ମି ଠୁ ମାମଲାରେ ନାନା ପାଟକରଙ୍କୁ ମିଳିଲା ଆଶ୍ବସ୍ତି, ତନୁଶ୍ରୀ ଦତ୍ତାଙ୍କ ପିଟିସନକୁ କୋର୍ଟ କଲେ ଖାରଜ

ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟକରଙ୍କ ବିରୋଧରେ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର ଓ ଯୌନ ନିର୍ଯାତନା ଭଳି ଏକ ସଙ୍ଗୀନ ଅଭିଯୋଗ ଲଗାଇଥିଲେ ।  ତେବେ ମୁମ୍ବାଇର ଏକ କୋର୍ଟ ଏହି ମାମଲାର ତଦନ୍ତ ବନ୍ଦ କରିବା ସହ ତନୁଶ୍ରୀ ଦତ୍ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

ଏହି ମାମଲା ୨୦୧୮ ମସିହାରେ ତନୁଶ୍ରୀଙ୍କ ଦ୍ୱାରା ନାନା ପାଟେକରଙ୍କ ଉପରେ ଲଗାଯାଇଥିବା MeToo ଅଭିଯୋଗ ସହିତ ଜଡିତ ରହିଛି ।  ନାନା ପାଟେକରଙ୍କ ବିରୋଧରେ ଚାଲିଥିବା ତଦନ୍ତକୁ ମୁମ୍ବାଇ ପୋଲିସ ବନ୍ଦ କରିଦେଇଥିଲା । ଯାହା ପରେ ତନୁଶ୍ରୀ କୋର୍ଟରେ ଏହା ବିରୁଦ୍ଧରେ ଏକ ଆବେଦନ ଦାଖଲ କରିଥିଲେ ।  କୋର୍ଟ କହିଛନ୍ତି ଯେ ଅଭିଯୋଗ ଶେଷ ତାରିଖ ପରେ ଦାଖଲ କରାଯାଇଥିଲା ଏବଂ ତନୁଶ୍ରୀ ସେହି ବିଳମ୍ବର କୌଣସି କାରଣ ଦେଇ ନାହାଁନ୍ତି ।

୨୦୦୮ ମସିହାରେ ‘ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମର ସୁଟିଂ ସମୟରେ ତନୁଶ୍ରୀ ଦତ୍ତା ନାନା ପାଟେକରଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ  ।   ସେ ଅକ୍ଟୋବର ୨୦୧୮ରେ ଓଶିୱାରା ପୋଲିସ ଷ୍ଟେସନରେ ନାନା ପାଟେକରଙ୍କ ବିରୋଧରେ ଏକ ଏଫଆଇଆର ଦାୟର କରିଥିଲେ ।  ତନୁଶ୍ରୀ ଦତ୍ତା ଡିସେମ୍ବର ୫, ୨୦୧୯ ରେ ଏହା ବିରୁଦ୍ଧରେ ଏକ ଆବେଦନ ଦାଖଲ କରିଥିଲେ ।  ଏହା ପରେ ସେ ପୁନଃ ତଦନ୍ତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ତେବେ ଦତ୍ତା ୨୦୦୮ ମସିହାରେ ‘ହର୍ଣ୍ଣ ଓକେ ପ୍ଲିଜ୍’ ଚଳଚ୍ଚିତ୍ରର ସେଟରେ ଏକ ଗୀତ ସୁଟିଂ ସମୟରେ ନାନା ପାଟେକର ଏବଂ ଅନ୍ୟ ତିନି ଜଣ ତାଙ୍କ ସହିତ ଦୁଷ୍କର୍ମ ଏବଂ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ। ପୋଲିସ ୨୦୧୯ ମସିହାରେ ମାଜିଷ୍ଟ୍ରେଟ୍ କୋର୍ଟରେ ଏହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଏହାର ତଦନ୍ତରେ କୌଣସି ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି ଦୋଷ ସାବ୍ୟସ୍ତ ହୋଇନାହିଁ ।

ଦତ୍ତା ୨୩ ମାର୍ଚ୍ଚ, ୨୦୦୮ରେ ଘଟିଥିବା ଏକ ଘଟଣାର ପାଇଁ ଭାରତୀୟ ଦଣ୍ଡ ସଂହିତାର ଧାରା ୩୫୪ ଏବଂ ୫୦୯ ଅନୁଯାୟୀ ୨୦୧୮ରେ ଏକ ଏଫଆଇଆର ଦାୟର କରିଥିଲେ ।  ସୀମା ଅବଧି ଧାର୍ଯ୍ୟ କରିବାର ଉଦ୍ଦେଶ୍ୟ ହେଉଛି ଅପରାଧ ଚିହ୍ନଟ କରିବା କୋର୍ଟ କହିଛନ୍ତି   ।

Also read: ‘ମି ଠୁ’ ପାଇଁ ଚର୍ଚ୍ଚାରେ ଥିବା ତନୁଶ୍ରୀ ଦତ୍ତା ପୁଣି ଥରେ ବଲିଉଡକୁ କରିବେ କମବ୍ୟାକ, ଦମଦାର୍ ଚରିତ୍ରରେ ଅଭିନୟ…