ପୁଣିଥରେ ଧମାଲ କରିବ ଲୋକପ୍ରିୟ ଟିଭି ଶୋ ‘ଶକ୍ତିମାନ୍’, ମୁକେଶ ଖାନ୍ନା ସେୟାର କଲେ ଟିଜର୍

୯୦ ଦଶକରେ ଧମାକା କରି ‘ଶକ୍ତିମାନ’ ସୁପରହିରୋରୁ ସମସ୍ତଙ୍କର ସୁପର ଟିଚର୍ ହୋଇଯାଇଥିଲେ । ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମୁକେଶ ଖାନ୍ନାଙ୍କ ଚରିତ୍ରକୁ ଏତେ ପସନ୍ଦ କରନ୍ତି ଯେ ଆଜି ବି ଲୋକମାନେ ତାଙ୍କ ସିରିଏଲ ବିଷୟରେ କଥାବାର୍ତ୍ତା ଜାରି ରଖିଛନ୍ତି । ୧୯୯୭ ରୁ ୨୦୦୫ ପର୍ଯ୍ୟନ୍ତ ଟିଭି ଇଣ୍ଡଷ୍ଟ୍ରିରେ ରାଜ କରୁଥିବା ଏହି ଲୋକପ୍ରିୟ ଶୋ ପ୍ରତି ରବିବାର ଦିନ ଦ୍ୱିପ୍ରହରରେ ପ୍ରସାରିତ ହେଉଥିଲା । ଏହି କାରଣରୁ ଏହାକୁ ଦୂରଦର୍ଶନର ସବୁଠାରୁ ଲୋକପ୍ରିୟ ଶୋ ଭାବରେ ବିବେଚନା କରାଯାଏ । ଏବେ ପୁଣି ଥରେ ‘ଶକ୍ତିମାନ’ ଲୋକଙ୍କ ମଧ୍ୟରେ ଆଲୋଚନାକୁ ଆସିଛି ।

ଦେଶର ପ୍ରିୟ ସୁପରହିରୋ ମୁକେଶ ଖାନ୍ନା ପୁଣିଥରେ ଏହି ଫେମସ୍ ଶୋ ସହିତ କମ୍ ବ୍ୟାକ୍ କରିବାକୁ ଯାଉଛନ୍ତି । ମୁକେଶ ଖାନ୍ନା ତାଙ୍କ ସୋସିଆଲ ମିଡିଆରେ ଫ୍ୟାନମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ଏବଂ ତାଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲ ଭୀଷ୍ମ ଇଣ୍ଟରନ୍ୟାସନାଲରେ ଏକ ଟିଜର ମଧ୍ୟ ସେୟାର କରିଛନ୍ତି । ଟିଜର ସହିତ ସେ ଲେଖିଛନ୍ତି, ‘ଫେରିବାର ସମୟ ଆସିଛି । ଆମର ପ୍ରଥମ ଭାରତୀୟ ସୁପର ଟିଚର୍-ସୁପର ହିରୋ । ହଁ! ଯେହେତୁ ଆଜିକାଲିର ପିଲାମାନଙ୍କର ଅନ୍ଧକାର ଏବଂ ବୁରାଇ ବଢ଼ିବାରେ ଲାଗିଛି… ଏବେ ଏହି ଅନ୍ଧକାରରୁ ସେମାନଙ୍କର ଫେରିବାର ସମୟ ଆସିଛି । ଶକ୍ତିମାନ୍ ଏକ ବାର୍ତ୍ତା ଏବଂ ଶିକ୍ଷା ନେଇ ଫେରିଛନ୍ତି । ଆଜିର ପିଢ଼ି ପାଇଁ । ସେମାନଙ୍କୁ ସ୍ୱାଗତ । ଦୁଇ ହାତରେ !!!!! ବର୍ତ୍ତମାନ ଟିଜର ଦେଖନ୍ତୁ ।

ଆଇରନ୍ ମ୍ୟାନ୍, ସ୍ପାଇଡର୍ ମ୍ୟାନ୍ ଏବଂ ବ୍ୟାଟ୍ସମ୍ୟାନ୍ ଭଳି ସୁପରହିଟ୍ ଭାରତରେ ଲୋକପ୍ରିୟ ହେବା ପୂର୍ବରୁ ମଧ୍ୟ ଏଠାରେ ଜଣେ ସୁପରହିରୋ ଥିଲେ ଯାହାକୁ କେହି କେବେ ବି ଭୁଲିପାରିବ ନାହିଁ ଏବଂ ତାଙ୍କ ନାମ ଶକ୍ତିମାନ୍ । ଏହି ହିରୋ ପୁଣି ଥରେ ପରଦାରେ ଏକ ରୋମାଞ୍ଚକର କମ୍ ବ୍ୟାକ୍ କରିବାକୁ ପ୍ରସ୍ତୁତ । ଏହି କ୍ଲିପ୍‌ରେ ମୁକେଶଙ୍କୁ ଶକ୍ତିମାନ ଭାବରେ ଦର୍ଶାଯାଇଛି । ସେ ଏକ ସ୍କୁଲ କ୍ୟାମ୍ପସରେ ଅବତରଣ କରୁଥିବା ଦେଖାଯାଇଛି ଯେଉଁଠାରେ ସେ ଗୀତ ଗାଇବା ଆରମ୍ଭ କରନ୍ତି, ‘ଆଜାଦି କେ ଦିୱାନୋ ନେ ଜଙ୍ଗ ଲଡି ଫିର ଜାନେ ଦି, ଅଙ୍ଗ ଅଙ୍ଗ କଟ୍ ଗାଏ ମଗର୍ ଆଞ୍ଚ ୱତନ୍ ପର୍ ନା ଆନେ ଦି…’ ସେ ଚନ୍ଦ୍ରଶେଖର ଆଜାଦ, ଭଗତ ସିଂ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ସ୍ୱାଧୀନତା ସଂଗ୍ରାମୀମାନଙ୍କ ଚିତ୍ର ଦେଖିବାବେଳେ ଏହି ଗୀତ ଗାଉଛନ୍ତି ।

‘ଶକ୍ତିମାନ’ ଏକ ଧାରାବାହିକ ଟିଭିଶୋ ଯାହା ୧୯୯୭ ରେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । ମୁକେଶ ଖାନ୍ନାଙ୍କ ଅଭିନୀତ ଏହି ଶୋ’ରେ କିଟୁ ଗିଡୱାନି, ବୈଷ୍ଣବୀ, ସୁରେନ୍ଦ୍ର ପାଲ ଏବଂ ଟମ ଆଲଟର ଭଳି ଅଭିନେତା ଅଭିନୟ କରିଥିଲେ । ଏହା ୯୦ ଦଶକର ସବୁଠାରୁ ଲୋକପ୍ରିୟ ଶୋ ଥିଲା ଏବଂ ପ୍ରାୟ ଆଠ ବର୍ଷ ମଧ୍ୟରେ ୪୫୦ ଏପିସୋଡ୍ ପ୍ରସାରିତ ହୋଇଥିଲା । ଶକ୍ତିମାନ୍ ଜଣେ ସୁପରହ୍ୟୁମାନ୍ ଥିଲେ ତାଙ୍କ ଚରିତ୍ର ଖୁବ ରହସ୍ୟମୟ ଏବଂ ଅଲୌକିକ ଥିଲା । ଯିଏ ଦୁନିଆରେ ହେଉଥିବା ସମସ୍ତ ଦୁର୍ନୀତି ଏବଂ ଅନ୍ୟାୟ ସହ ଲଢ଼ିବା ପାଇଁ ସାଧୁମାନଙ୍କର ଏକ ରହସ୍ୟମୟ ଶକ୍ତି ପାଇଥିଲେ ।

You might also like