ରାକ୍ଷୀ ସାଓ୍ଵନ୍ତଙ୍କୁ ମୁକେଶ ଅମ୍ବାନୀ ସାହାରା; ମା’ଙ୍କ କ୍ୟାନ୍ସର ଚିକିତ୍ସାରେ କରୁଛନ୍ତି ସାହାଯ୍ୟ

ବଲିଉଡର ଡ୍ରାମା କ୍ୱିନ୍‌ ରାକ୍ଷୀ ସାୱନ୍ତ ଏବେ ନିଜ ବିବାହକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଆଦିଲଙ୍କ ସହ ବିବାହର ଯାତ୍ରା ରାକ୍ଷୀଙ୍କ ପାଇଁ ସହଜ ରହିନାହିଁ। ଗୋଟିଏ ପଟେ ରାକ୍ଷୀ ନିଜ ବୈବାହିକ ଜୀବନକୁ ନେଇ ଚିନ୍ତିତ ଥିବାବେଳେ ଅନ୍ୟପଟେ ତାଙ୍କ ମା’ଙ୍କ ଅସୁସ୍ଥତା ତାଙ୍କୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛି।

ରାକ୍ଷୀଙ୍କ ସମସ୍ୟା କମିବାର ନାମ ନେଉନାହିଁ। କ୍ୟାନ୍ସର ପରେ ତାଙ୍କ ମା’ଙ୍କୁ ଏବେ ବ୍ରେନ୍‌ ଟ୍ୟୁମର ହୋଇଛି ଏବଂ ସେ ବର୍ତ୍ତମାନ ସମୟରେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ନିକଟରେ ରାକ୍ଷୀ ନିଜ ମା’ଙ୍କ ରୋଗ ବିଷୟରେ ଖୁଲାସା କରି କହିଛନ୍ତି, ମୁକେଶ ଅମ୍ବାନୀ ତାଙ୍କ ମା’ଙ୍କ ଚିକିତ୍ସାରେ ସାହାଯ୍ୟ କରୁଛନ୍ତି।

ରାକ୍ଷୀ ନିଜ ମା’ଙ୍କ ରୋଗ ବିଷୟରେ କହିଛନ୍ତି କି, ‘ମୋ ମା’ କାହାକୁ ଚିହ୍ନିପାରୁ ନାହିଁ। ମମ୍ମି ଠିକ୍‌ ଭାବରେ ଖାଇ ମଧ୍ୟ ପାରୁନାହିଁ। ତା’ର ଅଧାରୁ ଅଧିକ ଶରୀର ପକ୍ଷାଘାତ ହୋଇଯାଇଛି’। ଆଗକୁ କଥା ଜାରି ରଖି ରାକ୍ଷୀ ଭାବବିହ୍ଵଳ ହୋଇପଡ଼ିବା ସହ କହିଥିଲେ ଯେ ‘ମୁଁ ଅମ୍ବାନୀ ଜୀଙ୍କୁ ମୋ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି। ସେ ମୋ ମା’ଙ୍କ ଚିକିତ୍ସାରେ ସାହାଯ୍ୟ କରୁଛନ୍ତି। ହସ୍ପିଟାଲରେ ଯାହା ଅଧିକ ମହଙ୍ଗା ଟ୍ରିଟ୍‌ମେଣ୍ଟ ରହିଛି, ତାହାକୁ ମୋ ପାଇଁ କମ୍‌ କରାଉଛନ୍ତି’।

 

View this post on Instagram

 

A post shared by Viral Bhayani (@viralbhayani)

ରାକ୍ଷୀ ଆହୁରି କହିଥିଲେ କି, ତାଙ୍କ ମା’ଙ୍କୁ ଦୁଇ ମାସ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାକ୍ଷୀଙ୍କ ଭିଡିଓ ଦେଖିବା ପରେ ସମସ୍ତେ ତାଙ୍କ ମା’ଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ଜଣେ ୟୁଜର କହିଛନ୍ତି, ‘ଧୌର୍ଯ୍ୟ ରଖ ରାକ୍ଷୀ, ଉପର ବାଲା ସବୁକିଛି ଠିକ୍ କରିବ’। ଅନ୍ୟ ଜଣେ ୟୁଜର କହିଛନ୍ତି, ‘ମା’ ତ ମା’ ହୋଇଥାଏ, ସେ ଯାହାର ବି ହଉ। ଆପଣ ଚିନ୍ତା କରନ୍ତୁ ନାହିଁ, ସେ ଜଲ୍‌ଦି ଠିକ୍‌ ହୋଇଯିବେ’।

କହି ରଖୁଛୁ, ବ୍ୟକ୍ତିଗତ ଜୀବନରେ ଶେଷରେ ଆଦିଲ ରାକ୍ଷୀଙ୍କ ସହ ନିଜ ବିବାହକୁ ସ୍ୱୀକାର କରିଛନ୍ତି। ଯଦିଓ ରାକ୍ଷୀ କହିଛନ୍ତି କି, ସଲମାନ ଖାନଙ୍କଠାରୁ ଗାଳି ଶୁଣିବା ପରେ ଆଦିଲ ବିବାହ ସ୍ୱୀକାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.