“ଏମ୍ ଏସ୍ ଧୋନୀ : ଦ ଅନଟୋଲ୍ଡ ଷ୍ଟୋରୀ” ସିକ୍ବେଲ୍ : ପୁଣି ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି ମାହି !

dhoniମୁମ୍ବାଇ: ମାଷ୍ଟରବ୍ଲାଷ୍ଟର୍ ସଚିନଙ୍କ ପରେ ଦେଶର ସବୁଠୁ ବଡ କ୍ରିକେଟ୍ ସୁପର୍ ଷ୍ଟାର୍ ଏମ୍ ଏସ୍ ଧୋନୀ। କ୍ରିକେଟର ଏବେ ପୁଣି ଥରେ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ଧୋନୀଙ୍କ ଜୀବନି ଉପରେ ଆଧାରିତ ବାୟୋପିକ ’ଏମ୍ ଏସ୍ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’ର ସିକ୍ବେଲ ପ୍ରସ୍ତୁତ ହେବାକୁ ଯାଉଛି। ଏହାଛଡା ୨୦୧୫ ମସିହାର ବିଶ୍ବକପରେ ଭାରତୀୟ ଟିମ ସେମିଫାଇନଲ ପର୍ଯ୍ଯନ୍ତ ଯାତ୍ରାକୁ ମଧ୍ୟ ଏହି ଫିଲ୍ମରେ ଦେଖାଯାଇପାରିବ। ଏହି ଫିଲ୍ମରେ ଧୋନୀଙ୍କ ଭୂମିକାରେ ପୁଣି ଥରେ ନଜର ଆସିବାକୁ ଯାଉଛନ୍ତି ସୁଶାନ୍ତ ସିଂ ରାଜପୂତ।

ଏହା ପୁର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ନିଜ ଜୀବନ ଉପରେ ଆଧାରିତ ଫିଲ୍ମ ’ଏମ ଏସ ଧୋନୀ: ଦ ଅନଟୋଲ୍ହ ଷ୍ଟୋରୀ’ ୨୦୧୬ ମସିହାରେ ରିଲିଜ ହୋଇଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ହିଟ ହୋଇଥିଲା। ୧୦୪ କୋଟି ଟଙ୍କାର ବଜେଟରେ ବ୍ୟବହୃତ ଏହି ଫିଲ୍ମ ବକ୍ସ ଅଫିସରେ ୨୧୬ କୋଟି ଟଙ୍କା କମାଇଥିଲା। ଏହି ଫିଲ୍ମର ଗୀତ ଗୁଡିକ ମଧ୍ୟ ବହୁତ ସୁପରହିଟ ହୋଇଥିଲା। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଧୋନୀର ସିକ୍ବେଲ ବକ୍ସ ଅଫିସରେ କେତେ ଧମାଲ ମଚଉଛି।

dhoniଆପଣଙ୍କୁ ଜଣାଇବାକୁ ଚାହିଁବୁ ଧୋନୀଙ୍କ ଅଧିନାୟକରେ ଟୀମ ଇଣ୍ଡିଆ ଆଇସିସିରେ ତିନୋଟି ବିଜୟ ହାସଲ କରିଛି । ୨୦୦୭ରେ ଟୀମ ଇଣ୍ଡିଆ ପ୍ରଥମ ବିଶ୍ବ ଟି-୨୦ ଜିତିଥିଲେ। ଏହାପରେ ୨୦୧୧ ମସିହାରେ ଭାରତୀୟ ଟୀମ ବିଶ୍ବକପ ଜିତିଥିଲେ ଏବଂ ୨୦୧୩ ମସିହାରେ ଇଂଲଣ୍ଡକୁ ତାଙ୍କ ପଡିଆରେ ହରାଇ ଆଇସିସି ଟ୍ରଫି ଜିତି ଥିଲେ। ଧୋନୀ ଦୁନିଆର ଏମିତି ଏକ ଅଧିନାୟକ ଯିଏ ନିଜର ଆଇସିସିର ସମସ୍ତ ସମ୍ମାନ ନିଜ ନାରେ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.