୧୪ ଦିନ ପରେ ସୂରଜଙ୍କ ହାତ ଧରିବେ ମୌନୀ ରାୟ, ଦୁବାଇରେ ବିବାହ ଯୋଜନା ବାତିଲ; ଏହି ସ୍ଥାନରେ ବୁକ୍‌ ହେଲା ରିସୋର୍ଟ

ବଲିଉଡରେ ଏବେ ବି ବିବାହ ଉତ୍ସବ ସରି ନାହିଁ। କ୍ୟାଟ୍ରିନା କୈଫ୍‌-ଭିକ୍କି କୌଶଲଙ୍କ ବିବାହ ପରେ ବର୍ତ୍ତମାନ ମୌନୀ ରୟଙ୍କ ହାତଗଣ୍ଠି ପଡ଼ିବାକୁ ଯାଉଛି। ଖବର ମୁତାବକ, ସେ ତାଙ୍କ ପ୍ରେମିକ ସୂରଜ ନାମ୍ବିୟାରଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପ୍ରସ୍ତୁତି ମଧ୍ୟ ଶେଷ ହୋଇ ଯାଇଛି। ସ୍ଥାନଠାରୁ ଆରମ୍ଭ କରି ଅତିଥି ତାଲିକା ପର୍ଯ୍ୟନ୍ତ, ସବୁକିଛି ଚୂଡାନ୍ତ ହୋଇଛି। କହି ରଖୁଛୁ କି, ମୌନି ପୂର୍ବରୁ ଦୁବାଇରେ ବିବାହ କରିବେ ବୋଲି ସ୍ଥିର ହୋଇଥିଲା, କିନ୍ତୁ ବର୍ତ୍ତମାନ ଯୋଜନା ପରିବର୍ତ୍ତନ ହୋଇଛି। ଏବେ ସେ ଗୋଆରେ ୨୭ ଜାନୁଆରୀରେ ସାତ ଫେରା ନେବେ। ଗୋଆରେ ଏକ ପାଞ୍ଚ ତାରକା ରିସୋର୍ଟ ବୁକ୍ କରାଯାଇଛି ଏବଂ ଅତିଥିମାନଙ୍କ ନିକଟକୁ ନିମନ୍ତ୍ରଣ ମଧ୍ୟ ପଠାଯିବା ଆରମ୍ଭ ହୋଇ ଯାଇଛି। ବିବାହ ପରେ ୨୮ ଜାନୁଆରୀରେ ଏକ ଡ୍ୟାନ୍ସ ପାର୍ଟିର ଆୟୋଜନ କରାଯିବ, ଯେଉଁଠି ବର-କନ୍ୟା ନିଜ ସାଙ୍ଗ ଏବଂ ପରିବାର ଲୋକଙ୍କ ସହିତ ମିଶି ଖୁସି ମନାଇବେ। ତେବେ ମୌନୀ ଓ ସୂରଜଙ୍କ ବିବାହରେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର, ଏକତା କପୁର, ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା ଓ ଟିଭି ଅଭିନେତ୍ରୀ ଆସ୍କା ଗୋରାଡିୟା ସାମିଲ ହୋଇ ପାରନ୍ତି।

ବିବାହ ପୂର୍ବରୁ ହଲ୍‌ଦୀ, ମେହେନ୍ଦି ଏବଂ ସଂଗୀତ ସମାରୋହ ଅନୁଷ୍ଠିତ ହେବ। ଏହା ମଧ୍ୟ କୁହାଯାଉଛି ଯେ ମୌନୀ ଓ ସୂରଜ ଡେଷ୍ଟିନେଶନ େଓ୍ଵଡିଂ କରିବାର ଥିଲା। ସେମାନେ ବିବାହ ପାଇଁ ଦୁବାଇକୁ ବାଛିଥିଲେ। କିନ୍ତୁ ଏବେ ସେମିତି କିଛି ହେବ ନାହିଁ। କରୋନାକୁ ଦୃଷ୍ଟିରେ ରଖି ବିବାହ ବର୍ତ୍ତମାନ ଗୋଆରେ ହେବ। ବିବାହ ପରେ ମୌନୀ ନିଜ ହୋମ୍‌ଟାଉନ କୁଚବିହାରରେ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ଦେବେ, ଯେଉଁଥିରେ ତାଙ୍କ ନିକଟ ସମ୍ପର୍କୀୟମାନେ ଯୋଗ ଦେବେ। ମୌନୀ ରୟଙ୍କ ଭାବୀ ସ୍ୱାମୀ ସୂରଜ ନାମ୍ବିୟାର ଜଣେ ବ୍ୟାଙ୍କର ଏବଂ ସେ ଦୁବାଇରେ ରୁହନ୍ତି। ବର୍ତ୍ତମାନ ମୌନୀଙ୍କ ତରଫରୁ ବିବାହକୁ ନେଇ କୌଣସି ବି ଅଫିସିଆଲ ଘୋଷଣା କରାଯାଇ ନାହିଁ।

ମୌନୀ ରୟ ଲୋକପ୍ରିୟ ଟିଭି ଶୋ ‘ଦେବୋଁ କେ ଦେବ ମହାଦେବ’ରେ ସତୀଙ୍କ ଭୂମିକାରେ ଅଭିନୟ କରିଥିଲେ। ମୌନୀ ୨୦୧୮ରେ ଆସିଥିବା ଫିଲ୍ମ ‘ଗୋଲ୍ଡ’ରେ ଅକ୍ଷୟ କୁମାରଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ତାଙ୍କୁ ନିକଟରେ ଏକ ମ୍ୟୁଜିକ୍ ଭିଡିଓ ‘ବୈଠେ ବୈଠେ’ରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ସହିତ ଅଭିନେତ୍ରୀ ନେହା ଧୂପିଆଙ୍କ ସ୍ୱାମୀ ଅଙ୍ଗଦ ବେଦୀ ମଧ୍ୟ ନଜର ଆସିଥିଲେ। ୱାର୍କ ଫ୍ରଣ୍ଟ ବିଷୟରେ ଆଲୋଚନା କରିବା ତ ମୌନୀ ଖୁବ୍ ଶୀଘ୍ର ଅୟାନ୍ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଏଥିରେ ତାଙ୍କ ସହିତ ଅମିତାଭ ବଚ୍ଚନ, ରଣବୀର କପୁର ଓ ଆଲିଆ ଭଟ୍ଟ ବି କାମ କରୁଛନ୍ତି।

Leave A Reply

Your email address will not be published.