ବଡ଼ ପରଦାରେ ମୁକ୍ତିଲାଭ କରିବ ଶକ୍ତିମାନ, ‘କ୍ରିସ’ ଏବଂ ‘ରାୱନ’ଠୁ ବି ହେବ ବଡ଼ ବଜେଟର ଫିଲ୍ମ

90 ଦଶକରେ ଦେଶର ପ୍ରଥମ ସୁପରହିଟ୍ ସୋ ‘ଶକ୍ତିମାନ’ ପିଲାଠୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ଶୋ ଥିଲା । ଲକଡାଉନ୍ ସମୟରେ ‘ଶକ୍ତିମାନ’ ପୁଣିଥରେ ପ୍ରସାରିତ ହୋଇଥିଲା ଯାହାକୁ ସମସ୍ତେ ସେହି ପୁରୁଣା ଭଲପାଇବା ଦେଇଥିଲେ । ତେବେ ବର୍ତ୍ତମାନ ଶକ୍ତିମାନ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ସୂଚନା ଅନୁଯାୟୀ ‘ଶକ୍ତିମାନ’ ଉପରେ ଫିଲ୍ମ ନିର୍ମିତ ହେବାକୁ ଯାଉଛି ।

ଖବର ଅନୁଯାୟୀ ମୁକେଶ ଖାନ୍ନା ପୁଣି ଥରେ ଦର୍ଶକଙ୍କ ନିକଟରେ ‘ଶକ୍ତିମାନ’ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଯେ ‘ଶକ୍ତିମାନ’ ଉପରେ ଏକ ଫିଲ୍ମ ନିର୍ମାଣ କରାଯିବ । ଆଲୋଚନା ହେଉଛି ଯେ ଏହି ଚଳଚ୍ଚିତ୍ରଟି ତିନି ଭାଗରେ ନିର୍ମିତ ହେବ ଏବଂ ଶକ୍ତିମାନଙ୍କ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାତ୍ରାକୁ ଏଥିରେ ପ୍ରଦର୍ଶିତ କରାଯିବ ।

WOHOO! 'Shaktiman' to be BACK on TV

କୁହାଯାଉଛି ଯେ ମୁକେଶ ଖାନ୍ନା ଏହାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥି ସହିତ ନିର୍ମାତାଙ୍କ କହିବା ଅନୁଯାୟୀ ଏହା ‘କ୍ରିସ’ ଏବଂ ‘ରାୱନ’ ଠାରୁ ଏକ ବି ବଡ଼ ଚଳଚ୍ଚିତ୍ର ହେବ । କୁହାଯାଉଛି ଯେ ଏହି ଚଳଚ୍ଚିତ୍ରର ବଜେଟ୍ ମଧ୍ୟ ବଡ଼ ହେବ ଏବଂ ଏହାର ରିଲିଜ୍ ମଧ୍ୟ ବହୁତ ବଡ ସ୍ତରରେ କରାଯିବ ।

ଏ ନେଇ ମୁକେଶ ଖାନ୍ନା କହିଛନ୍ତି ଯେ ଏହା କୌଣସି ସ୍ୱପ୍ନଠାରୁ କମ୍ ନୁହେଁ । ଏହି ଚଳଚ୍ଚିତ୍ର ପାଇଁ ଆମେ ଏକ ବଡ ଚେହେରା ଖୋଜୁଛୁ | ଏହା ଫାଇନାଲ ନହେବା ପର୍ଯ୍ୟନ୍ତ ଆମେ କୌଣସି ଘୋଷଣା କରିବୁ ନାହିଁ । ଖବର ଅନୁଯାୟୀ, ଫିଲ୍ମ ‘ଶକ୍ତିମାନ’ର ପ୍ରଥମ ଭାଗ 2021 ରେ ମୁକ୍ତିଲାଭ କରିପାରିବ ।

Leave A Reply

Your email address will not be published.