କର୍ଣ୍ଣାଟକ ପରେ ଏବେ କଙ୍ଗନାଙ୍କ ନାଁରେ ମାମଲା ରୁଜୁ କଲେ ବାନ୍ଦ୍ରା କୋର୍ଟ, ଜାଣନ୍ତୁ କ’ଣ ରହିଛି ମାମଲା

ବାନ୍ଦ୍ରା ମାଜିଷ୍ଟେଟ୍‌ କୋର୍ଟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ବିପକ୍ଷରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଙ୍ଗନାଙ୍କ ଟ୍ଵିଟ୍‌ ଓ ନ୍ୟୁଜ୍‌ ଚ୍ୟାନେଲ ଉପରେ ଦିଆଯାଇଥିବା ବୟାନ ଆଧାରରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। କୋର୍ଟରେ ଦାଖଲ କରାଯାଇଥିବା ପିଟିସନ୍‌ରେ କୁହାଯାଇଛି କଙ୍ଗନା କଳାକାରଙ୍କୁ ହିନ୍ଦୁ କଳାକାର ଓ ମୁସଲମାନ୍‌ କଳାକାର ଭାବେ ବାଣ୍ଟିବାକୁ ଚେଷ୍ଟା କରିଛନ୍ତି। କଙ୍ଗାନଙ୍କ ଉପରେ ସାମାଜିକ ଦ୍ୱେଷ ବଢ଼ାଇବା ନେଇ ଅଭିଯୋଗ ହୋଇଛି।

ଏହା ପୂର୍ବରୁ କଙ୍ଗନାଙ୍କ ଟ୍ଵିଟ୍‌ ଯୋଗୁ ତାଙ୍କ ବିରୋଧରେ କର୍ଣ୍ଣାଟକ କୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଟ୍ଵିଟ୍‌ରେ ସେ କେନ୍ଦ୍ର କୃଷି ଅଧିନିୟମକୁ ବିରୋଧ କରି ଚାଲିଥିବା କୃଷକଙ୍କ ଆନ୍ଦୋଳନ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଏହି କାରଣରୁ ତାଙ୍କ ବିରୋଧରେ ଆଇପିସି ଧାରା ୧୦୮ ଓ ୧୫୩ ଏ ରେ ମାମଲା ରୁଜୁ ହୋଇଥିଲା।

kangana--1

ପ୍ରକାଶ ଯେ କର୍ଣ୍ଣାଟକର ତୁମକୁର ଜିଲ୍ଲା ଅଦାଲତଙ୍କ ନିର୍ଦ୍ଦେଶ ପରେ ପୋଲିସ ସୋମବାର କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କଙ୍ଗନାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ଧାରା ୧୦୮, ୧୫୩ଏ, ୫୯୪ ଧାରାରେ ମାମଲା ରୁଜୁ କରାଯାଇଛି। ତୁମକୁର ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଫାଷ୍ଟ କ୍ଲାସ ଅକ୍ଟୋବର ୯ରେ ପୋଲିସ ଏଫ୍‌ଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କଙ୍ଗନା ରାଣାଓ୍ଵତ୍‌ ସେପ୍ଟେମ୍ବର ୨୧ ତାରିଖରେ ଟ୍ଵିଟ୍‌ କରି ଲେଖିଥିଲେ ‘ଯେଉଁ ଲୋକମାନେ ସିଏଏ ବିଷୟରେ ଭୁଲ ସୂଚନା ଦେଇଥିଲେ ଓ ଗୁଜବ ଖେଳାଇଥିଲେ, ଯେଉଁମାନଙ୍କ ଯୋଗୁ ହିଂସା ହୋଇଥିଲା, ଏବେ ସେମାନେ କୃଷକ ବିଲ୍‌ ଉପରେ ଭୁଲ ସୂଚନା ଦେଉଛନ୍ତି, ଯାହା ଫଳରେ ଦେଶରେ ଭୟର ବାତାବରଣ ଦେଖାଦେଇଛି। ସେମାନେ ଆତଙ୍କୀ। ମୁଁ କ’ଣ କହୁଛି କିନ୍ତୁ ଏମାନେ ଭୁଲ ସୂଚନା ଦେଉଛନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.