ମନୋରଂଜନ

ଇଣ୍ଟରନେଟ୍‌ ରେ ଧମାଲ୍‌ ମଚାଇଲେ ମୌନୀ ରୟ, ଦେଖନ୍ତୁ ଭାଇରାଲ ଫଟୋ

ଇନଷ୍ଟାଗ୍ରାମରେ ନିଜର ଫ୍ୟାନ୍ସ ବ୍ୟାଇବା ପାଇଁ ପ୍ରତ୍ୟେକ ଅଭିନେତ୍ରୀଙ୍କୁ ଏହାର ମନ୍ତ୍ର ଜଣା। ଏସବୁ ମଧ୍ୟରେ ଅଭିନେତ୍ରୀ ମୌନୀ ରୟଙ୍କୁ ମଧ୍ୟ ନିଜର ଚାହିଦା ବଢାଇବାର ମନ୍ତ୍ର ଖୁବ୍‌ ଭଲଭାବେ ଜଣା। ଏପରି କହିବାର କାରଣ ହେଉଛି ମୌନୀ ଗତ ରବିବାର ଦିନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବିକିନି ଫଟୋ ପୋଷ୍ଟ କରିଛନ୍ତି, ଯାହାର ଚାହିଦା ବଢିବାରେ ଲାଗିଛି। ୩୪ ବର୍ଷିୟ ମୌନୀ ଏହି ଫୋଟରେ ଏକ ପୁଲ୍‌ ଭିତରେ ଥିବାର ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରିବା ସହ ମୌନୀ ଲେଖିଛନ୍ତି, ‘‘ନିଶ୍ୱାସ ନିଅନ୍ତୁ ଏବଂ ନିଶ୍ୱାସ ଛାଡନ୍ତୁ. . .।’’ ତାଙ୍କର ଏହି ପୋଷ୍ଟରେ ପ୍ରତିକ୍ରିୟା କରିବା ସହ ପ୍ରଶଂସକ ଲେଖିଛନ୍ତି, ‘‘ସୁନ୍ଦର ମତ୍ସ୍ୟାଙ୍ଗନା’’

ସୂଚନା ମୁତାବକ ଏହା ପ୍ରଥମ ଥର ନୁହେଁ ବରଂ ମୌନୀ ରୟ ନିଜର ଲୁକ୍‌ ଏବଂ ଅନ୍ଦାଜ୍‌ ଦ୍ୱାରା ଲୋକମାନଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥାନ୍ତି। ଏଥିସହ ଅଭିନେତ୍ରୀ ଅନ୍ୟ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ମୌନୀ ଜବରଦସ୍ତ ଅନ୍ଦାଜ୍‌ ରେ ପୋଜ୍‌ ଦେଇଥିବାର ନଜର ଆସିଛନ୍ତି।

ସୂଚନା ଯୋଗ୍ୟ ମୌନୀ ରୟ ଅକ୍ଷୟ କୁମାରଙ୍କ ସହ ‘ଗୋଲ୍ଡ’ ଫିଲ୍ମ ଦ୍ୱାରା ବଲିଉଡରେ ଏଣ୍ଟ୍ରି କରିଥିଲେ। ଏହାପରେ ୨୦୧୯ରେ ତାଙ୍କର ପ୍ରଥମ ‘ମେଡ ଇନ ଚାଇନା’ ଏବଂ ‘ରୋମିୟୋ ଅବକର ଓ୍ଵାଲ୍ଟର’ ରିଲିଜ୍‌ ହୋଇଥିଲା। ଏଥିସହ ମୌନୀ ‘ବ୍ରହ୍ମାସ୍ତ୍ର’ ଏବଂ ‘ଗୁଗଲ’ ରେ ମଧ୍ୟ ନଜର ଆସିବେ। ଏଥିସହ ମୌନୀ ରୟ ଲଣ୍ଡନ କନଫିଡେଣ୍ଟାଲ ମାଧ୍ୟମରେ OTT ଜରିଆରେ ମଧ୍ୟ ପ୍ରବେଶ କରିସାରିଛନ୍ତି। ଫିଲ୍ମ ଜଗତରେ ପାଦ ରଖିବା ପୂର୍ବରୁ ମୌନୀ ରୟ ଟେଲିଭିଜନ ଦୁନିଆରେ ମଧ୍ୟ ନିଜ ଅଭିନୟର ଯାଦୁରେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ବିଶେଷରୂପେ ‘କ୍ୟୁକି ସାସ ଭି କଭି ବହୂ ଥି’ ଏବଂ ‘ନାଗିନ’ଜରିଆରେ ମୌନୀ ଦର୍ଶକଙ୍କ ମନ କିଣିବାରେ କୌଣସି ପ୍ରୟାସ ଛାଡି ନଥିଲେ।

KNews Bureau

Recent Posts

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 seconds ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

6 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

15 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

15 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

33 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

33 mins ago