ଆଉ ନାହାନ୍ତି ଏମ୍‌ଟିଭି ଲଭ୍‌ ସ୍କୁଲ ଫେମ୍‌ ଜଗନୁର ଅନେଜା, ହୃଦଘାତରେ ମୃତ୍ୟୁ

ସେପ୍ଟେମ୍ବର ମାସ ଆରମ୍ଭରେ ‘ବିଗ୍‌ ବସ୍‌ ୧୩’ ଫେମ୍‌ ସିଦ୍ଧାର୍ଥ ଶୁକ୍ଳାଙ୍କ ୪୦ ବର୍ଷ ବୟସରେ ହଠାତ୍‌ ନିଧନ ହୋଇଯିବା ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ବଡ଼ ଝଟକା ଥିଲା। ଏବେ ଯାଏ ଫ୍ୟାନ୍ସ ତାଙ୍କ ପରଲୋକ ଦୁଃଖରୁ ବାହାରି ପାରିନାହାନ୍ତି। ତ ଏହାରି ଭିତରେ ଏମ୍‌ଟିଭି ଲଭ୍‌ ସ୍କୁଲ ଫେମ୍‌ ଜଗନୁର ଅନେଜାଙ୍କ ନିଧନ ହୋଇ ଯାଇଛି। ରିପୋର୍ଟ ମୁତାବକ, କାର୍ଡିୟାକ ଅରେଷ୍ଟ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

ଜଗନୁର ଅନେଜା ମିଶରରେ ଛୁଟି କାଟିବାକୁ ଯାଇଥିଲେ। ସେଠାରେ ହଠାତ୍‌ ତାଙ୍କୁ ହୃଦଘାତ ଆସିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ସାଙ୍ଗସାଥୀ ଓ ସମ୍ପର୍କୀୟ ସୋସିଆଲ ମିଡିଆ ଜରିଆରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

ଫିଲ୍ମ ତଥା ଟିଭି ଆକ୍ଟର କରଣ ସିଂ ଛାବଡା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ସେୟାର କରି ଅନେଜାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି କି, ‘ମୁଁ ଜାଣିନି କ’ଣ ହେଲା, ଏତେ କମ୍‌ ବୟସ୍କ ଏବଂ ଫିଟ୍‌ , ତଥାପି ଏହି କାର୍ଡିୟାକ ଅରେଷ୍ଟ ଜୀବନ ନେଉଛି। ଜଗନୁର ଅନେଜା ଏତେ କ୍ଲୋଜ୍‌ ଫ୍ରେଣ୍ଡ ନ ଥିଲେ, କିନ୍ତୁ ଯେତେବେଳେ ସେ ଭେଟୁଥିଲେ, ବହୁତ ହସ ହସ ଚେହେରା ଥିଲା’। କହି ରଖୁଛୁ, ଏମ୍‌ଟିଭି ଲଭ୍‌ ସ୍କୁଲରେ ଜଗନୁର ନିଜ ପୂର୍ବତନ ପ୍ରେମିକା ମୋନିକାଙ୍କ ସହିତ ଭାଗ ନେଇଥିଲେ।

 

View this post on Instagram

 

A post shared by Jagnoor Aneja (@jagnoor_aneja)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.