ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗିବ ‘RRR’, ଥିଏଟ୍ରିକାଲ ରାଇଟସ୍ ପାଇଁ ମିଳିଲା ୩୪୮ କୋଟି

ପ୍ଯାନ ଇଣ୍ଡିଆ ଫିଲ୍ମ ‘RRR’ ଘୋଷଣା ପରେ ଖୁବ ଚର୍ଚ୍ଚାରେ ରହିଛି। ଫିଲ୍ମଟି ୧୦ଟି ଭାଷାରେ ରିଲିଜ ହେବ। ଫିଲ୍ମର ରିଲିଜ ତାରିଖ ଘୋଷଣା ପରେ ସମସ୍ତଙ୍କ ମନରେ ଉତ୍ସାହ ବଢିଯାଇଛି। ଅକ୍ଟୋବରରେ ରିଲିଜ ହେବାକୁ ଥିବା ଫିଲ୍ମ ‘RRR’ ତାମିଲ, ତେଲୁଗୁ, କନ୍ନଡ, ମଲାୟଲମ୍ ଭାଷାରେ ଥ୍ରିଏଟିକାଲ ରାଇଟସ ପାଇଁ ୩୪୮ କୋଟି ଟଙ୍କାର ଅଫର ମିଳିଛି।

ଏହି ଅଫର ପାଇଁ ନିଜାମରୁ ୭୫କୋଟି, ଆନ୍ଧ୍ରରୁ ୧୬୫ କୋଟି, ତାମିଲନାଡୁ ୪୮ କୋଟି, ମଲାୟଲମ ୧୫ କୋଟି ଏବଂ କର୍ନାଟକ ୪୫ କୋଟି ଦେବ। ଏହାଛଡା ବଲିଉଡରୁ ମଧ୍ୟ ଖୁବ ଅଫର ମିଳୁଛି। ଏହି ଫିଲ୍ମ ‘ବାହୁବଲୀ ୨’ ରିଲିଜ ପୂର୍ବରୁ କରିଥିବା ବିଜନେସକୁ ମଧ୍ୟ ପଛରେ ପକାଇବ।

ଏହି ଫିଲ୍ମରେ ରାମଚରଣ, ଏନଟିଆର, ଅଜୟ ଦେବଗନ, ଆଲିଆ ଭଟ୍ଟ, ସମୁଥିରକାନୀ ଏବଂ ଏଲିସିନ ଡୁଡି ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମ ଆସନ୍ତା ଅକ୍ଟୋବର ୧୩ରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.