବା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ କରିପାରିଛନ୍ତି ମୌନୀ ରୟ। ସେ ଅଧିକାଂଶ ସମୟ‌ରେ ନିଜର ବ୍ୟକ୍ତିଗତ କଥାକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରି ଚର୍ଚ୍ଚାରେ ରହୁଥିବା ମୌନୀ ଏଥର ନିଜ ବିକିନ ଲୁକ୍‌ ପାଇଁ ସମସ୍ତଙ୍କ ଆଲୋଚନାର ପରିସରକୁ ଆସିଛନ୍ତି।

ତେବେ ମୌନୀ ରୟଙ୍କ ପ୍ରଶଂସକମାନେ ତାଙ୍କର ଏହି ବିକିନି ଲୁକ୍‌କୁ ବେଶ ପସନ୍ଦ କରିଛନ୍ତି। କମେଣ୍ଟରେ ତାଙ୍କୁ କେହି ‘ଫାୟାର୍‌’ ବୋଲି ଇମୋଜି ଦେଇଛନ୍ତି ତ କେହି ହାର୍ଟ ଇମୋଜି ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ସବୁଠାରୁ ହଟ୍‌ ନାଗିନ୍‌’। ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ ତୁମକୁ ଦେଖି ସମୁଦ୍ର ପାଣି ବି ତାତି ଗଲା’।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.